Posted inଖେଳ

ଦୃଷ୍ଟିହୀନ କ୍ରିକେଟ, ଭାରତ ସିରିଜ ବିଜୟୀଅଜୟଙ୍କ ଦ୍ୱିଶତକ, ଦୁର୍ଗାଙ୍କ ଶତକ

ଭୁବନେଶ୍ୱର, ୨୩।୭(କ୍ରୀଡ଼ା ପ୍ରତିନିଧି)-
କାରିବିୟନ ଗସ୍ତରେ ଥିବା ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ବିଜୟ ସହ ଏହାର ଅଭିଯାନ ଆରମ୍ଭ କରିଛି। ଅଧିନାୟକ ଅଜୟ ରେଡ୍ଡୀଙ୍କ ଅପରାଜିତ ଦ୍ୱିଶତକ ଏବଂ ଦୁର୍ଗା ରାଓଙ୍କ ଅପରାଜିତ ଶତକ ସହାୟତାରେ ଭାରତ ସୋମବାର ଅନୁଷ୍ଠିତ ଦ୍ୱିତୀୟ ଦୃଷ୍ଟିହୀନ କ୍ରିକେଟ ମ୍ୟାଚରେ ଜାମାଇକାକୁ ବୃହତ୍‌ ବ୍ୟବଧାନରେ ପରାସ୍ତ କରିଛି। ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ହୋଇ ଭାରତ ସିରିଜ ବିଜୟୀ ହୋଇଛି। ଟସ୍‌ ଜିତି ଜାମାଇକା ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଜାମାଇକା ବୋଲରମାନେ ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ଶୀଘ୍ର ୨ଟି ଉଇକେଟ ଖସାଇ ଦେଇଥିଲେ। ମାତ୍ର ଅଧିନାୟକ ଅଜୟ ରେଡ୍ଡୀ ୧୧୨ ବଲ୍‌ରୁ ୨୧୪ ଏବଂ ଦୁର୍ଗା ରାଓ ୮୭ ବଲ୍‌ରୁ ୧୩୪ ରନ ସଂଗ୍ରହ କରିବା ସହ ଅପରାଜିତ ରହି ଅସମାପ୍ତ ୩ୟ ଉଇକେଟରେ ୩୯୩ ରନ ଯୋଗକରି ୩୩ ଓଭରରେ ଭାରତୀୟ ସ୍କୋରକୁ ୪୧୫ରେ ପହଞ୍ଚାଇ ଦେଇଥିଲେ। ୪୧୬ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଜାମାଇକା ୩୧.୫ ଓଭରରେ ୨୩୬ ରନ କରି ଅଲଆଉଟ ହୋଇ ଯାଇଥିଲା। ଫଳରେ ଭାରତ ୧୭୯ ରନରେ ବିଜୟୀ ହୋଇଥିଲା। ଜାମାଇକା ପକ୍ଷରୁ ଶିମ୍‌ ସର୍ବାତ୍କ ୪୭ ଓ ଷ୍ଟିଓ୍ବାର୍ଟ ୪୦ ରନ ସ୍କୋର କରିଥିଲେ। ଦିନିକିଆ ସିରିଜରେ ଆଉ ଗୋଟିଏ ମ୍ୟାଚ ବାକିଥିବାବେଳେ ୨ ଦିନର ବିଶ୍ରାମ ପରେ ଉଭୟ ଦଳ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ବୁଧବାର ଅନୁଷ୍ଠିତ ହେବ।
ସଂକ୍ଷିପ୍ତ ସ୍କୋର
* ଭାରତ ୩୩ ଓଭରରେ ୪୧୫/୨(ଅଜୟ ରେଡ୍ଡୀ-୨୧୪*, ଦୁର୍ଗା ରାଓ-୧୩୪*, ଷ୍ଟିଓ୍ବାର୍ଟ-୧/୪୦)।
* ଜାମାଇକା ୩୧.୫ ଓଭରରେ ୨୩୬/ଅଲଆଉଟ(ଶିମ୍‌-୪୭, ଷ୍ଟିଓ୍ବାର୍ଟ-୪୦, ରିକେଟ୍ସ-୩୪, ଅଜୟ-୪/୨୯, ସୁନୀଲ-୧/୧୨, ଅମୋଲ-୧/୨୫, ଜାଫର-୧୨୪)।
* ମ୍ୟାନ ଅଫ୍‌ ଦି ମ୍ୟାଚ ଅଜୟ ରେଡ୍ଡୀ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri