‘ଦେଶାନ୍ତରୀ ଶିଶୁ, କିଶୋର ଶ୍ରମିକ ଚାଲାଣକୁ ନେଇ ଜାରି ହେବ ନିର୍ଦ୍ଦେଶାବଳୀ’

ବଲାଙ୍ଗୀର ଅଫିସ,୧୪ା୯
ବଲାଙ୍ଗୀର ଡିଆରଡିଏ ସମ୍ମିଳନୀ କକ୍ଷରେ ଶୁକ୍ରବାର ଦେଶାନ୍ତର ଶିଶୁ ଓ ଯୁବ ଶ୍ରମିକ ଚାଲାଣକୁ ନେଇ ଏକ ଆଞ୍ଚଳିକ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଥିଲା ା ଦେଶାନ୍ତର ଶ୍ରମିକ ଶିଶୁଙ୍କ ସମସ୍ୟା ଉପରେ କାମ କରୁଥିବା ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ସଙ୍ଗଠନ ଏଡ୍‌ ଏଟ୍‌ ଆକ୍ସନ୍‌ର ବୈଷୟିକ ସହାୟତାରେ ଏହି ଏକଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା। ପଶ୍ଚିମ ଓଡିଶାର ଦାଦନ ପ୍ରବଣ ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ବରଗଡ, ସୁବର୍ଣ୍ଣପୁର ଓ ବୌଦ୍ଧ ଆଦି ୬ଟି ଜିଲାର ମହିଳା ଓ ଶିଶୁ ବିକାଶ, ଶିକ୍ଷା, ଶ୍ରମ, ଶିଶୁ ସୁରକ୍ଷା ୟୁନିଟ, ଜିଲା ସମାଜ ମଙ୍ଗଳ, ଶିଶୁ ମଙ୍ଗଳ ସମିତି, ଚାଇଲ୍ଡ ଲାଇନ, ପୋଲିସ-ମାନବ ଚାଲାଣ ୟୁନିଟର ବରିଷ୍ଠ ପଦାଧିକାରୀ, ସମସ୍ୟା ଉପରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଙ୍ଗଠନ ପ୍ରତିନିଧି କର୍ମଶାଳାରେ ଯୋଗଦାନ କରିଥିଲେ ା ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାକୁ ମୁଖ୍ୟଅତିଥି ଭାବେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷ ସନ୍ଧ୍ୟାବତୀ ପ୍ରଧାନ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଆୟୋଗ ଅଧ୍ୟକ୍ଷା ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟରେ କର୍ମଶାଳାର ଉଦ୍ଦେଶ୍ୟ, ଦାଦନ ଶ୍ରମିକ ପରିବାରର ଶିଶୁ, କିଶୋରୀ-କିଶୋର ଓ ମହିଳାମାନଙ୍କ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ ା ଏଭଳି ଶିଶୁଙ୍କ ସୁରକ୍ଷା ଦିଗରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଦେଉଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ ା ଶ୍ରମିକ ଚାଲାଣରେ ପୋଲିସ ଓ ଋତୁକାଳୀନ ଆବାସିକ ଶିକ୍ଷାକେନ୍ଦ୍ରର ଭିତ୍ତିଭୂମି ତିଆରିରେ ପଞ୍ଚାୟତିରାଜ ବିଭାଗ ଭୂମିକାକୁ ସୂଚାଇଥିଲେ ା ଏଡ୍‌ ଏଟ୍‌ ଆକ୍ସନ୍‌ର ସ୍ଥାନାନ୍ତରଣ ଓ ଶିକ୍ଷା ୟୁନିଟ୍‌ର ଦକ୍ଷିଣ ଏସିଆ ମୁଖ୍ୟ ଉମି ଡାନିଏଲ୍‌ ଉଭୟ ଉପତ୍ତ୍ତି ଓ ଗନ୍ତବ୍ୟସ୍ଥଳରେ କାମ କରିବାର ଅଭିଜ୍ଞତା ଓ ଅଧ୍ୟୟନକୁ ଆଧାର କରି ପରିବାର ସହ କାର୍ଯ୍ୟସ୍ଥଳକୁ ଯାଉଥିବା ଶିଶୁ, ଘରେ ରହିଯାଉଥିବା ଶିଶୁ, ଏକାକୀ ସ୍ଥାନାନ୍ତର ହେଉଥିବା କିଶୋରୀ, କିଶୋର ଏବଂ ଋତୁକାଳୀନ ଆବାସିକ ଶିକ୍ଷାକେନ୍ଦ୍ରରେ ଅନ୍ତର୍ଭୁକ୍ତ ହେଉଥିବା ଶିଶୁମାନଙ୍କ ଉପରେ ପଡୁଥିବା ପ୍ରଭାବ ଉପରେ ଆଲୋଚନା କରିଥିଲେ ା ସ୍ଥାନାନ୍ତର ଶ୍ରମିକ ପରିବାର ଓ ସେମାନଙ୍କ ଶିଶୁଙ୍କ ଠିକ୍‌ ତଥ୍ୟର ଅନୁପସ୍ଥିତି ସେମାନଙ୍କ ଅଧିକାର ଓ ସୁରକ୍ଷା ଦିଗରେ କାମ କରିବାରେ ସବୁଠୁ ବଡ ପ୍ରତିବନ୍ଧକ ବୋଲି କହିଥିଲେ ା କିନ୍ତୁ ଜିଲାସ୍ତରୀୟ ବିଭିନ୍ନ ବିଭାଗର ସମନ୍ବୟରେ ଗ୍ରାମ ତଥା ପଞ୍ଚାୟତ ସ୍ତରରେ ତଥ୍ୟ ସଂଗ୍ରହ ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିହେବ ବୋଲି ସେ କହିଥିଲେ ା କିଶୋରୀ-କିଶୋରମାନଙ୍କ କର୍ମନିଯୁକ୍ତି ଅନ୍ବେଷଣରେ ବହୁଳ ଭାବରେ ସ୍ଥାନାନ୍ତରଣ ଏକ ଚିନ୍ତାର ବିଷୟ ଓ ଏଥିରୁ ଅନେକ ମାନବ ଚାଲାଣର ଶିକାର ମଧ୍ୟ ହେଉଥିତ୍ବା ସୂଚାଇଥିଲେ ା ଅନ୍ୟତମ ଅତିଥି ଜିଲା ପୋଲିସ ଆରକ୍ଷୀ ଅଧିକ୍ଷକ ଏମ୍‌.ସନ୍ଦୀପ ସମ୍ପତ୍‌ ସ୍ଥାନାନ୍ତରଣ ଓ ଶ୍ରମିକ ଚାଲାଣରେ ପୋଲିସ ବିଭାଗର ଦାୟିତ୍ୱକୁ ଗୁରୁତ୍ୱର ସହ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ା ପରବର୍ତ୍ତୀ ଅଧିବେଶନରେ ଆୟୋଗ ଅଧ୍ୟକ୍ଷା ପ୍ରଧାନ ପ୍ରତ୍ୟେକ ଜିଲାର ସ୍ଥାନାନ୍ତର ପରିବାରର ଶିଶୁଙ୍କ ସ୍ଥିତି ଓ ବିଭାଗଗୁଡିକ ତରଫରୁ ନିଆଯାଇଥିବା ପଦକ୍ଷେପଗୁଡିକୁ ସମୀକ୍ଷା କରିଥିଲେ। ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାରେ ସ୍ଥାନାନ୍ତର ଶିଶୁଙ୍କ କୌଣସି ତଥ୍ୟ ନଥିବା ଯୋଗଁୁ ଉଦ୍‌ବେଗ ପ୍ରକାଶ କରିଥିଲେ। ସମସ୍ତ ପରାମର୍ଶ ଏବଂ ମତାମତଗୁଡିକୁ ନେଇ ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ପ୍ରଦାନ କରିବା ଓ ଏହାକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ଅଧ୍ୟକ୍ଷା ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଗୁରୁତର

କଟକ ଅଫିସ,୮।୬: କରୋନାରେ ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ରହିଛି। ଉନ୍ନତ ଚିକିତ୍ସା...

କୋଟିଆର ବିଭିନ୍ନ ଗ୍ରାମଛକରେ ଫଳକ ଲଗାଇଲା ପ୍ରଶାସନ

ପଟ୍ଟାଙ୍ଗୀ, ୨୮।୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାକୁ ଲାଗିଥିବା କୋଟିଆ ପଞ୍ଚାୟତକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗିରହିଛି।...

ସ୍ବପ୍ନରେ ବିଶ୍ୱସ୍ତରୀୟ ଟର୍ମିନାଲ

୧୮୦ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟସିଟିର ସ୍ମାର୍ଟ ବସ୍‌ ଟର୍ମିନାଲ ରୂପ ନେଇଥାନ୍ତା ବରମୁଣ୍ଡା ବସ୍‌ଷ୍ଟାଣ୍ଡ। ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ ଭାବେ ଏହାକୁ ଗଢି ତୋଳାଯାଇଥାନ୍ତା। ୨୦୧୯...

ବରୁଣେଇରେ ହେବ ପାଇକ ସ୍ମାରକୀ, ୨୭ରେ ଶିଳାନ୍ୟାସ କରିବେ ରାଷ୍ଟ୍ରପତି: ଧର୍ମେନ୍ଦ୍ର

ଖୋର୍ଦ୍ଧା ଅଫିସ,୧୫।୯: ଖୋର୍ଦ୍ଧାର ବରୁଣେଇ ପାହାଡ ପାଦଦେଶରେ ନିର୍ମାଣ ହେବ ପାଇକ ସ୍ମାରକୀ। ଆସନ୍ତା ୨୭ ଓ ୨୮ ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି...

ପାଣି ପାଇଁ ପଡ଼ିଲାଣି ଭାଳେଣି

ପାରାଦୀପ,୫।୧୨(ସ୍ବ.ପ୍ର.): ପାରାଦୀପ ବନ୍ଦର ଅଞ୍ଚଳବାସୀଙ୍କ ଏବେଠାରୁ ପାଣି ପାଇଁ ଭାଳେଣି ପଡିଲାଣି। କାରଣ ବନ୍ଦର ପ୍ରଶାସନ ସମସ୍ତ ଅଧିବାସୀଙ୍କୁ ପାଣି କମ୍‌ ବ୍ୟବହାର କରିବାକୁ ଡାକବାଜି...

ବର୍ଷକରେ ବନ୍ଧାହେଲେଣି ୩୮

ଭୁବନେଶ୍ୱର,୨୭।୯ (ବ୍ୟୁରୋ):ଗିରଫଦାରି ଓ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ରାଜଧାନୀରେ ଦାଦାବଟି ଘଟଣା ବଢ଼ି ଚାଲିଛି। ବ୍ୟବସାୟିକ ସଂସ୍ଥା, ଜମି ମାଲିକ, କଣ୍ଟ୍ରାକ୍ଟରଙ୍କୁ ଅସାମାଜିକ ବ୍ୟକ୍ତିମାନେ ଦାଦାବଟି ମାଗି...

ରାଜ୍ୟରେ ନଭେମ୍ବର ୧୦ରେ ପାଳନ ହେବ ମାଣ୍ଡିଆ ଦିବସ

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ମାର୍ଗଶିର ମାସ ପ୍ରଥମ ଗୁରୁବାର ଅଥବା ନଭେମ୍ବର ୧୦ରେ ରାଜ୍ୟରେ ମାଣ୍ଡିଆ ଦିବସ ପାଳନ କରାଯିବ। ଚଳିତବର୍ଷ ନଭେମ୍ବର ୧୦ରେ ପାଳନ ହେବ ଏହି...

ଚର୍ଚ୍ଚାରେ ରାଜ୍ୟ ସଭା ଲଢ଼େଇ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡିଶାର ୩ଟି ରାଜ୍ୟ ସଭା ଆସନ ଏପ୍ରିଲ ୨ତାରିଖରେ ଖାଲି ହେବାକୁ ଥିବାବେଳେ ଗୋଟିଏ ଆସନ ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ବାହାରିବା ପରଠାରୁ...

Advertisement
Archives

Model This Week