Posted inଖେଳ

ଦୃଷ୍ଟିହୀନ କ୍ରିକେଟ, ଭାରତ ସିରିଜ ବିଜୟୀଅଜୟଙ୍କ ଦ୍ୱିଶତକ, ଦୁର୍ଗାଙ୍କ ଶତକ

ଭୁବନେଶ୍ୱର, ୨୩।୭(କ୍ରୀଡ଼ା ପ୍ରତିନିଧି)-
କାରିବିୟନ ଗସ୍ତରେ ଥିବା ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ ବିଜୟ ସହ ଏହାର ଅଭିଯାନ ଆରମ୍ଭ କରିଛି। ଅଧିନାୟକ ଅଜୟ ରେଡ୍ଡୀଙ୍କ ଅପରାଜିତ ଦ୍ୱିଶତକ ଏବଂ ଦୁର୍ଗା ରାଓଙ୍କ ଅପରାଜିତ ଶତକ ସହାୟତାରେ ଭାରତ ସୋମବାର ଅନୁଷ୍ଠିତ ଦ୍ୱିତୀୟ ଦୃଷ୍ଟିହୀନ କ୍ରିକେଟ ମ୍ୟାଚରେ ଜାମାଇକାକୁ ବୃହତ୍‌ ବ୍ୟବଧାନରେ ପରାସ୍ତ କରିଛି। ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ହୋଇ ଭାରତ ସିରିଜ ବିଜୟୀ ହୋଇଛି। ଟସ୍‌ ଜିତି ଜାମାଇକା ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଜାମାଇକା ବୋଲରମାନେ ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ଶୀଘ୍ର ୨ଟି ଉଇକେଟ ଖସାଇ ଦେଇଥିଲେ। ମାତ୍ର ଅଧିନାୟକ ଅଜୟ ରେଡ୍ଡୀ ୧୧୨ ବଲ୍‌ରୁ ୨୧୪ ଏବଂ ଦୁର୍ଗା ରାଓ ୮୭ ବଲ୍‌ରୁ ୧୩୪ ରନ ସଂଗ୍ରହ କରିବା ସହ ଅପରାଜିତ ରହି ଅସମାପ୍ତ ୩ୟ ଉଇକେଟରେ ୩୯୩ ରନ ଯୋଗକରି ୩୩ ଓଭରରେ ଭାରତୀୟ ସ୍କୋରକୁ ୪୧୫ରେ ପହଞ୍ଚାଇ ଦେଇଥିଲେ। ୪୧୬ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଜାମାଇକା ୩୧.୫ ଓଭରରେ ୨୩୬ ରନ କରି ଅଲଆଉଟ ହୋଇ ଯାଇଥିଲା। ଫଳରେ ଭାରତ ୧୭୯ ରନରେ ବିଜୟୀ ହୋଇଥିଲା। ଜାମାଇକା ପକ୍ଷରୁ ଶିମ୍‌ ସର୍ବାତ୍କ ୪୭ ଓ ଷ୍ଟିଓ୍ବାର୍ଟ ୪୦ ରନ ସ୍କୋର କରିଥିଲେ। ଦିନିକିଆ ସିରିଜରେ ଆଉ ଗୋଟିଏ ମ୍ୟାଚ ବାକିଥିବାବେଳେ ୨ ଦିନର ବିଶ୍ରାମ ପରେ ଉଭୟ ଦଳ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ବୁଧବାର ଅନୁଷ୍ଠିତ ହେବ।
ସଂକ୍ଷିପ୍ତ ସ୍କୋର
* ଭାରତ ୩୩ ଓଭରରେ ୪୧୫/୨(ଅଜୟ ରେଡ୍ଡୀ-୨୧୪*, ଦୁର୍ଗା ରାଓ-୧୩୪*, ଷ୍ଟିଓ୍ବାର୍ଟ-୧/୪୦)।
* ଜାମାଇକା ୩୧.୫ ଓଭରରେ ୨୩୬/ଅଲଆଉଟ(ଶିମ୍‌-୪୭, ଷ୍ଟିଓ୍ବାର୍ଟ-୪୦, ରିକେଟ୍ସ-୩୪, ଅଜୟ-୪/୨୯, ସୁନୀଲ-୧/୧୨, ଅମୋଲ-୧/୨୫, ଜାଫର-୧୨୪)।
* ମ୍ୟାନ ଅଫ୍‌ ଦି ମ୍ୟାଚ ଅଜୟ ରେଡ୍ଡୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଣ୍ଡିଚେରୀକୁ ହରାଇ କ୍ବାର୍ଟରରେ ଓଡ଼ିଶା

କଟକ ଅଫିସ,୨୪ା୪- ମହାରାଷ୍ଟ୍ରର କୋହ୍ଲାପୁରଠାରେ ଚାଲିଥିବା ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରେ ମଙ୍ଗଳବାର ଓଡ଼ିଶା ବୃହତ୍‌ ଗୋଲ ବ୍ୟବଧାନରେ ପଣ୍ଡିଚେରୀକୁ ପରାସ୍ତ କରିଛି ।...

ପୂର୍ବାଞ୍ଚଳରୁ ପ୍ରତିନିଧିତ୍ୱ କରିବ କିସ୍‌

ଭୁବନେଶ୍ୱର, ୧୩।୩ (କ୍ରୀଡ଼ା ପ୍ରତିନିଧି): ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌ ସହଯୋଗରେ ଚେନ୍ନାଇସ୍ଥିତ ଏଏମ୍‌ଇଟି ବିଶ୍ୱବିଦ୍ୟାଳୟ ପରିସରରେ ଚଳିତ ମାସ ୧୪ରୁ ସର୍ବଭାରତୀୟ ଆନ୍ତଃ ଜୋନ୍‌...

ଖୁସି ଖବର: କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ୍‌ ଆସିପାରିବେ ଦର୍ଶକ

ସିଡନୀ,୧୦।୧୧: କରୋନା ଯୋଗୁ କ୍ରିକେଟ ପ୍ରଶଂସକମାନେ ଦୀର୍ଘ ଦିନ ହେବ ଟିଭିରେ ମ୍ୟାଚ୍‌ ଉପଭୋଗ କରୁଛନ୍ତି। ତେବେ କରୋନା ଅବଧି ପରେ ପ୍ରଥମ ଥର ପାଇଁ...

ବଳାତ୍କାର ଧମକ ଚିନ୍ତାରେ ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ସ୍ତ୍ରୀ, ଗଲେ ହାଇକୋର୍ଟ

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ତାଙ୍କ ସ୍ତ୍ରୀ ହସିନ ଜାହାଁ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ତଥାପି ହସିନ ତଥାପି ସର୍ବଦା ଚର୍ଚ୍ଚାରେ ରହୁଛନ୍ତି।...

ଓ୍ବିମ୍ବେଲଡନ ଡ୍ର’ରେ ପ୍ରଥମ ଚାଇନିଜ୍‌ ଖେଳାଳି ଝାଙ୍ଗ୍‌ ଝିଝେନ୍‌

ଓ୍ବିମ୍ବେଲଡନ,୨୬ା୬(ଏପି)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ସ୍ଥାନ ପାଇବାରେ ଝାଙ୍ଗ୍‌ ଝିଝେନ୍‌ ହେଉଛନ୍ତି ଚାଇନାର ପ୍ରଥମ ପୁରୁଷ ଟେନିସ ଖେଳାଳି। ଓ୍ବିମ୍ବେଲଡନ ୧୯୬୮ରେ...

ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍‌, ଖୁବ୍‌ଶୀଘ୍ର କୋହଲି ନେବେ ସନ୍ୟାସ: ମୁସ୍ତାକ

କରାଚି,୧୦।୧୧: ଭାରତୀୟ ଟି-୨୦ ଫର୍ମାଟର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ପାକିସ୍ତାନର ପୂର୍ବତନ ଟେଷ୍ଟ ଲେଗ୍‌ ସ୍ପିନର...

କ୍ରିକେଟ୍‌ରେ ୟୋ-ୟୋ, ଡେକ୍ସା ଟେଷ୍ଟ କ’ଣ

ନୂଆଦିଲ୍ଲୀ,୨।୧: ଜାନୁଆରୀ ୧ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିସିସିଆଇ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ...

କୋହଲିଙ୍କୁ ଜନ୍ମଦିନରେ ଏହି ଉପହାର ଦେବ କି ଟିମ୍‌ ଇଣ୍ଡିଆ

ଆବୁଧାବି,୫।୧୧: ଟି୨୦ ବିଶ୍ୱକପ୍‌ର ଚତୁର୍ଥ ମୁକାବିଲାରେ ସ୍କଟଲ୍ୟାଣ୍ଡକୁ ଭେଟିବ ଟିମ୍‌ ଇଣ୍ଡିଆ। ଅଙ୍କ ତାଲିକା ଦେଖିଲେ ଏହି ମ୍ୟାଚ୍‌ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ...

Advertisement
Archives

Model This Week