ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଯୋଡ଼ା, ୩ା୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ତଥା ୫୨୦ ନଂ. ଜାତୀୟ ରାଜପଥ କଣ୍ଡରା ଛକଠାରେ ନିର୍ମାଣ ହେଉଥିବା ଟୋଲଗେଟ୍‌ ନିକଟରେ ଏକ ବାଇକକୁ ଅଜଣା ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଚମ୍ପୁଆ ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମର ଯଶରାଜ ମୁଣ୍ଡା(୨୬) ଓ ସୋମା ମୁଣ୍ଡା(୨୩)। ସେମାନେ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ବାଇକ୍‌ (ନଂ. ଓଆର୦୨ ଏଏସ୍‌ ୮୨୪୨)ରେ ବିଲେଇପଦାରୁ ଘରକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଏକ ଅଜଣା ଗାଡି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଯୋଡା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ ଓ ବିଲେଇପଦା ଫାଣ୍ଡି ଅଧିକାରୀ ରଞ୍ଜନ କୁମାର ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଶୁକ୍ରବାର ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ ଜିଲାରେ ବଜ୍ରପାତ ସହ କୁଆପଥର ବର୍ଷା ଆଶଙ୍କା

ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟର ୮ଟି ଜିଲାରେ ବଜ୍ରପାତ ସହ କୁଆପଥର ବର୍ଷା ହେବା ନେଇ ଶନିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସନ୍ଧ୍ୟା ୬ରୁ କୋରାପୁଟ, କେନ୍ଦୁଝର,...

ଗାଁ ଭିତରକୁ ପଶିଲା ଭାଲୁ: କବାଟ ଦେଇ ରଖିଲେ ଲୋକେ

ପାଟଣା,୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଉଦୟପୁର ବିଟ୍‌ରେ ମଙ୍ଗଳବାର ସକାଳୁ ଏକ ଭାଲୁ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସି ଆତଙ୍କ...

ପୁଅ ଚିକିତ୍ସା ଚିନ୍ତାରେ ମା’ବାପା

ବାଲେଶ୍ୱର ଅଫିସ, ୧୨।୧୦: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ତାଳପଦା ଗ୍ରାମର ସୁଶାନ୍ତ ପଟ୍ଟନାୟକ ଓ ସ୍ତ୍ରୀ ସଞ୍ଜୁଲତାଙ୍କ ୨ବର୍ଷର ପୁଅ ପୀୟୁଷ। ଜନ୍ମ...

ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପିପିଲି ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହୋଇଥିଲା। ଏହାପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ...

ଦେଶୀ ପଦ୍ଧତିରେ ବିଦେଶୀ ଫଳ

ପଦ୍ମପୁର, ୨୯।୭ (ଡି.ଏନ.ଏ) ସିମେଣ୍ଟ ଖୁଣ୍ଟ ଉପରେ ମାଡ଼ିଛି କଣ୍ଟା ଜାତୀୟ ବିଦେଶୀ ଡ୍ରାଗନ ଫ୍ରୁଟ୍‌ ଗଛ। ଲତାଗୁଡ଼ିକ ଭଲ ଭାବେ ବଢ଼ିବା ପାଇଁ ତିଆରି...

୬ଦିନରେ ୪.୭୫କୁଇଣ୍ଟାଲ ଗଞ୍ଜେଇ ଜବତ

ସୋନପୁର,୧।୩(ନି.ପ୍ର.): ଆକ୍ସନ ମୁଡରେ ଏବେ ସୁବର୍ଣ୍ଣପୁର ଜିଲା ଅବକାରୀ ବିଭାଗ। ମଙ୍ଗଳବାର ଅବକାରୀ ବିଭାଗର ଜିଲା ମୋବାଇଲ ଟିମ୍‌ ସୋନପୁର ଥାନା ହରଡଖୋଲ ନିକଟରେ ଚଢାଉ...

ପୋଖରୀରୁ କଙ୍କାଳ ଉଦ୍ଧାର ଘଟଣା: ଅପମୃତ୍ୟୁ ମାମଲା ହେଲା ହତ୍ୟା ମାମଲା

ଦିଗପହଣ୍ଡି,୧୫ା୯(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମ ସୋଲ ପୋଖରୀ କାମ ଚାଲିଥିବା ବେଳେ ଏପ୍ରିଲ ୧ ତାରିଖ ସନ୍ଧ୍ୟାରେ ଅଖାରେ ଭର୍ତ୍ତି ଏକ ନରକଙ୍କାଳ...

ରାସ୍ତା ନିର୍ମାଣକୁ ନେଇ ପୁଣି ବିବାଦ ଘନେଇଲା: ପ୍ରଶାସନ ଉପସ୍ଥିତିରେ ମାଟି ଉଠାଯିବାରୁ ଉତ୍ତେଜନା

ଖଣ୍ଡପଡ଼ା,୧୮।୧୨(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦରାଜପୁର ପଞ୍ଚାୟତ ନୂଆସହି ରାସ୍ତା ନିର୍ମାଣକୁ ନେଇ ସୋମବାର ବରକୋଳି ଗ୍ରାମର ବହୁ ବ୍ୟକ୍ତି ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା...

Advertisement
Archives

Model This Week