ଦୁର୍ନୀତିକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର, ୨୦।୭(ସ୍ବ.ପ୍ର.): ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡରେ ବ୍ୟାପକ ଦୁର୍ନୀତି ହୋଇଛି। ମହୁଚାଷୀଙ୍କୁ ତାଲିମ ଦେବା, ମହୁବାକ୍ସ କିଣିବାନେଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ଏହି ମହା ଦୁର୍ନୀତିକୁ ଜାଣିଶୁଣି ଚାପି ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ଫାଇଦା ଚାଷୀଙ୍କୁ ମିଳୁନାହିଁ। ସଂସ୍ଥାର ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଏ ସମସ୍ତ ଅର୍ଥକୁ ହଡ଼ପ କରୁଛନ୍ତି। ଏହି ଘଟଣାର ତଦନ୍ତ କରାଯାଉ। ଏ ନେଇ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ। ଭାଜପା ସଦସ୍ୟମାନେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡରେ ହୋଇଥିବା ମହାଦୁର୍ନୀତିକୁ ନେଇ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ମଧ୍ୟ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିବା ବିଷୟ କଂଗ୍ରେସ ବିଧାନସଭାରେ ଉଠାଇଛି। ଗତ ୨୦ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟକୁ ଦିଆଯାଇଥିବା ଅନୁଦାନର କୌଣସି ଅଡିଟ୍‌ କରାଯାଉ ନାହିଁ। ଶହ ଶହ କୋଟି ଟଙ୍କା ହଡ଼ପ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ବିଧାନସଭା ହୁଲ୍‌ସ୍ତୁଲ୍‌ କରିଛନ୍ତି। ଫଳରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ବିଧାନସଭାକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରାଯାଇଛି। ଏହି ଦୁର୍ନୀତି ଉପରେ ପଦକ୍ଷେପ ନେବାଲାଗି ବାଚସ୍ପତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲିକ ପ୍ରମୁଖଙ୍କୁ ନିଜ ଚାମ୍ବରକୁ ଡାକି ଆଲୋଚନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ମାତିଲେ ଦୁର୍ବୃତ୍ତ: ଯୁବତୀଙ୍କଠାରୁ ଲୁଟିନେଲେ ମୋବାଇଲ

ଭୁବନେଶ୍ୱର,୧।୧୦(ବ୍ୟୁରୋ)-ରସୁଲଗଡ଼ କେନାଲ ରୋଡ ଅଞ୍ଚଳରେ ଜଣେ ଯୁବତୀଙ୍କଠାରୁ ଗୁରୁବାର ଦିନ ଦ୍ୱି’ପ୍ରହରରେ ଲୁଟ୍‌ ହୋଇଛି। ଯୁବତୀ ଜଣକ ସ୍କୁଟିରେ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କଠାରୁ ମୋବାଇଲ ଲୁଟିନେଇଛନ୍ତି।...

ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଯାଞ୍ଚ ଦାବି

ପୁରୀ ଅଫିସ,୩୧ା୧୦: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଯାଞ୍ଚ ଲାଗି ଦାବି କରିଛନ୍ତି ପୁରୀ ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି...

ବଣ୍ଡାଘାଟିରେ ଜଳକଷ୍ଟ: ବର୍ଷାଦିନେ ବି ଚୁଆପାଣି ଭରସା

ଗୋବିନ୍ଦପାଲି,୨୨ା୭(ଡି.ଏନ.ଏ.)- ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଣ୍ଡାଘାଟି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି। ବର୍ଷାଦିନେ ମଧ୍ୟ ଲୋକେ ଚୁଆପାଣି ଉପରେ ନିର୍ଭର କରୁଛନ୍ତି।...

ମହାନଦୀକୁ ଡେଇଁପଡ଼ିଲେ ଯୁବତୀ

ସମ୍ବଲପୁର,୧୪ା୯(ଶୁଭାଶିଷ ପାଢ଼ୀ): ସମ୍ବଲପୁର ଟାଉନ ଥାନା ଚାଉଁରପୁର ମହାନଦୀ ବ୍ରିଜ୍‌ ଉପରୁ ଡେଇଁ ଗୁରୁବାର ଜଣେ ଯୁବତୀ ନିଖୋଜ ହୋଇଯାଇଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ଓଡ୍ରାଫ ଟିମ୍‌...

ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ସୋମବାର ଅପରାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ସେହିପରି ଏହି...

କମ୍ପାନୀକୁ ୧୨ କୋଟି ଟଙ୍କାର ଚୂନା ଲଗାଇଥିଲେ କ୍ୟାସିୟର

ଝାରସୁଗୁଡା ଅଫିସ୍‌,୨୩।୫, ଝାରସୁଗୁଡ଼ା ସରବାହାଲ ସ୍ଥିତ ଓଡ଼ିଶା-ବେଙ୍ଗଲ କ୍ୟାରିୟର ଲିଃ ନାମକ ଟ୍ରାନ୍ସପୋର୍ଟ କମ୍ପାନୀରୁ ୧୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା।...

୭୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ୨୦୨୨-୨୩ ଖରିଫ ଓ ରବି ଋତୁରେ ରାଜ୍ୟରୁ ୭୧ ଲକ୍ଷ ମେଟ୍ରିକ ଟନ ଧାନ ଅର୍ଥାତ୍‌ ୪୮ ଲକ୍ଷ ମେଟ୍ରିନ ଟନ ଚାଉଳ ସଂଗ୍ରହ...

ଆଦିବାସୀଙ୍କ ଜମିରେ ଗଛ ଲଗାଇଲା ଜଙ୍ଗଲ ବିଭାଗ: ଉତ୍ତେଜନା,ଉପଜିଲାପାଳଙ୍କୁ ଭେଟିଲେ ଲୋକେ

ଛତ୍ରପୁର,୧୭ା୭(ଡି.ଏନ.ଏ.)-ବେଗୁନିଆପଡା ବ୍ଲକ ଅଧୀନ ଡଭାବଣିଆ ଆଦିବାସୀ ଗଁା ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ମିଳିଥିବା ଜମିରେ ଜଙ୍ଗଲ ବିଭାଗ ଗଛ ଲଗାଇବାକୁ ନେଇ...

Advertisement
Archives

Model This Week