ଦୃଷ୍ଟିବାଧିତ ଅନନ୍ତ କୁମାର ପାଇଲେ ଓଏଏସ୍‌: ଆତ୍ମବିଶ୍ୱାସ, ସକାରାତ୍ମକ ଚିନ୍ତାଧାରା ଦେଲା ସଫଳତା

ଖୋର୍ଦ୍ଧା ଅଫିସ/ବୋଲଗଡ,୮।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଆରିକମା ଗଁାର ଦୃଷ୍ଟବାଧିତ ଅନନ୍ତ କୁମାର ନାୟକ ଓଏଏସ୍‌ ପାଇଛନ୍ତି। ଜେନେରାଲ ର଼୍ୟାଙ୍କରେ କ୍ରମିକ ନଂ. ୧୩୦ ଥିବାବେଳେ ଭିନ୍ନକ୍ଷମ ର଼୍ୟାଙ୍କରେ ପ୍ରଥମରେ ରହିଛନ୍ତି। ପୁଅକୁ ପାଠ ପଢ଼େଇବାକୁ ଘର ଛାଡିଥିବା ବାପାଙ୍କ ପରିଶ୍ରମ ସାକାର ହୋଇଛି। ତେବେ ଶ୍ରେୟ ନେବାକୁ ପାଖରେ ନାହାନ୍ତି ବାପା। ଅନ୍ୟପକ୍ଷେ ବାପାଙ୍କ ଅଭିଳାଷକୁ ପୂରଣ କରିବାକୁ ପୁଅଙ୍କ ଆତ୍ମବିଶ୍ୱାସ ଓ ସକରାତ୍ମକ ଚିନ୍ତାଧାରା ଅନନ୍ତଙ୍କୁ ସଫଳତାର ମାର୍ଗ ଦେଖାଇଛି। ଓଏଏସ ପାଇବା ପରେ ଘରେ ଓ ଗଁାରେ ଲାଗି ରହିଛି ଆନନ୍ଦର ଲହରି। ଗଁାଲୋକ ଅନନ୍ତଙ୍କୁ ନେଇ ଗର୍ବ କରୁଛନ୍ତି। ଅନନ୍ତ ୧୯୯୧ ସେପ୍ଟେମ୍ବର ୨୫ରେ ଜନ୍ମଗ୍ରହଣ କରିଥିଲେ। ଜନ୍ମର ୨ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ୍‌ଠାକ୍‌ ଥିଲା। ଅନନ୍ତ ଦୁନିଆକୁ ଦେଖିପାରୁଥିଲେ। ପରେ ତାଙ୍କର ଆଖି ଆପେ ଆପେ ନଷ୍ଟ ହୋଇଗଲା। ପରିବାର ଲୋକ ରୋଗ ସମ୍ପର୍କରେ ଜାଣିପାରିଲେ ନାହିଁ। ୨ ଝିଅରେ ଗୋଟିଏ ପୁଅ। ବାପା ପୁଅର ଭବିଷ୍ୟତ ନେଇ ଚିନ୍ତିତ ହୋଇପଡିଲେ। ଭୁବନେଶ୍ୱରରେ ଦୃଷ୍ଟିହୀନଙ୍କ ପାଇଁ ସ୍କୁଲ ଥିବା ଜାଣିପାରି ୧୯୯୮ରେ ଘର ଛାଡି ଭୁବନେଶ୍ୱରର ଗଣ୍ଡମୁଣ୍ଡାରେ ରହିଲେ। ଆଉ ସେଠାରେ ବ୍ୟବସାୟ କରି ପରିବାରକୁ ଚଳାଇବା ସହ ନିଜର ଦୁଇଝିଅଙ୍କୁ ବିବାହ ଦେଲେ। ପୁଅକୁ ୧୯୯୯ରେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଭୁବନେଶ୍ୱର ୟୁନିଟ୍‌ ୩ ରେ ପାଠ ପଢ଼ାଇଲେ। ୧୯୯୯ରୁ ୨୦୦୯ ପର୍ଯ୍ୟନ୍ତ ସେଠାରେ ପାଠ ଅନନ୍ତ ପଢ଼ିଲେ। ପରେ ସେ ୨୦୧୪ରୁ ୧୬ ପର୍ଯ୍ୟନ୍ତ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଏମଏ କରିଥିଲେ। ୨୦୧୬ରୁ ୧୮ ପର୍ଯ୍ୟନ୍ତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଲ ଆଣ୍ଡ ଗଭର୍ନାନ୍ସରେ ଏମଫିଲ୍‌ କରିଥିଲେ। ୨୦୧୮ରୁ ଅଦ୍ୟାବଧି ଲ ଆଣ୍ଡ ଗଭର୍ନାନ୍ସରେ ପିଏଚଡି କରୁଛନ୍ତି। ତେବେ ୨୦୧୮ରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲେ। ଏଭଳିସ୍ଥଳେ ଅନନ୍ତଙ୍କୁ ଧରିତ୍ରୀ ପକ୍ଷରୁ ୪ଟି ପ୍ରଶ୍ନ ପଚରା ଯାଇଥିଲା।
*ସଫଳତାର ଶ୍ରେୟ କାହାକୁ ଦେବେ
ସଫଳତାର ଶ୍ରେୟ ପ୍ରଥମେ ବାପାଙ୍କ ପାଖକୁ ଯିବ। କାରଣ ସେ ଘର ଛାଡି ନ ଥିଲେ ଆଜି ମୁଁ ଓଏଏସ୍‌ ପାଇପାରି ନ ଥାନ୍ତି। ୨ୟରେ ମା, ଦୁଇ ଭଉଣୀ ଓ ଭିଣୋଇଙ୍କୁ ଦେବି। କାରଣ ସେମାନେ ମୋତେ ଆର୍ଥିକ, ମାନସିକ ସ୍ତରରେ ସହଯୋଗ ଓ ଉତ୍ସାହିତ କରିଥିଲେ। ହେଲେ ବାପା ୨୦୧୪ରୁ ଆରପାରିକୁ ଚାଲି ଯାଇଛନ୍ତି।
* ଭିନ୍ନକ୍ଷମ, ଅନ୍ୟମାନଙ୍କ ପାଇଁ ବାର୍ତ୍ତା କ’ଣ
ଭିନ୍ନକ୍ଷମମାନେ ନିଜକୁ ନିଜେ ଦୁର୍ବଳ ଅନୁଭବ କରିବା ଉଚିତ୍‌ ନୁହେଁ। ସରକାର ଭିନ୍ନକ୍ଷମଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ସେମାନେ ଯୋଜନା ସମ୍ପର୍କରେ ଅବଗତ ହୁଅନ୍ତୁ। ନିରାଶ ନ ହୋଇ କର୍ମ କରି ଚାଲନ୍ତୁ। ସଫଳତା ନିଶ୍ଚିତ ପାଇବେ। ସକ୍ଷମ ଯେ କେବଳ ସଫଳତା ପାଇବେ ତାହା ଭାବିବା ଭୁଲ। ପରିଶ୍ରମ କଳେ ସବୁ କିଛି ସମ୍ଭବ।
* ଆଗକୁ କ’ଣ କରିବାକୁ ଯୋଜନା ରଖିଛନ୍ତି
ଉଚ୍ଚ ଶିକ୍ଷାରେ ଗବେଷଣା ଜାରି ରଖିଛି। ମୋର ଶିକ୍ଷା ବିଭାଗ ପ୍ରତି ଦୁର୍ବଳତା ରହିଛି। ମୋତେ ସରକାର ଶିକ୍ଷା ବିଭାଗରେ ନିଯୁକ୍ତି ଦେଲେ, ଅନେକ କିଛି କରିପାରିବି ବୋଲି ଆଶା ରଖିଛି। ଭିନ୍ନକ୍ଷମମାନେ ଯେପରି ମୁଖ୍ୟସ୍ରୋତରେ ସାମିଲ୍‌ ହୋଇପାରିବେ ସେଥିପ୍ରତି ଦୃଷ୍ଟିଦେବି। ସାଧାରଣ ଲୋକ ଯେପରି ସରକାରୀ ସୁବିଧା ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବି। ଶିକ୍ଷା ବ୍ୟତୀତ ଅନ୍ୟ ବିଭାଗ ମିଳିଲେ ମଧ୍ୟ କାମ କରିବି।
*କ’ଣ ଆପଣଙ୍କର ସଉକ, ଦିନକୁ କେତେ ସମୟ ପଢୁଥିଲେ
ଚେସ୍‌ ଖେଳିବା, ଖବରକାଗଜ ପଢ଼ିବା ମୋର ସଉକ୍‌। ବିଭିନ୍ନ ସମୟରେ ମ୍ୟୁଜିୟମରେ ସମୟ କଟାଏ। ଦିନକୁ ୧୦ରୁ ୧୨ ଘଣ୍ଟା ପଢୁଥିଲି। ହେଲେ ମନ ଲାଗିଥିବା ପର୍ଯ୍ୟନ୍ତ ପଢୁଥିଲି। ମନକୁ ବାଧ୍ୟ କରି କୌଣସି କାମ କରୁ ନ ଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ଛାଡି ଖାଉଥିଲେ ବର୍ଗର! CJP ନେଲା କାର୍ଯ୍ୟାନୁଷ୍ଠାନ, ସଂଗଠନର ମୁଖପାତ୍ର ପଦରୁ…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ବିଜେତା ଦହିୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ସଂଗଠନର ମୁଖପାତ୍ର ପଦରୁ ହଟାଇ ଦେଇଛି। ଏହାର ସୂଚନା CJP…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

CJP ଆନ୍ଦୋଳନକୁ ନେଇ ମମତାଙ୍କ ବଡ଼ ଘୋଷଣା, ବିରୋଧୀ ହେଲେ କାବା!

ନୂଆଦିଲ୍ଲୀ,୨୧।୭: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (TMC) ପ୍ରମୁଖ ମମତା ବାନାର୍ଜୀ ଦଳର ବିଦ୍ରୋହୀ ନେତାମାନଙ୍କ ଉପରେ ଏପର୍ଯ୍ୟନ୍ତର ସବୁଠାରୁ କଡ଼ା ଆକ୍ରମଣ କରିଛନ୍ତି। ସେ ସ୍ପଷ୍ଟ ଶବ୍ଦରେ…

ଆସିଲା ଆଜ୍ଞାମାଳ: ରଥ ନେବ ଦକ୍ଷିଣ ମୋଡ଼

ପୁରୀ,୨୧ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା…

ଭିଟାମାଟି ଛାଡ଼ିଲେ ନାହିଁ ଗ୍ରାମବାସୀ: ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରି ନେଲେ ଶପଥ, ପ୍ରଶାସନ ନାକେଦମ

ବଲାଙ୍ଗୀର, ୨୧।୭ ( ସୁନିଲ କୁମାର ମହାନ୍ତି): ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ସକାଳୁ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri