ଦେଶରେ କମିଛି ଅଣକରୋନା ମୃତ୍ୟୁ

ନୂଆଦିଲ୍ଲୀ,୧।୫: କରୋନା ଜନିତ ମୃତ୍ୟୁକୁ ବାଦ୍‌ଦେଲେ ଦେଶରେ ଅନ୍ୟ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି। ଲକ୍‌ଡାଉନ ଯୋଗୁ ଦୁର୍ଘଟଣା ସଂଖ୍ୟା କମିଛି। ସେହିପରି ହସ୍ପିଟାଲକୁ ଆସୁଥିବା ଜରୁରୀ ମାମଲା ଓ ମୃତ୍ୟୁସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିଛି। ଏ ନେଇ ଡାକ୍ତରମାନେ ଭିନ୍ନ ଭିନ୍ନ ସମ୍ଭାବ୍ୟ କାରଣ ଦର୍ଶାଇଛନ୍ତି। ଲୋକଙ୍କ ଚିନ୍ତା କମିଥିବା କଥା କେତେକ କହିଥିବାବେଳେ ଅନ୍ୟ କେତେଜଣ ପ୍ରଦୂଷଣ କମିବା କାରଣରୁ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ଯୁକ୍ତି ଦର୍ଶାଇଛନ୍ତି।
ବ୍ରିହନ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ ତଥ୍ୟ ଅନୁଯାୟୀ ୨୦୧୭ ମାର୍ଚ୍ଚରେ ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗରେ ୭୨୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୧୮ରେ ୮୩୩ ଓ ୨୦୧୯ରେ ୯୩୭ ଜଣ ପ୍ରାଣ ହରାଇଥିଲେ। ତେବେ ଚଳିତ ବର୍ଷ ମାର୍ଚ୍ଚରେ ଏହି ରୋଗରେ ୫୯୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅଧିକାଂଶ ସହରରେ ଲକ୍‌ଡାଉନ ବେଳେ ମୃତ୍ୟୁ ସଂଖ୍ୟା ଗତବର୍ଷ ଏହି ସମୟ ତୁଳନାରେ ହ୍ରାସ ପାଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ଅନେକ ବଡ଼ ହସ୍ପିଟାଲରେ ଜରୁରୀ ବିଭାଗରେ ଆଡମିଶନ ହାର ୫୦ରୁ ୬୦% କମିଛି। ଦୈନନ୍ଦିନ ଜୀବନରେ ଅପ୍ରତ୍ୟାଶିତ ଉତ୍ସାହର ଅଭାବ, କାର୍ଯ୍ୟ ଚାପ ହ୍ରାସ, ପ୍ରଦୂଷଣ କମିଯିବା, ବାହାର ଖାଦ୍ୟ ନ ଖାଇବା ଏବଂ ଖାଦ୍ୟରେ ଟ୍ରାନ୍ସ ଫ୍ୟାଟ୍‌ କମିବା ତଥା ପରିବାର ସହ ଅବସର ବିନୋଦନ ପାଇଁ ଅଧିକ ସମୟ ମିଳିବା ସୁସ୍ଥ ରଖିବାରେ ସହାୟକ ହୋଇଛି। ଏଥିପାଇଁ ହୃଦ୍‌ଘାତ ଭଳି ସମସ୍ୟା ହ୍ରାସ ପାଇଛି। ଏହା ସ୍ବୀକାର କରିବାକୁ ପଡ଼ିବ ଯେ ଆମେ ଔଷଧର ଅଧିକ ବ୍ୟବହାର କରୁଛୁ। ରୋଗୀଙ୍କୁ ଚିକିତ୍ସା ସହିତ କ୍ଷତି ବି କରୁଛୁ। ବଡ଼ ହସ୍ପିଟାଲଗୁଡ଼ିକର ଦେୟ ମଧ୍ୟ ଚିକିତ୍ସାକୁ ପ୍ରଭାବିତ କରୁଛି। ତେଣୁ ଏସବୁର ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ପବ୍ଲିକ୍‌ ହେଲ୍‌ଥ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆର ଡ. ଶ୍ରୀନାଥ ରେଡ୍ଡୀ କହିଛନ୍ତି। ଲକ୍‌ଡାଉନ ବେଳେ ଲୋକେ ଆମ ସହ ଯୋଗାଯୋଗ କମାଇଦେଇଛନ୍ତି। ତେଣୁ ସେମାନେ ଭଲ ଥିବା ଜଣାପଡୁଛି ବୋଲି ଦିଲ୍ଲୀସ୍ଥିତ ନ୍ୟାଶନାଲ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ଡ. ଓ.ପି. ଯାଦବ କହିଛନ୍ତି। ଆମେରିକାରେ ଚିକିତ୍ସାଗତ ତ୍ରୁଟି ପାଇଁ ବର୍ଷକୁ ୨ ଲକ୍ଷ ଲୋକଙ୍କ ଜୀବନ ଯାଇଥାଏ, ଯାହାକି ସେଠାରେ ମୃତ୍ୟୁର ତୃତୀୟ ବଡ଼ କାରଣ। ଭାରତରେ ମଧ୍ୟ ସେଭଳି ସମସ୍ୟା ରହିଛି। ଲକ୍‌ଡାଉନ ବେଳେ ସେଭଳି ମୃତ୍ୟୁସଂଖ୍ୟା କମିଥିବା ଡ. ରେଡ୍ଡୀ କହିଛନ୍ତି। ଲଲେକ୍ଟିଭ୍‌ ସର୍ଜରି ବନ୍ଦ ଥିବାରୁ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି। କାରଣ ଇଲେକ୍ଟିଭ୍‌ ସର୍ଜରିରେ ପ୍ରତି ୧୦୦ ରୋଗୀରେ ୩ ଜଣଙ୍କର ମୃତ୍ୟୁ ହେବା ଆଶଙ୍କା ଥାଏ। ସେହିପରି ପ୍ରଦୂଷଣଜନିତ କୁହୁଡିଆ ପରିବେଶ ଯୋଗୁ ଲଣ୍ଡନରେ ବର୍ଷକୁ ପ୍ରାୟ ୪୦୦୦ ଲୋକଙ୍କ ଜୀବନ ଯାଇଥାଏ। ପ୍ରଦୂଷଣ କମିଥିବାରୁ ଏଭଳି ମୃତ୍ୟୁସଂଖ୍ୟା କମିପାରିଛି। ଦୂରତ୍ୱ ରକ୍ଷା ଫଳରେ ନିମୋନିଆ ଓ ଆନୁଷଙ୍ଗିକ ରୋଗ ଜନିତ ମୃତ୍ୟୁକୁ ରୋକାଯାଇପାରିଛି ବୋଲି ଦିଲ୍ଲୀସ୍ଥିତ ଆଜ୍‌ମା ଚେଷ୍ଟ ଆଲର୍ଜି ସେଣ୍ଟରନିର୍ଦ୍ଦେଶକ ଡ. ବିକ୍ରମ ଜାଗି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri