Posted inଖେଳ

ଦୁର୍ଘଟଣାରେ ଫ୍ରୁମ୍‌ ଆହତ

ରୋଆନେ (ଫ୍ରାନ୍ସ), ୧୩ା୬ (ଏଏଫ୍‌ପି)- ବିଶିଷ୍ଟ ସାଇକ୍ଲିଷ୍ଟ ଖ୍ରିସ୍‌ ଫ୍ରୁମ୍‌ ବୁଧବାର ବୁଧବାର ଅଭ୍ୟାସ ବେଳେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଗୋଡ଼, ହାତ, ପିଚା ଓ ପଞ୍ଜରାରେ ଆଘାତ ଲାଗିଛି। ଫଳରେ ସେ ଟୁର୍‌ ଡି ଫ୍ରାନ୍ସ ସାଇକ୍ଲିଂ ପ୍ରତିଯୋଗିତାରୁ ବାହାରିଯାଇଛନ୍ତ ଯେଉଁଥିରେ ସେ ୪ଥର ବିଜେତା ହୋଇସାରିଛନ୍ତି। ୩୪ ବର୍ଷୀୟ ଫ୍ରୁମ୍‌ ଚଳିତବର୍ଷ ୫ମ ଥର ଏଥିରେ ଟାଇଟଲ ଜିତିବା ଲାଗି ଲକ୍ଷ୍ୟ ରଖିଥିଲେ। ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଫ୍ରୁମ୍‌ଙ୍କ ଇନୋସ୍‌ ଟିମ୍‌ ପ୍ରିନ୍ସପାଲ ଡେଭ୍‌ ବ୍ରେସ୍‌ଫୋଲ୍ଡଙ୍କ ସୂଚନା ଅନୁସାରେ ସେଣ୍ଟ୍ରାଲ ଫ୍ରାନ୍ସ ଅନ୍ତର୍ଗତ କ୍ରିଟେରିଅମ୍‌ ଡୁ ଡଫିନ୍‌ଠାରେ ହେବାକୁଥିବା ଚତୁର୍ଥ ଷ୍ଟେଜ୍‌ ପୂର୍ବରୁ ବୁଧବାର ଅଭ୍ୟାସ ବେଳେ ଏହି ଦୁର୍ଘଟଣା ଘଟିଛି। ଫ୍ରୁମ୍‌ ତାଙ୍କ ଡଚ୍‌ ଟିମ୍‌ମେଟ୍‌ ଓଟ୍‌ ପୋଏଲ୍ସ ସହିତ ଏକ ପାହାଡ଼ିଆ ଗଡ଼ାଣିଆ ରାସ୍ତାରେ ଖସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କ ସାଇକେଲଟି ସଡ଼କ ପାର୍ଶ୍ୱର ଏକ କାନ୍ଥରେ ଯାଇ ପିଟି ହୋଇଯାଇଥିଲା। ସେତେବେଳେ ସାଇକେଲଟିର ଘଣ୍ଟା ପ୍ରତି ସ୍ପିଡ୍‌ ୬୦ କିଲୋମିଟର ଥିବା ଅନୁମାନ କରାଯାଉଛି। ତାଙ୍କୁ ହେଲିକପ୍ଟର ଯୋଗେ ଏକ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି। ଫ୍ରୁମ୍‌ ୬ ମାସ ପରେ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଫିଟ୍‌ ହୋଇ ଯାଇଥିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡକ୍ତରମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩୦୧ ନମ୍ବର ଜର୍ସି ପିନ୍ଧିଲେ ଗେଲ୍‌

ପୋର୍ଟ ଅଫ୍‌ ସ୍ପେନ, ୧୫।୮(ପି.ଟି.)- ବୁଧବାର ଏଠାରେ ଅନୁଷ୍ଠିତ ଭାରତ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ କ୍ୟାରିୟର ୩୦୧ତମ ଏକଦିବସୀୟ ଖେଳିଥିଲେ ଓ୍ବେଷ୍ଟଇଣ୍ଡିଜ ଦୁର୍ଦ୍ଦଶ...

ଶସ୍ତାରେ ଚାଲିଗଲେ ଓପନର

ଓଭାଲ,୨।୯: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଖୁବ୍‌ ଶସ୍ତାରେ ଦୁଇ ଓପନରଙ୍କ ଉଇକେଟ ହରାଇଛି। ରୋହିତ ଶର୍ମା (୧୧) ଓ ଲୋକେଶ...

ପଟିଆଲା, ବେଙ୍ଗାଲୁରୁ ସାଇରେ ୩୦ ପଜିଟିଭ୍‌: ତାଲିକାରେ ଅଲିମ୍ପିକ୍ସ ଖେଳାଳି ନାହାନ୍ତି

ନୂଆଦିଲ୍ଲୀ,୧।୪(ପି.ଟି.): ପଟିଆଲା ଓ ବେଙ୍ଗାଲୁରୁସ୍ଥିତ ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ରେ ୩୦ ଜଣ କ୍ରୀଡ଼ାବିତ୍‌ ଓ ସପୋର୍ଟ ଷ୍ଟାଫ୍‌ କୋଭିଡ୍‌-୧୯ ପଜିଟିଭ ବୋଲି ଜଣାପଡ଼ିଛି।...

କେବେ ଖାଇବାକୁ ପାଖରେ ନ ଥିଲା ଟଙ୍କା, ଏବେ ମୁମ୍ବାଇରେ ୩୦ କୋଟି ଟଙ୍କାର ଘର କିଣିଲେ ଏହି କ୍ରିକେଟର୍‌

ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ସେମାନଙ୍କ ଜୀବନରେ ଅନେକ ଆର୍ଥିକ ସଙ୍କଟ ଦେଖିଛନ୍ତି। ଉଭୟ ଖେଳାଳି ରୁଷ କରି ବ୍ୟାଟ୍‌...

‘ମୋତେ ଗୁଳି କରାଯାଇନି’

ନୂଆଦିଲ୍ଲୀ,୧୦।୧୧: ରେସଲର ନିଶା ଦାହିୟା ଓ ତାଙ୍କ ଭାଇଙ୍କୁ ଦୃର୍ବୁତ୍ତମାନେ ଗୁଳି କରି ହତ୍ୟା କରିଥିବା ନେଇ କେତେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।...

‘ବୋଲରଙ୍କୁ ଦ୍ୱିତୀୟ କିଛି ଚିନ୍ତା କରିବା ଦରକାର ନାହିଁ’

ଚେନ୍ନାଇ,୧୮।୩: ବୋଲର ବୋଲିଂ କରିବା ପୂର୍ବରୁ ନନ୍‌ ଷ୍ଟ୍ରାଇକ୍‌ର ଏଣ୍ଡ୍‌ରେ ରନ୍‌ ଆଉଟ୍‌ ଉପରେ ଏମ୍‌ସିସିର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଭେଟେରାନ ଭାରତୀୟ ଅଫ୍‌ ସ୍ପିନର...

ଭାରତୀୟ କ୍ରିକେଟ ଦଳର ଏହି ଅଧିନାୟକଙ୍କର ଥିଲେ ୧୦ ସ୍ତ୍ରୀ, ୮୮ ସନ୍ତାନ

ସ୍ବାଧୀନତା ପୂର୍ବରୁ ଆମ ଦେଶ ଅନେକ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିଲା। ପଟିଆଲା ସେଥିମଧ୍ୟରୁ ମଧ୍ୟରୁ ଗୋଟିଏ। ପଟିଆଲାକୁ ଧନୀ ରାଜ୍ୟଗୁଡ଼ିକ ମଧ୍ୟରେ ଗଣାଯାଉଥିଲା। ମହାରାଜା...

ମହିଳାଙ୍କ ମେକ୍‌ଅପ୍‌ କରନ୍ତି ଏହି କ୍ରିକେଟରଙ୍କ ସ୍ତ୍ରୀ

ବିଶ୍ୱର ସବୁଠାରୁ ବିପଜ୍ଜନକ ବୋଲରଙ୍କ ମଧ୍ୟରୁ ଅନ୍ୟତମ ନ୍ୟୁଜିଲାଣ୍ଡର ତାରକା ବୋଲର ଟିମ୍‌ ସାଉଥିଙ୍କ ସ୍ତ୍ରୀ ବ୍ରାଇ ଫାହି ମଧ୍ୟ ତାଙ୍କ ଭଳି ପ୍ରତିଭାର ଅଧିକାରୀ।...

Advertisement
Archives

Model This Week