Posted inଖେଳ

ଦୁଲୀପ ଟ୍ରଫି ମ୍ୟାଚରେ ନାଡ଼ା ଡୋପ୍‌ ଟେଷ୍ଟ ଆରମ୍ଭ କରିବ

ନୂଆଦିଲ୍ଲୀ,୧୮।୮(ପି.ଟି.)- ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ଆଗାମୀ ଦୁଲୀପ ଟ୍ରଫି ମ୍ୟାଚ୍‌ ଅବସରରେ ଭାରତୀୟ କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ଆରମ୍ଭ କରିବ। ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସହିତ ଚୁକ୍ତି କରିଥିବା ଖେଳାଳିମାନେ ଡୋପ୍‌ ଟେଷ୍ଟର ସମ୍ମୁଖୀନ ହେବେ। ବିସିସିଆଇର ଦାବି ଅନୁସାରେ ଯୋଗ୍ୟ ଡାକ୍ତର ବା ମେଡିକାଲ ପ୍ରାକ୍ଟିସନରମାନେ ଲିଡ ଡୋପ୍‌ କଣ୍ଟ୍ରୋଲ ଅଫିସର (ଏଲ୍‌ଡିସିଓ) ଭାବେ ଖେଳାଳିଙ୍କ ପରୀକ୍ଷା ନେବେ।
ନିକଟରେ ବିସିସିଆଇ କ୍ରିକେଟ ଅପରେଶନ ଜେନେରାଲ ମ୍ୟାନେଜର ସବା କରିମ ଓ ଆଣ୍ଟି ଡୋପିଂ ୟୁନିଟ୍‌ ମୁଖ୍ୟ ଡଃ ଅଭିଜିତ ସାଲଭି ନାଡ଼ା ଡାଇରେକ୍ଟର ଜେନେରାଲ ନବୀନ ଅଗ୍ରଓ୍ବାଲଙ୍କ କେତେକ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ ଓ ଏ ନେଇ ରୋଡ ମ୍ୟାପ୍‌ ପ୍ରସ୍ତୁତ କରିଥିଲେ। ବିସିସିଆଇ ସହଯୋଗରେ ଦୁଲୀପ ଟ୍ରଫିରୁ ହିଁ ଡୋପ ଟେଷ୍ଟ ଆରମ୍ଭ ହେବ ବୋଲି ନାଡ଼ା ତରଫରୁ ଆନୁଷ୍ଠାନିକ ଭାବେ କୁହାଯାଇଛି। ତେବେ ବେଙ୍ଗାଲୁରୁରେ ଏବେ ଇଣ୍ଡିଆ ବ୍ଲ୍ୟୁ ଓ ଇଣ୍ଡିଆ ଗ୍ରୀନ୍‌ ମଧ୍ୟରେ ଚାଲିଥିବା ଦୁଲୀପ ଟ୍ରଫିର ଉଦ୍‌ଘାଟନୀ ମ୍ୟାଚ୍‌ରେ ଡୋପ୍‌ ଟେଷ୍ଟ କରାଯିବ ନାହିଁ ବୋଲି ଆଶା କରାଯାଉଛି। ଏହା ଆସନ୍ତା ୨୩ ତାରିଖରେ ଆରମ୍ଭ ହେବାକୁ ଥିବା ପରବର୍ତ୍ତୀ ମ୍ୟାଚ୍‌ରେ ଆରମ୍ଭ କରାଯିବ।
ଇତିମଧ୍ୟରେ ବିସିସିଆଇ ପୂରା ଘରୋଇ ସେସନର କାର୍ଯ୍ୟସୂଚୀ ପ୍ରଦାନ କରିଛି। ଫଳରେ ନାଡ଼ା ତା’ର କ୍ରିକେଟ ଟେଷ୍ଟିଂ କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ସକ୍ଷମ ହେବ। ଦୁଲୀପ ଟ୍ରଫି ଏବେ ଆରମ୍ଭ ହୋଇସାରିଛି। ଫଳରେ ଡୋପ୍‌ ଟେଷ୍ଟ ଆଗାମୀ ମ୍ୟାଚ୍‌ରେ ହେବ ବୋଲି ଆଶା କରାଯାଉଛି। ତେବେ ଟାର୍ଗେଟ କିମ୍ବା ରାଣ୍ଡମ ଟେଷ୍ଟିଂ କରାଯିବ ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। କେବଳ ମ୍ୟାଚ୍‌ ଦିନ କେତୋଟି ପରୀକ୍ଷା କରାଯିବ ବୋଲି ସାଲଭି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri