ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୬,୯୭୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨୫।୫: ଦେଶରେ କରୋନା ସଂକ୍ରମଣର ସ୍ଥିତି ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୬,୯୭୭ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୩୮,୮୪୫ରେ ପହଞ୍ଚିଛି। କରୋନା ସଂକ୍ରମିତ ଦେଶ ମଧ୍ୟରେ ସବୁଠୁ ଆଗରେ ଥିବା ୧୦ ଦେଶ ମଧ୍ୟରେ ଏବେ ଭାରତ ସାମିଲ ହୋଇଛି ବୋଲି କୁହାଯାଉଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୫୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଦେଶରେ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୪,୦୨୧ରେ ପହଞ୍ଚିଛି। ଏବେ ୭୭,୧୦୩ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୫୭,୭୨୧ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି। ଏବେବି ମହାରାଷ୍ଟ୍ରର ସ୍ଥିତି ସଙ୍ଗିନ ଥିବା ବେଳେ ଏବେ ସେଠାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦,୨୩୧ରେ ପହଞ୍ଚିଛି। ଏହାପଛକୁ ତାମିଲନାଡୁରେ ୧୬,୨୭୭, ଗୁଜରାଟ ୧୪,୦୫୬ ଓ ରାଜଧାନୀ ଦିଲ୍ଲୀରେ ୧୩,୪୧୮ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଲାଗୁ ହେବନାହିଁ ଏନ୍‌ଆର୍‌ସି: ମମତା

କୋଲକାତା,୨୩।୯: ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟଜେନ୍ସ(ଏନ୍‌ଆର୍‌ସି) ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନ୍‌ସିଆର୍‌ ଭୟରେ ୬ ଜଣଙ୍କ ମୃତ୍ୟୁ...

ଟାଟା ହାଟରେ ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ

କାଳିଆପାଣି,୪।୪: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ ଏକମାତ୍ର ଟାଟା ହାଟରେ ସାମାଜିକ ଦୂରତାକୁ ମାନୁନାହାନ୍ତି ଲୋକେ। ଯାଜପୁରରେ ପ୍ରଥମ କରୋନା...

୨୩ରେ ୪ ରାଜ୍ୟରେ ବିଧାନସଭା ଉପନିର୍ବାଚନ

ନୂଆଦିଲ୍ଲୀ,୨୬ା୮(ପି.ଟି.):ଉତ୍ତରପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ କେରଳର ଗୋଟିଏ ଲେଖାଏ ବିଧାନସଭା ଆସନରେ ସେପ୍ଟେମ୍ବର ୨୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ରବିବାର ଏନେଇ ଘୋଷଣା...

ଗାଈ ପେଟରୁ ବାହାରିଲା ୫୩ କିଲୋ ପ୍ଲାଷ୍ଟିକ୍‌

ଚେନ୍ନାଇ,୨୧।୧୦:ତାମିଲନାଡୁରେ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଗାଈ ପେଟରୁ ୫୩ କିଲୋ ପ୍ଲାଷ୍ଟିକ୍‌ ବାହାର କରିଛନ୍ତି ପଶୁ ଚିକିତ୍ସିକ। ତା’ ପେଟରୁ ସର୍ଜରୀ ଦ୍ୱାରା...

ବମ୍ବେ ଆଇଆଇଟି ଶ୍ରେଣୀ କକ୍ଷରେ ପାଠପଢ଼ା ସମୟରେ ପଶିଲା ବୁଲା ଗାଈ: ସୋସିଆଲ ମିଡ଼ିଆରେ ଭାଇରାଲ

ମୁମ୍ବାଇ,୨୯।୭: ବମ୍ବେ ଆଇଆଇଟିର ଶ୍ରେଣୀ କକ୍ଷରେ ପାଠପଢ଼ା ଚାଲିଥିବା ସମୟରେ ଏକ ବୁଲା ଗାଈ ହଠାତ୍‌ ପଶିଥିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ...

ଶାଢ଼ି ପିନ୍ଧି ଯୁବତୀ କଲେ ଏଭଳି ଷ୍ଟଣ୍ଟ୍‌‌…

ନୂଆଦିଲ୍ଲୀ, ୨୯।୮: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ଯୁବତୀ ଶାଢ଼ି ପିନ୍ଧି ଷ୍ଟଣ୍ଟ୍‌ କରୁଥିତ୍ବାର ଦେଖିବାକୁ...

ସାଗରଦ୍ୱୀପ ନିକଟରେ ସ୍ଥଳଭାଗ ଛୁଇଁଲା ବୁଲ୍‌ବୁଲ୍‌

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍‌ବୁଲ୍‌’ ଶନିବାର ରାତି ପ୍ରାୟ ୧୧ଟାରେ ପଶ୍ଚିମବଙ୍ଗ ୨୪ପ୍ରଗଣା ଜିଲାର ସାଗରଦ୍ୱୀପ ଏବଂ ବାଂଲାଦେଶର ଖେପପୁରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଏହି...

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ୧ ମିନିଟ୍‌

ଭୁବନେଶ୍ୱର,୬ା୮(ବ୍ୟୁରୋ): କରୋନା ମହାମାରୀର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଘର ପରିବାର ଭୁଲି ତ୍ୟାଗ ମନୋଭାବ ନେଇ କୋଭିଡ୍‌ ଯୋଦ୍ଧାମାନେ ଲୋକଙ୍କ ପାଇଁ କାମ କରିଚାଲିଛନ୍ତି। ଏପରିକି...

Coronavirus Update


Archives

Model This Week

Why Dharitri