ଦେଢ କି.ମି. ଚାଲି ଚାଲି ଗଲେ ଗର୍ଭବତୀ

ରାଇସୁଆଁ,୨୦।୯(ଡି.ଏନ.ଏ.)- ଗାଁକୁ ରାସ୍ତା ନ ଥିବାରୁ ଜଣେ ଗର୍ଭବତୀଙ୍କୁ ଘରଠାରୁ ଦେଢ କି.ମି. ରାସ୍ତା ଚଳାଇ ଚଲାଇ ଆମ୍ବୁଲାନ୍ସ ଯାଏ ଅଣାଯିବା ପରେ ସେଠାରୁ ଡାକ୍ତରଖାନା ପଠାଯିବା ଘଟଣା ପଦାକୁ ଆସିଛି। ଗର୍ଭବତୀ ଓ ପ୍ରସୂତିଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ସକାଶେ ସରକାର ଜନନୀ ସୁରକ୍ଷା ଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ହେଲେ ବ୍ୟବସ୍ଥାଗତ ତ୍ରୁଟି ଓ ଆମ୍ବୁଲାନ୍ସ ସେବା ନ ପହଞ୍ଚିବା କାରଣରୁ ଏହି ଯୋଜନା ଦୁର୍ଗମ ଅଞ୍ଚଳବାସୀଙ୍କ ଲାଗି ଆଜି ବି ଅପହଞ୍ଚ ହୋଇ ରହିଛି।
କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ଅନେକ ଗ୍ରାମକୁ ଆଜିଯାଏ ପକା ରାସ୍ତା ହୋଇ ପାରି ନାହିଁ। ଫଳରେ ବର୍ଷା ଦିନେ ଲୋକେ ନାହିଁ ନଥିବା ହଇରାଣ ହୋଇ ଯାତାୟାତ କରୁଛନ୍ତି।  ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତର ରୁଗୁଡି ସାହିରେ ନଳିତ ମୁଣ୍ଡା ନାମ୍ନୀ ଜଣେ ମହିଳା ଗର୍ଭକଷ୍ଟ ପାଇବାରୁ ପରିବାର ଲୋକେ ଆଶା କର୍ମୀ ଓ ଆମ୍ବୁଲାନ୍ସକୁ ଡକାଇଥିଲେ । ଡାକ୍ତରଖାନାରୁ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଗାଁକୁ ଥିବା ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଏହା ଗାଁ ମୁଣ୍ଡଯାଏ ଆସି ପାରି ନ ଥିଲା । ରୁଗୁଡି ସାହିଠାରୁ ଦେଢ କି.ମି. ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଏହାପରେ ପରିବାର ଲୋକେ ନାଚାର ହୋଇ ଗର୍ଭବତୀଙ୍କୁ ଘରଠାରୁ ଚଲାଇ ଚଲାଇ ଆମ୍ବୁଲାନ୍ସ ନିକଟକୁ ଆଣିଥଲେ । ଏପରି ଘଟଣା ଏହି ଅଞ୍ଚଳ ଲାଗି କିଛି ନୂଆ କଥା ନୁହେଁ। ରାସ୍ତା ସୁବିଧା ନ ଥିବାରୁ ଜରୁରୀ ଚିକିତ୍ସା ଲାଗି ରୋଗୀଙ୍କୁ ଡାକ୍ତରଖାନା ନିଆଯାଇ ପାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗ୍ରାମକୁ ତୁରନ୍ତ ସେମାନେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ଗାଡ଼ି ରଦ୍ଦ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଚିଠା ପ୍ରସ୍ତାବ:ବିଭିନ୍ନ ରାଜ୍ୟରୁ ଲୋଡ଼ାଗଲା ମତାମତ

କଟକ ଅଫିସ, ୨୩-୧୦:କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଲାଗୁ କରାଯାଇଥିବା ନୂଆ ମୋଟରଯାନ ଆଇନରେ ପୁରୁଣା ଗାଡ଼ି ରଦ୍ଦ ପାଇଁ ନୂଆ ଚିଠା ପ୍ରସ୍ତାବ ଆଗତ...

ଅଧାପନ୍‌ତରିଆ ପଡ଼ିଛେ ପଢ଼ାକୁଠି ତିଆରି କାମ୍‌:୨ଟା କୁଠିଥି ୮ଟା ଶ୍ରେଣୀର ଛାତ୍ରୀଛାତ୍ର

ଲୋଇସିଂହା, ୮।୬(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଁଚେତ୍‌ ଅଧୀନ ଅଗଲାପାଲି ଗଁାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ନୂତନ ପଢ଼ାକୁଠି ତିଆରିରେ ବଡ଼ଭାରି...

ଏସ୍‌ସିବି ଅଧୀକ୍ଷକଙ୍କ ଷ୍ଟେନୋ କୋଟିପତି: ଠାବହେଲା ୧ କୋଟି ୩ ଲକ୍ଷ ୬୪ ହଜାର ୮୮୦ ଟଙ୍କାର ସମ୍ପତ୍ତି

କଟକ ଅଫିସ, ୫ା୧୨: ଏସ୍‌ସିବି ମେଡିକାଲ ଅଧୀକ୍ଷକଙ୍କ ଷ୍ଟେନୋ ପ୍ରମୋଦ କୁମାର ବସନ୍ତରାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। କଟକ ସ୍ବତନ୍ତ୍ର...

ସ୍ବାଭିମାନ ଅଞ୍ଚଳରେ ପ୍ରତି ପରିବାରକୁ ସ୍ମାଟଫୋନ ଦେଲେ ମୁଖ୍ୟମନ୍ତ୍ରୀ

ଚିତ୍ରକୋଣ୍ଡା,୧୭।୧୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଲାଲଗଡ଼ର ୯ଟି ପଞ୍ଚାୟତର ପ୍ରତ୍ୟେକ ପରିବାରକୁ ସ୍ମାର୍ଟଫୋନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସ୍ବାଭିମାନ ଅଞ୍ଚଳବାସୀଙ୍କ...

ମିଳୁନି ସ୍ବାସ୍ଥ୍ୟ ଯୋଜନାର ଲାଭ

ବଅଁରପାଳ,୨ା୭(ଡି.ଏନ.ଏ.)  ଗରିବ ତଥା ବିପିଏଲ ହିତାଧିକାରୀଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଛି।...

ଗାଁ ଜମି ନ ଫେରାଇଲେ ଆନ୍ଦୋଳନ: ସୁର

ଖୋର୍ଦ୍ଧା ଅଫିସ,୪।୧: ଗାଁ ସଂସ୍କୃତି ଓ ପରମ୍ପରା ସମାଜକୁ ଉଜ୍ଜୀବିତ କରିଥାଏ। ତେବେ ଗାଁ ଜମି, ଖେଳପଡ଼ିିଆ, ଶ୍ମଶାନ ଜମି, ମେଲଣ ପଡ଼ିିଆ ଉପରେ ରାଜ୍ୟ...

ବଲାଙ୍ଗୀରରେ ଆରମ୍ଭ ହେଲା କୋଭିଡ ଟିକାକରଣ: ପ୍ରଥମ ଦିନ ନେବେ ୩୦୦ ଟିକା

ବଲାଙ୍ଗୀର ଅଫିସ,୧୬।୧: ବଲାଙ୍ଗୀର ଜିଲାରେ ଶନିବାରଠାରୁ କୋଭିଡ ଟିକାକରଣ ଆରମ୍ଭ ହୋଇଛି । ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଜିଲାପାଳ ଚଞ୍ଚଳ ରାଣା ଏହି...

ବିଶ୍ୱ ପରିବେଶ ଦିବସରେ ଚାରାରୋପଣ

ଧର୍ମଶାଳା,୬ା୬(ଡି.ଏନ୍‌.ଏ.): ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କାନପୁରସ୍ଥିତ ପରିବେଶବିତ୍‌ କାର୍ଯ୍ୟାଳୟ ପରିସରରେ ପରିବେଶବିତ୍‌ ଶ୍ରୀନିବାସ ଜେନା ତାଙ୍କ ଜନ୍ମଦିନ ଉପଲକ୍ଷେ ସହସ୍ରାଧିକ ଚାରାଚୋପଣ କରିଥିଲେ। ଏଥି...

Advertisement
Archives

Model This Week