ଦୃଷ୍ଟିହୀନ ନାତିକୁ ଖତଗଦାରେ ଫିଙ୍ଗି ଦେଇଥିଲେ ଜେଜେବାପା

 

ନବରଙ୍ଗପୁର,୧୦।୧୨(ବି.ପ୍ର.)-ଦୃଷ୍ଟିହୀନ ଶିଶୁପୁତ୍ର ଜନ୍ମ କରିଥିଲେ ବୋହୂ। ଏହାକୁ ଶ୍ୱଶୁର ସହ୍ୟ କରି ପାରି ନ ଥିଲେ। ଜନ୍ମର ୨ ମାସ ପରେ ଦୃଷ୍ଟିହୀନ ନାତିକୁ ଜେଜେବାପା ଖତ ଗଦାରେ ଫୋପାଡି ଦେଇଥିଲେ। ଏହା ଦେଖି ଜନ୍ମ ଦାତ୍ରୀ ମାଆ ନିଜ କୋହ ସମ୍ଭାଳି ପାରି ନ ଥିଲେ ା ଖତଗଦାରୁ ଶିଶୁ ପୁତ୍ରକୁ ଉଠାଇ ବାପ ଘରକୁ ଚାଲି ଆସିଥିଲେ।
ନବରଙ୍ଗପୁର ଜିଲାରେ ଏଭଳି ଏକ ଘଟଣା ଘଟିଛି।
ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅଧୀନ ପଡାଲଗୁଡା ଗାଁର ଫଗୁଣ ଭତରାଙ୍କ ଝିଅ ସୂର୍ଯ୍ୟ ସୌରା ବେଳଗାଁର ଖଗପତି ସୌରାଙ୍କୁ ବିବାହ କରିଥିଲେ ା ଉଭୟେ ଦିନ ମଜୁରିଆ। ରାୟଗଡା ଠାରେ ଏକ ଇଟା ଭାଟିରେ କାମ କରି ଜୀବିକା ନିର୍ବାହ କରିଥାନ୍ତି ା ତାଙ୍କର ଦୁଇଟି ପୁତ୍ର ସନ୍ତାନ ରହିଛି ା ବଡ ପୁଅକୁ ୪ ବର୍ଷ ହୋଇଥିବା ବେଳେ ଦ୍ୱିତୀୟ ପୁଅକୁ ବର୍ତ୍ତମାନ ୫ ମାସ ହୋଇଛି ା ୨ୟ ପୁଅ ଜନ୍ମରୁ ଦୃଷ୍ଟିହୀନ ା ଆର୍ଥିକ ଅନଟନ ଲାଗି ଦୃଷ୍ଟିହୀନ ଶିଶୁର ଚିକିତ୍ସା ମା’ ବାପା କରି ପାରି ନ ଥିଲେ ା ନାତି ଦୃଷ୍ଟିହୀନ ଏହା ଜାଣିବା ପରେ ଜେଜେବାପା ନେଇ ଖତଗଦାରେ ଫୋପାଡି ଦେଇଥିଲେ ବୋଲି ସୂର୍ଯ୍ୟ କହିଛନ୍ତି। ପୁଅକୁ ଧରି ପଡାଲଗୁଡା ବାପା ଘରକୁ ସୂର୍ଯ୍ୟ ଚାଲି ଆସିଥଲେ। ପୁଅର ଚିକିତ୍ସା ପାଇଁ ପ୍ରଶାସନର ସହାୟତା ଲୋଡିଥିଲେ। ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ା ପ୍ରଶାସନ ପକ୍ଷରୁ ଜିଲା ଜରୁରିକାଳୀନ କାର୍ଯ୍ୟାଳୟର ବରିଷ୍ଠ କିରାଣି ତଥା ରାଜସ୍ବ ଅମଲା ସଂଘ ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଜିଲା ସଦର ମହକୁମ୍ମା ଡାକ୍ତରଖାନା ସାଥିରେ ଆଣି ଦୃଷ୍ଟି ବାଧିତ ଶିଶୁର କିଭଳି ଚିକିତ୍ସା ହୋଇପାରିବ ସେ ନେଇ ବିଭାଗ ସହ ଯୋଗାଯୋଗ କରିଥିଲେ ା ଏନେଇ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ସଂଯୋଜକ ଫିରୋଜ ବାଗଙ୍କୁ ପଚାରିବାରୁ ଆସନ୍ତା ୧୭ ତାରିଖରେ ଉକ୍ତ ଶିଶୁ ପୁତ୍ରକୁ ଭୁବନେଶ୍ୱରସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ପଠାଯାଇ ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଅନୁମତିରେ ଲୁହା ତରଳା କାରଖାନା, ଉତ୍କଟ ପ୍ରଦୂଷଣରେ ନୟାନ୍ତ ଅଞ୍ଚଳବାସୀ

ଯାଜପୁର ଅଫିସ/ଜେନାପୁର(ଡି.ଏନ.ଏ.),୭ା୧୧: ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିୟୋଜିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି) ଅଧିକାରୀମାନେ ଯାଜପୁର ଜିଲା ପାଇଁ ଆଖି ବୁଜିଦେଇଛନ୍ତି। ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ...

‘ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଦିଗ୍‌ଦର୍ଶନ ଦେବ’

ଯାଜପୁର ଟାଉନ,୧୬ା୧୨(ଡି.ଏନ.ଏ.): ଯାଜପୁର ଏନ୍‌ସି କଲେଜ ପଡ଼ିଆଠାରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚ୍ଚୁଆଲ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ର ସ୍ମାର୍ଟ...

ଫସଲ ବଞ୍ଚାଇବାକୁ ସଂଘର୍ଷ

ବଇଣ୍ଡା, ୧୦ା୧୧(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିଚାଲିଛି। ପ୍ରାୟ ମାସେ ହେଲା ୭ଟି ହାତୀ ନିୟମିତ ଭାବେ...

ସାତସିମିଳିରେ ପାନୀୟ ଜଳ ସାତ ସପନ: ଅଚଳ ଜଳ ପ୍ରକଳ୍ପ, ଭାଙ୍ଗିଲାଣି ଷ୍ଟାଣ୍ଡପୋଷ୍ଟ

ନନ୍ଦପୁର,୪ା୧୨(ଡି.ଏନ୍‌.ଏ.)- କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ଅନ୍ତର୍ଗତ ସାତସିମିଳି ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ...

ଦୁନିଆ ଦେଖିବା ଆଗରୁ ଆଖିବୁଜିଲା ଶିଶୁ

ଢେଙ୍କାନାଳ ଅଫିସ, ୨୨ା୮ ବିବାହର ଦୀର୍ଘ ୧୦ ବର୍ଷ ପରେ ଜନ୍ମ ହୋଇଥିଲା ଛୁଆଟିଏ। ହେଲେ ଡାକ୍ତରଙ୍କ ଦାୟିତ୍ୱହୀନତାରୁ ସମ୍ପୃକ୍ତ ନବଜାତକ ଦୁନିଆ ଦେଖିବା ଆଗରୁ...

ମଦ କାରବାର: ଜିଲାପାଳଙ୍କ ପଲା ଭାରି

ଭୁବନେଶ୍ୱର, ୬ା୫(ବ୍ୟୁରୋ): ରାଜ୍ୟର ମଦ ଦୋକାନ ଖୋଲିବା ନେଇ ଦ୍ୱନ୍ଦ୍ୱ ଏ ପର୍ଯ୍ୟନ୍ତ ଦୂର ହୋଇପାରୁନାହିଁ। ଗତ ୧ ତାରିଖରେ ଦେଶର ସମସ୍ତ ଗ୍ରୀନ ଜୋନ୍‌...

୨୪ ଘଣ୍ଟାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫।୩ (ବ୍ୟୁରୋ):   ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର ଏବଂ କେନ୍ଦୁଝର ଜିଲାର ଅଳ୍ପ କେତେକ ସ୍ଥାନରେ ଏବଂ ନୂଆପଡା, ବଲାଙ୍ଗୀର, ବରଗଡ,...

୩ ଓଡ଼ିଆଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର, ୨୫।୧୦(ବ୍ୟୁରୋ): ନୂଆଦିଲ୍ଲୀରେ ଅନୁଷ୍ଠିତ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଓଡ଼ିଶାର ତିନିଜଣଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ‘ଶଳା ବୁଢ଼ାର ବଦ୍‌ଲା’...

Advertisement
Archives

Model This Week