Posted inଜାତୀୟ

କେନ୍ଦ୍ରକୁ ଅସମ୍ଭାଳ କଶ୍ମୀର

ନୂଆଦିଲ୍ଲୀ,୧୬।୩: ଖୁବଶୀଘ୍ର ରାଜ୍ୟ ମାନ୍ୟତା ଫେରିପାଇବ ଜମ୍ମୁ-କଶ୍ମୀର। ଉପତ୍ୟକାରେ ହେବ ନାହିଁ ଜନସଂଖ୍ୟାଗତ ପରିବର୍ତ୍ତନ। ମୁକ୍ତ ହେବେ ସମସ୍ତ ରାଜନୈତିକ ବନ୍ଦୀ। ନୂଆଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କଠାରୁ ମିଳିଛି ଏଭଳି ପ୍ରତିଶ୍ରୁତି। କେବଳ ଶାହା ନୁହନ୍ତି, ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏପରି ଆଶ୍ୱାସନା ଦେଇଥିବା ପ୍ରକାଶ କରିଛି ନବଗଠିତ ଜମ୍ମୁ ଓ କଶ୍ମୀର ଅପ୍‌ନୀ ପାର୍ଟି। ବ୍ୟବସାୟୀରୁ ରାଜନେତା ସାଜିଥିବା ଜେଆଣ୍ଡକେ ଅପ୍‌ନୀ ପାର୍ଟି ଅଧ୍ୟକ୍ଷ ଅଲ୍‌ତାଫ ବୁଖାରୀଙ୍କ ନେତୃତ୍ୱରେ ଏକ ୨୪ ଜଣିଆ ପ୍ରତିନିଧି ଦଳ ଶନିବାର ପ୍ରଧାନମନ୍ତ୍ରୀ ମୋଦି ଓ ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଶାହାଙ୍କୁ ଭେଟିଛି। ଗତବର୍ଷ ଅଗଷ୍ଟ ୫ରେ ଏନ୍‌ଡିଏ ସରକାର ଜମ୍ମୁ-କଶ୍ମୀରର ସ୍ବାୟତ୍ତତା ପ୍ରତ୍ୟାହାର କରିବା ପରେ ଏହା ହେଉଛି ଏହି ଧରଣର ପ୍ରଥମ ରାଜନୈତିକ ଆଲୋଚନା। ଶାହାଙ୍କ ସହ ନର୍ଥ ବ୍ଲକ କାର୍ଯ୍ୟାଳୟରେ ୨ ଘଣ୍ଟା ଧରି ହୋଇଥିବା ଆଲୋଚନା ବେଳେ ପ୍ରତିନିଧି ଦଳର ସଦସ୍ୟମାନେ ତାଙ୍କ ଆଗରେ ଜମ୍ମୁ-କଶ୍ମୀର ବ୍ୟାଙ୍କର ସ୍ବାୟତ୍ତତା, ୟୁପିଏସ୍‌ସି ପରୀକ୍ଷାରେ କଶ୍ମୀରୀ ଆଶାୟୀଙ୍କ ବୟସ ସୀମା କୋହଳ, କୃଷି ଓ ପର୍ଯ୍ୟଟନର ବିକାଶ ସମେତ ପ୍ରାୟ ୪୦ଟି ପ୍ରସଙ୍ଗ ଉଠାଇଥିଲେ। ତେବେ ଉପତ୍ୟକାରେ ଜନସଂଖ୍ୟାଗତ ପରିବର୍ତ୍ତନ ଆଣିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଖୁବ୍‌ଶୀଘ୍ର କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଦିଆଯିବ ବୋଲି ଶାହା ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଜମ୍ମୁ-କଶ୍ମୀର ପାଇଁ ଏକ ସ୍ଥାୟୀ ବାସସ୍ଥାନ ନୀତି ପ୍ରଣୟନ କରାଯିବ, ଯାହାକି ଅନ୍ୟ ରାଜ୍ୟଠାରୁ ଉନ୍ନତ ହେବ। ସେହିପରି ପୁଙ୍ଖାନୁପୁଙ୍ଖ ବିଚାରବିମର୍ଶ ପରେ ଏକ ଯଥାର୍ଥ ଅର୍ଥନୈତିକ ବିକାଶ ନୀତିର ଚିଠା ମଧ୍ୟ ପ୍ରସ୍ତୁତ କରାଯିବ। ଏଥିଲାଗି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ସମସ୍ତ ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କଠାରୁ ପ୍ରସ୍ତାବ ଓ ଫିଡ୍‌ବ୍ୟାକ୍‌ ଗ୍ରହଣ କରିବେ। ବିଗତ ୭୦ ବର୍ଷରେ ଜମ୍ମୁ-କଶ୍ମୀରରେ ୧୩,୦୦୦ କୋଟି ଟଙ୍କା ନିବେଶ ହୋଇଥିବାବେଳେ ଆଗାମୀ ୪ ବର୍ଷରେ ଏହି ପରିମାଣ ଏହାର ୩ ଗୁଣରୁ ଊର୍ଦ୍ଧ୍ୱ ହେବ। ଏହାପୂର୍ବରୁ ଶନିବାର ନୂଆଦିଲ୍ଲୀର ଲୋକକଲ୍ୟାଣ ମାର୍ଗସ୍ଥିତ ସରକାରୀ ବାସଭବନରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରତିନିଧି ଦଳକୁ ସମାନ ପ୍ରତିଶ୍ରୁତି ଦେଇଥିଲେ।

ପ୍ରତିଶ୍ରୁତି ବନାମ ବାସ୍ତବତା

ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଯିବାବେଳେ କେନ୍ଦ୍ର ସରକାର କଶ୍ମୀରବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ, ଯାହାକି ଅଦ୍ୟାବଧି ପୂରଣ ହୋଇନାହିଁ। ୩୭୦ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଓ ଦୁର୍ନୀତିର ମୂଳ। ଏହି ଅସ୍ଥାୟୀ ବ୍ୟବସ୍ଥାର ଉଚ୍ଛେଦ ପରେ ଦୁର୍ନୀତି ହଟିବ ଓ ଆତଙ୍କବାଦର ଚେର ଉପୁଡ଼ିଯିବ। ସେହିପରି ନୂଆ କେନ୍ଦ୍ରଶାସିତ ଅଞ୍ଚଳରେ ପୁଞ୍ଜିନିବେଶ ବୃଦ୍ଧିପାଇବ। ଏହା ଉପତ୍ୟକାର ସର୍ବାଙ୍ଗୀନ ବିକଶରେ ସହାୟକ ହେବ ବୋଲି ସରକାର ଦୃଢ଼ୋକ୍ତି ବାଢ଼ିଥିଲେ। ସରକାରଙ୍କ ଏହି ପଦକ୍ଷେପ ଯୋଗୁ କଶ୍ମୀର ପ୍ରସଙ୍ଗର ଆନ୍ତର୍ଜାତିକୀକରଣ ହୋଇଥିବାବେଳେ ଅନେକ ବିଶ୍ୱ ମଞ୍ଚରେ ଭାରତକୁ ଅଡ଼ୁଆ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ହେଲେ ବାସ୍ତବ ସ୍ଥିତିରେ ଆଖିଦୃଶିଆ ସୁଧାର ଆସିନାହଁ। କେନ୍ଦ୍ର ସରକାର ଯେତେ ଅସ୍ବୀକାର କଲେ ମଧ୍ୟ ସୀମାରେ ଉତ୍ତେଜନା ହ୍ରାସ ପାଇନାହିଁ କି କଶ୍ମୀରରେ ଆତଙ୍କବାଦୀଙ୍କ ପ୍ରାଦୁର୍ଭାବ କମିନାହିଁ। ପୁଞ୍ଜିନିବେଶ ନିମନ୍ତେ କେତେକ କମ୍ପାନୀ ଆଗ୍ରହ ପ୍ରକାଶ କରିଥିଲେ ହେଁ ଅଦ୍ୟାବଧି କୌଣସି ବଡ଼ଧରଣର ଚୁକ୍ତି ସ୍ବାକ୍ଷର ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

୯୦ ସେକେଣ୍ଡର ଭାଷଣ କଂଗ୍ରେସ ଦଳ ଏବଂ ଇଣ୍ଡିଆ ମେଣ୍ଟରେ ଆତଙ୍କ ସୃଷ୍ଟି କରିଛ: ମୋଦି

ଜୟପୁର,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜସ୍ଥାନର ଟୋଙ୍କାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ମୋର ୯୦ ସେକେଣ୍ଡର ଭାଷଣ କଂଗ୍ରେସ...

ଚିରାଗ ପାସଓ୍ବାନଙ୍କୁ ନିର୍ବାଚନ ପୂର୍ବରୁ ଝଟ୍‌କା! ବିଏସପିରେ ସାମିଲ ହେଲେ ପୂର୍ବତନ ଏମପି

ପାଟନା,୨୩।୪: ଲୋକ ସଭା ନିର୍ବାଚନରେ ଟିକେଟ ଦାବିରେ ଚିରାଗ ପାସୱାନଙ୍କଠାରୁ ଅଲଗା ହୋଇଥିବା ପୂର୍ବତନ ଏମପି ଅରୁଣ କୁମାର ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି।...

ହାଇକୋର୍ଟର ମୁଖ୍ୟ ବିଚାରପତି କାହିଁକି କହିଲେ ଘୁଞ୍ଚାଇ ଦିଆଯାଉ ନିର୍ବାଚନ ତାରିଖ

କୋଲକାତା,୨୩।୪: ମଙ୍ଗଳବାର କୋଲାକାତା ହାଇକୋର୍ଟ ଚେତାବନୀ ଦେଇଛନ୍ତି ଯେ ପଶ୍ଚିମବଙ୍ଗର ସେହି ଲୋକ ସଭା ନିର୍ବାଚନମଣ୍ଡଳୀରେ ମତଦାନ ଅନୁମତି ଦିଆ ନ ଯାଉ ଯେଉଁଠାରେ ରାମ...

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri