ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଦୃଢ ପ୍ରତିବଦ୍ଧ। କୃଷକମାନଙ୍କର କଲ୍ୟାଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଆମର ଚିର ସହଚର। ୨୦୦୦-୦୧ରୁ ୨୦୧୮ ମଧ୍ୟରେ ରାଜ୍ୟରେ ୮ଥର ମରୁଡି, ୯ଥର ବନ୍ୟା, ୩ଥର ବାତ୍ୟା ଓ ୩ ଥର ରୋଗ ପୋକ ଦ୍ୱାରା ଫସଲ ନଷ୍ଟ ହୋଇଛି। ଏହା ସତ୍ତ୍ୱେ କୃଷି କ୍ଷେତ୍ରର ଦ୍ରୁତ ପ୍ରଗତି ଯୋଗୁ ଗ୍ରାମାଞ୍ଚଳର ବିକାଶ ଓ କୃଷକମାନଙ୍କର ସର୍ବାଙ୍ଗୀନ କଲ୍ୟାଣ ସାଧିତ ହେଉଛି। ରାଜ୍ୟରେ କୃଷକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଖାଦ୍ୟ ଶସ୍ୟ ଉତ୍ପାଦନ ବଢିଛି। ୨୦୦୦-୦୧ରେ ଖାଦ୍ୟ ଶସ୍ୟ ଉତ୍ପାଦନ ୫୫ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୧୪ରେ ଏହା ୧୧୮ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ମଙ୍ଗଳବାର ମୁଲତବୀ ପ୍ରସ୍ତାବର ଜବାବରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଦୁଗ୍ଧ, ମତ୍ସ୍ୟ, ଅଣ୍ଡା ଉତ୍ପାଦନ ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ୨୦୦୦-୦୧ରେ ଦୁଗ୍ଧ ଉତ୍ପାଦନ ୮.୭୫ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୧୮-୧୯ରେ ଏହା ୨୩.୦୯ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ସେହିପରି ଅଣ୍ଡା, ମାଂସ, ମତ୍ସ୍ୟ, ଉତ୍ପାଦନ କ୍ଷେତ୍ରରେ ରାଜ୍ୟର ଅଭିବୃଦ୍ଧି ହେଉଛି ବୋଲି ମନ୍ତ୍ରୀ କହିଛନ୍ତି। କୃଷି କ୍ଷେତ୍ରକୁ ଅଧିକ ଅର୍ଥ ଦେବାକୁ ୨୦୧୩-୧୪ଠାରୁ ସ୍ବତନ୍ତ୍ର କୃଷି ବଜେଟ ବିଧାନସଭାରେ ଉପସ୍ଥାପନ କରାଯାଉଛି। ରାଜ୍ୟ ସରକାର କୃଷକମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିଛନ୍ତି। କୃଷକମାନଙ୍କର ଜୀବିକା ଏବଂ ଆୟ ବୃଦ୍ଧି ପାଇଁ କାଳିଆ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ମନ୍ତ୍ରୀ କହିଥିଲେ। ହେଲେ ମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହୋଇ କଂଗ୍ରେସ ଦଳର ସଦସ୍ୟମାନେ ବିଧାନସଭା କକ୍ଷ ଛାଡି ବାହାରକୁ ଚାଲି ଯାଇଥିଲେ।
ରାଜ୍ୟର କୃଷି ଓ କୃଷକ ସମସ୍ୟା ପ୍ରତି ରାଜ୍ୟ ସରକାର ଉଦାସୀନ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରି କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଏ ସରକାରଙ୍କର ସବୁକିଛି କାଗଜ କଲମରେ ଚାଲିଛି। ୨୦୦୬ରେ ରାଜ୍ୟପାଳଙ୍କ ଅଭିଭାଷଣରେ ସରକାର କହିଥିଲେ ୫ ବର୍ଷରେ ସବୁ ବ୍ଲକକୁ ୩୦ ପ୍ରତିଶତ ଜଳସେଚନ ଯୋଗାଇ ଦେବେ। ୨୦୦୯ରେ ଚାଷୀଙ୍କୁ ମାଗଣାରେ ବିଦ୍ୟୁତ୍ ଶକ୍ତି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସରକାର ତାହା ଯୋଗାଇ ଦେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ସରକାରୀ ହିସାବ ଅନୁଯାୟୀ ଧାନ କୁଇଣ୍ଟାଲ ଉତ୍ପାଦନ ପାଇଁ ଜଣେ ଚାଷୀଙ୍କୁ ୨୩୪୪ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଧାନ ବିକୁଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି)୧୭୫୦ ଟଙ୍କାରେ। ତାହା ବି ଅନେକ ସମୟରେ ଚାଷୀଙ୍କୁ ମିଳୁ ନାହିଁ ବୋଲି ମିଶ୍ର କହିଥିଲେ। ଆଳୁ ମିଶନ ଫେଲ୍ ମାରିଛି। ଏହାକୁ ଲକ୍ଷ୍ୟ କରି ସରକାର ଶୀତଳ ଭଣ୍ଡାର ସ୍ଥାପନ ପାଇଁ ପ୍ରୋତ୍ସାହନ ଦେଇଥିଲେ। ସେହି ଶୀତଳ ଭଣ୍ଡାରଗୁଡିକ ବନ୍ଦ ହେବାକୁ ଯାଉଛି। ସରକାର ଘୋଷଣା କରିଥିବା ସବ୍ସିଡି ସେମାନଙ୍କୁ ମିଳି ନାହିଁ। ଏସବୁ ପ୍ରଶ୍ନର ଜବାବ ମାଗିଥିଲେ। ଭାଜପା ସଭ୍ୟ ଜୟନାରାୟଣ ମିଶ୍ର କହିଥିଲେ ଆଗରୁ ଆମ ଲୋକମାନେ ବାହାରକୁ ଯାଉ ନ ଥିଲେ। ଚାଷ ଯାହାଙ୍କର ଥିଲା ତାଙ୍କୁ ଅନେକ ସମ୍ମାନ ମିଳୁଥିଲା। ଏବେ ଚାଷ କରୁଥିବା ଲୋକଙ୍କୁ ଝିଅ ବାହା ଦେବାକୁ ରାଜି ହେଉନାହାନ୍ତି । ଚାଷ ଉପରେ ୭୦ ଭାଗରୁ ଅଧିକ ଲୋକ ନିର୍ଭର କରୁଛନ୍ତି। ସରକାର ଜମିକୁ ଜଳସେଚନ କିମ୍ବା ଚାଷୀଙ୍କୁ ବିହନ ଯୋଗାଇ ଦେଇପାରୁ ନାହାନ୍ତି।
ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ
ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…
ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର
ଭୁବନେଶ୍ବର,୨୨।୭: CMOରୁ ଫାଇଲ୍ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…
ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ
ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…
ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…
ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…
୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….
ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…
ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ
ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…
୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…
ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…
ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…
ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…
Archives

