ଦୋଳଯାତ୍ରା ବେଳେ ବାଣ ଫୁଟି ୮ ଆହତ

ଧରାକୋଟ/ ଆସିକା,୧୬ା୩(ଡି.ଏନ.ଏ.) ଗଞ୍ଜାମ ଜିଲା ଧରାକୋଟ ଥାନା ଢଉଗଁା ପଞ୍ଚାୟତ କେ.ରାମଚନ୍ଦ୍ରପୁର (କଇଠିରା) ଗ୍ରାମରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଶନିବାର ରାତିରେ ପୌରାଣିକ ନାଟକ ପରିବେଶଣ କରାଯାଉଥିଲା। ନାଟକ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବା ବେଳେ ଉପସ୍ଥିତ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଅଭିମନ୍ୟୁ ବଧ ଦୃଶ୍ୟରେ ଚକ୍ରବାଣ ଫୁଟାଯାଇଥିଲା। ଏହାର ନିଅଁା ଚାରିପଟକୁ ଛିଟିକି ମଞ୍ଚ ତଳେ ରଖାଯାଇଥିବା ବାଣରେ ପଡିବାରୁ ତାହା ଫୁଟିଥିଲା। ଏହା ନିକଟରେ ଥିବା ୮ ଜଣ ଆହତ ହୋଇଥିଲେ। ସେମାନେ ହେଲେ ବିଜୟ ଗୌଡ଼, ଚନ୍ଦନ ବିଶୋଇ, ବାବୁ ବିଶୋଇ, ଓଁ ଗୌଡ଼, ଅରୁଣ ବିଶୋଇ, ରାଜା ଗୌଡ଼, ସୁମନ ରେଡ୍ଡୀ ଓ ବିଜୟ ରେଡ୍ଡୀ ା ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ଧରାକୋଟ ଥାନାଧିକାରୀ ସହଦେବ ମହାପାତ୍ର ଜଣେ ଯାତ୍ରା କମିଟି ସଦସ୍ୟଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି। ଏ ନେଇ ଧରାକୋଟ ଥାନାରେ ନଂ.୪୦/୨୦ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି। ରାଜ୍ୟ ସରକାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରି ଯାନିଯାତ୍ରା, ବାହାଘର, ସଂଗଠନ ଓ ଉତ୍ସବ ସହ ଧାର୍ମିକ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇଛନ୍ତି। ଏପରିସ୍ଥଳେ ରାମଚନ୍ଦ୍ରପୁରରେ ନାଟକ ପରିବେଷଣ ପାଇଁ ଥାନା ତରଫରୁ ଅନୁମତି ଦିଆଯାଇନାହିଁ କିମ୍ବା ବାଣ ଫୁଟାଇବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। ପ୍ରଶାସନିକସ୍ତରରେ ଏହାର ଅନୁଧ୍ୟାନ କରାଯାଉଛି ବୋଲି ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ କହିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ିରେ ପାଳନ ହେଲା ଦଶହରା

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିରେ ଭାଇଚାରାରେ ପାଳନହେଲା ଦଶହରା ପର୍ବ ା ମା’ଦୁର୍ଗାଙ୍କ ମୃଣ୍ମୟ ମୁର୍ତ୍ତିକୁ ପୂଜାର୍ଚ୍ଚନା ସହ ଦର୍ଶନ ପାଇଁ ଭିଡ଼ ଜମିଥିଲା। ସେହିପରି...

ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ: ଜଳର ସର୍ବୋତ୍କୃଷ୍ଟ ବିନିଯୋଗ କରିବାକୁ ପରାମର୍ଶ

ରଣପୁର,୧୮ା୧(ସ୍ବ.ପ୍ର.): ଚାଷୀମାନଙ୍କୁ ସଙ୍ଗଠିତ କରିବା ସହ ପାଣିପଞ୍ଚାୟତ ମାଧ୍ୟମରେ ସେମାନେ ଜଳସେଚନ ସୁବିଧା ପାଇ ଯେଭଳି ସ୍ବାବଲମ୍ବୀ ହୋଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି।...

ବନ ବିଭାଗ ଖାତାରେ ୨୬ ମୃତ, ମିସିଂ ଅଧିକ

କେନ୍ଦ୍ରାପଡ଼ା ଅଫିସ, ୧୫ା୫: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ନଳପାହି ଗାଁର ଶିବପ୍ରସାଦ ବେହେରାଙ୍କ ସ୍ତ୍ରୀ ସରସ୍ବତୀଙ୍କ ୩ଟି ଝିଅ ଥିଲେ। ୪ର୍ଥ ଗର୍ଭରେ ପୁଅଟିଏ ହୋଇଛି।...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

କେନ୍ଦୁଝର,୧୩।୧(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଜଜ ତଥା ସ୍ବତନ୍ତ୍ର ଜଜ ଲୋକନାଥ ସାହୁ ଆଜି ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିଛନ୍ତି। ଏହି ଘଟଣାରେ...

ଗୋରୀ ପାଇଁ ପୁଣି ସାଥୀ ଖୋଜା

ରାଜନଗର,୧୬।୧(ଡି.ଏନ.ଏ.) : ଭିତରକନିକା ଜାତୀୟ ଉଦ୍ୟାନର ସୁନ୍ଦରୀ ଦେଶ ବିଦେଶ ପର୍ଯ୍ୟଟକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଶଙ୍ଖୁଆ କୁମ୍ଭୀର ଗୋରୀକୁ ଏବେ ୪୬ ବର୍ଷ ଚାଲିଲା। ଗୋରୀ...

ତିଆରି ଚାଲିଛି ପହଣ୍ଡି, ଅଣସର ଗାମୁଛା

ଖୋର୍ଦ୍ଧା ଅଫିସ,୧୩ା୫: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ଶ୍ରୀନଅର ସମ୍ମୁଖ ଅସ୍ଥାୟୀ ରଥଖଳାରେ ତିନି ରଥ ନିର୍ମାଣରେ ଲାଗିଛନ୍ତି ରଥ...

କନ୍ଧମାଳ ଜିଲାସ୍ତରୀୟ ସାଧାରଣତଦନ୍ତ୍ର ଦିବସ, ପତାକା ଉତ୍ତୋଳନ କଲେ ଜିଲାପାଳ

ଫୁଲବାଣୀ ଅଫିସ,୨୬ା୧- ଫୁଲବାଣୀ ଷ୍ଟାଡିୟମରେ କନ୍ଧମାଳ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଜିଲାପାଳ ଡ. ବୃନ୍ଦା ଡି ଯୋଗଦେଇ ମିଳିତ ପରେଡରେ...

ଗୁଡିପଦା ଅଞ୍ଚଳରେ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଆଣି ତଦନ୍ତ କଲା ପୋଲିସ

ବାଲେଶ୍ୱର ଅଫିସ, ୨୦।୧୨-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଗୁଡ଼ିପଦା ଅଞ୍ଚଳରେ ରହୁଥିବା ବଢ଼ା ମାରାଣ୍ଡି (୪୮)ଙ୍କୁ ତାଙ୍କ ରକ୍ଷିତା ସୀତା ହେମ୍ବ୍ରମ (୪୩) ବୁଧବାର ଭୋର୍‌...

Advertisement
Archives

Model This Week