ପୁରୀ ଅଫିସ, ୫।୧: ଜାତୀୟ ଦୁର୍ବିପାକ ପ୍ରଶମନ ବାହିନୀ ପକ୍ଷରୁ ପୁରୀ ଜିଲାରେ ଦୁର୍ବିପାକ ପରିଚାଳନା ଅଭ୍ୟାସ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ନେଇ ଶନିବାର ସର୍କିଟ ହାଉସ୍ରେ ଜିଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ବଙ୍ଗୋପସାଗରୀୟ ବହୁ କ୍ଷେତ୍ରୀୟ ବୈଷୟିକ ଓ ଆର୍ଥିକ ସହଯୋଗ (ବିମ୍ଷ୍ଟେକ) ପକ୍ଷରୁ ଏଥିଲାଗି ଏନ୍ଡିଆରଏଫ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ଆସନ୍ତା ୯,୧୦, ୧୫ ଓ ୧୬ ତାରିଖରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଦୁର୍ବିପାକ ଓ ବୃକ୍ଷରୋପଣ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିଭଳି ୧୭ ଓ ୨୧ ତାରିଖରେ ବିଭିନ୍ନ ଗୋଷ୍ଠୀସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସଚେତନତା ସୃଷ୍ଟି ନିମନ୍ତେ ଆସନ୍ତା ୨୩ ତାରିଖରେ ମାରାଥନ ଆୟୋଜନ କରାଯିବାକୁ ବୈଠକରେ ସ୍ଥିର ହୋଇଛି। ଏଥିସହ ବିଚ୍ ଭଲିବଲ, ରଙ୍ଗୋଲି, ପଟ୍ଟଚିତ୍ର ପ୍ରତିଯୋଗିତା ଏବଂ ହସ୍ତାକ୍ଷର ଅଭିଯାନର ଆୟୋଜନ କରାଯିବ। ଆସନ୍ତା ୨୮ ତାରିଖରେ ପୁରୀ ଏବଂ ଫେବୃୟାରୀ ୨ତାରିଖରେ ଚନ୍ଦ୍ରଭାଗା ବେଳାଭୂମି ସଫେଇ କରାଯିବ। ଫେବୃୟାରୀ ମାସରେ ମକ୍ଡ୍ରିଲ ସଂକ୍ରାନ୍ତୀୟ ଚୂଡ଼ାନ୍ତ କାର୍ଯ୍ୟକ୍ରମ ଆୟୋଜିତ ହେବ ଏବଂ ଏହାର ତାରିଖ ପରବର୍ତ୍ତୀ ପର୍ଯ୍ୟାୟରେ ଘୋଷଣା କରାଯିବା ନିମନ୍ତେ ଆଲୋଚନା ହୋଇଛି। ଏହି ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ, ଏନ୍ଡିଆରଏଫ୍ ଡିଆଇଜି ମହମ୍ମଦ ମହସିନ, ସିନିୟର କମାଣ୍ଡାଣ୍ଟ ଜାକୋବ କିସ୍ପୋଟା, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଜିଲା ଜରୁରିକାଳୀନ ଅଧିକାରୀ ଇତିଶ୍ରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଦୁର୍ବିପାକ ପରିଚାଳନା ଅଭ୍ୟାସ ପ୍ରସ୍ତୁତି ବୈଠକ: ସଚେତନତା ପାଇଁ ୨୩ରେ ମାରାଥନ
Posted inଆମ ଜିଲା ଖବର, ପୁରୀ, ମେଟ୍ରୋ View All

ନାବାଳିକାଙ୍କୁ ବଳାତ୍କାର
ବାରିପଦା,୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ...

ଗାଁ ମୁହାଁ ସମୁଦ୍ର
ଗୋପାଳପୁର,୧।୭: ଗାଁ ଆଡକୁ ମାଡ଼ି ଆସୁଛି ସମୁଦ୍ର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ। ଗତ ୫ ଦିନ...
ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ
ନୂଆପଡା ଅଫିସ/କୋମନା,୭।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗାଁରେ ଏକ ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଖବର ମିଳିଛି...

ଛାତ୍ରଙ୍କୁ ଉଦ୍ଧାର କରିବାକୁ ଯାଇ ମହାନଦୀରେ ବୁଡ଼ି ଶିକ୍ଷକଙ୍କ ଜୀବନ ଗଲା
ନୟାଗଡ଼ ଅଫିସ,୨୮ା୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋ ମହାନଦୀ ଶ୍ମଶାନ ତୁଠରେ ବୁଡ଼ି ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଶିକ୍ଷକ ଜଣକ ହେଲେ କେନ୍ଦ୍ରାପଡ଼ା...

ସ୍ତ୍ରୀଙ୍କ ଆଖି ସାମ୍ନାରେ ନଦୀରେ ଭାସିଗଲେ ସ୍ବାମୀ, ମିଳିନି ପତ୍ତା
ଚିତ୍ରକୋଣ୍ଡା,୨୧ା୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟେଲା ଥାନା ଅନ୍ତର୍ଗତ ବଡ଼ପଡ଼ା ପଞ୍ଚାୟତ କାଦଗୁମା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଆଖି...

ଏଡିଏମ୍ଓଙ୍କୁ ନିଲମ୍ବନର ଅଭିନବ ପ୍ରତିବାଦ : ପୋଷାକରେ ପ୍ଲିଜ ସସ୍ପେଣ୍ଡ ମି ବ୍ୟାଜ୍ ଲଗାଇଲେ କାର୍ଯ୍ୟରତ ଡାକ୍ତର
ବରଗଡ଼ ଅଫିସ,୨୬।୧୦: ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସିଥିବା ୨୭ଜଣ ମହିଳାଙ୍କୁ ନିଶ୍ଚେତକ ଇଞ୍ଜେକସନ ଦେଇ ସେମାନଙ୍କୁ ବିନା ଅସ୍ତ୍ରୋପଚାରରେ...

ପୋଲିସର ସଟ୍ଟା ଚଢାଉ, ୪୭ ଗିରଫ
ବରଗଡ ଅଫିସ,୬।୪: ବରଗଡ ଜିଲା ପୋଲିସ ସଟ୍ଟା ଧରପଗଡକୁ ଜୋରଦାର୍ କରିଛି। ଜିଲାର ବିଭିନ୍ନ ସ୍ଥାନରେ ଅତର୍କିତ ଚଢାଉ କରି ପୋଲିସ ୪୭ଜଣଙ୍କୁ ଗିରଫ କରିଛି।...

ଚାଷୀ ଝିଅ ଶୁଚିସ୍ମିତା ଓଡ଼ିଶା ମହିଳା କ୍ରିକେଟର ଉଜ୍ଜ୍ୱଳ ତାରକା
ରସୁଲପୁର,୨୩ା୧୨(ଡି.ଏନ.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବଡ଼କଇଞ୍ଚତ୍ ପଞ୍ଚାୟତ ଗରୁଆଳ ଗ୍ରାମର ଚାଷୀ ଚନ୍ଦ୍ରମଣୀ ପଣ୍ଡାଙ୍କ ଝିଅ ଶୁଚିସ୍ମିତା ପଣ୍ଡା ୧୯ବର୍ଷରୁ କମ୍ ଓଡ଼ିଶା ମହିଳା...