ଦେଶରେ କମିଛି ଅଣକରୋନା ମୃତ୍ୟୁ

ନୂଆଦିଲ୍ଲୀ,୧।୫: କରୋନା ଜନିତ ମୃତ୍ୟୁକୁ ବାଦ୍‌ଦେଲେ ଦେଶରେ ଅନ୍ୟ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି। ଲକ୍‌ଡାଉନ ଯୋଗୁ ଦୁର୍ଘଟଣା ସଂଖ୍ୟା କମିଛି। ସେହିପରି ହସ୍ପିଟାଲକୁ ଆସୁଥିବା ଜରୁରୀ ମାମଲା ଓ ମୃତ୍ୟୁସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିଛି। ଏ ନେଇ ଡାକ୍ତରମାନେ ଭିନ୍ନ ଭିନ୍ନ ସମ୍ଭାବ୍ୟ କାରଣ ଦର୍ଶାଇଛନ୍ତି। ଲୋକଙ୍କ ଚିନ୍ତା କମିଥିବା କଥା କେତେକ କହିଥିବାବେଳେ ଅନ୍ୟ କେତେଜଣ ପ୍ରଦୂଷଣ କମିବା କାରଣରୁ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ଯୁକ୍ତି ଦର୍ଶାଇଛନ୍ତି।
ବ୍ରିହନ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ ତଥ୍ୟ ଅନୁଯାୟୀ ୨୦୧୭ ମାର୍ଚ୍ଚରେ ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗରେ ୭୨୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୧୮ରେ ୮୩୩ ଓ ୨୦୧୯ରେ ୯୩୭ ଜଣ ପ୍ରାଣ ହରାଇଥିଲେ। ତେବେ ଚଳିତ ବର୍ଷ ମାର୍ଚ୍ଚରେ ଏହି ରୋଗରେ ୫୯୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅଧିକାଂଶ ସହରରେ ଲକ୍‌ଡାଉନ ବେଳେ ମୃତ୍ୟୁ ସଂଖ୍ୟା ଗତବର୍ଷ ଏହି ସମୟ ତୁଳନାରେ ହ୍ରାସ ପାଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ଅନେକ ବଡ଼ ହସ୍ପିଟାଲରେ ଜରୁରୀ ବିଭାଗରେ ଆଡମିଶନ ହାର ୫୦ରୁ ୬୦% କମିଛି। ଦୈନନ୍ଦିନ ଜୀବନରେ ଅପ୍ରତ୍ୟାଶିତ ଉତ୍ସାହର ଅଭାବ, କାର୍ଯ୍ୟ ଚାପ ହ୍ରାସ, ପ୍ରଦୂଷଣ କମିଯିବା, ବାହାର ଖାଦ୍ୟ ନ ଖାଇବା ଏବଂ ଖାଦ୍ୟରେ ଟ୍ରାନ୍ସ ଫ୍ୟାଟ୍‌ କମିବା ତଥା ପରିବାର ସହ ଅବସର ବିନୋଦନ ପାଇଁ ଅଧିକ ସମୟ ମିଳିବା ସୁସ୍ଥ ରଖିବାରେ ସହାୟକ ହୋଇଛି। ଏଥିପାଇଁ ହୃଦ୍‌ଘାତ ଭଳି ସମସ୍ୟା ହ୍ରାସ ପାଇଛି। ଏହା ସ୍ବୀକାର କରିବାକୁ ପଡ଼ିବ ଯେ ଆମେ ଔଷଧର ଅଧିକ ବ୍ୟବହାର କରୁଛୁ। ରୋଗୀଙ୍କୁ ଚିକିତ୍ସା ସହିତ କ୍ଷତି ବି କରୁଛୁ। ବଡ଼ ହସ୍ପିଟାଲଗୁଡ଼ିକର ଦେୟ ମଧ୍ୟ ଚିକିତ୍ସାକୁ ପ୍ରଭାବିତ କରୁଛି। ତେଣୁ ଏସବୁର ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ପବ୍ଲିକ୍‌ ହେଲ୍‌ଥ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆର ଡ. ଶ୍ରୀନାଥ ରେଡ୍ଡୀ କହିଛନ୍ତି। ଲକ୍‌ଡାଉନ ବେଳେ ଲୋକେ ଆମ ସହ ଯୋଗାଯୋଗ କମାଇଦେଇଛନ୍ତି। ତେଣୁ ସେମାନେ ଭଲ ଥିବା ଜଣାପଡୁଛି ବୋଲି ଦିଲ୍ଲୀସ୍ଥିତ ନ୍ୟାଶନାଲ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ଡ. ଓ.ପି. ଯାଦବ କହିଛନ୍ତି। ଆମେରିକାରେ ଚିକିତ୍ସାଗତ ତ୍ରୁଟି ପାଇଁ ବର୍ଷକୁ ୨ ଲକ୍ଷ ଲୋକଙ୍କ ଜୀବନ ଯାଇଥାଏ, ଯାହାକି ସେଠାରେ ମୃତ୍ୟୁର ତୃତୀୟ ବଡ଼ କାରଣ। ଭାରତରେ ମଧ୍ୟ ସେଭଳି ସମସ୍ୟା ରହିଛି। ଲକ୍‌ଡାଉନ ବେଳେ ସେଭଳି ମୃତ୍ୟୁସଂଖ୍ୟା କମିଥିବା ଡ. ରେଡ୍ଡୀ କହିଛନ୍ତି। ଲଲେକ୍ଟିଭ୍‌ ସର୍ଜରି ବନ୍ଦ ଥିବାରୁ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି। କାରଣ ଇଲେକ୍ଟିଭ୍‌ ସର୍ଜରିରେ ପ୍ରତି ୧୦୦ ରୋଗୀରେ ୩ ଜଣଙ୍କର ମୃତ୍ୟୁ ହେବା ଆଶଙ୍କା ଥାଏ। ସେହିପରି ପ୍ରଦୂଷଣଜନିତ କୁହୁଡିଆ ପରିବେଶ ଯୋଗୁ ଲଣ୍ଡନରେ ବର୍ଷକୁ ପ୍ରାୟ ୪୦୦୦ ଲୋକଙ୍କ ଜୀବନ ଯାଇଥାଏ। ପ୍ରଦୂଷଣ କମିଥିବାରୁ ଏଭଳି ମୃତ୍ୟୁସଂଖ୍ୟା କମିପାରିଛି। ଦୂରତ୍ୱ ରକ୍ଷା ଫଳରେ ନିମୋନିଆ ଓ ଆନୁଷଙ୍ଗିକ ରୋଗ ଜନିତ ମୃତ୍ୟୁକୁ ରୋକାଯାଇପାରିଛି ବୋଲି ଦିଲ୍ଲୀସ୍ଥିତ ଆଜ୍‌ମା ଚେଷ୍ଟ ଆଲର୍ଜି ସେଣ୍ଟରନିର୍ଦ୍ଦେଶକ ଡ. ବିକ୍ରମ ଜାଗି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri