ଦୁର୍ଘଟଣାରୁ ବର୍ତ୍ତିଲା ବସ୍‌, ୫୦ ପର୍ଯ୍ୟଟକ ସୁରକ୍ଷିତ

ଦାରିଙ୍ଗବାଡ଼ି/ ସୋରଡା, ୫।୨(ଡି.ଏନ.ଏ.) -କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ୯ ନଂ.ଘାଟି ବୁଲାଣୀ ରାସ୍ତାରେ ବୁଧବାର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି ଏକ ଘରୋଇ ବସ୍‌। ୫୦ପର୍ଯ୍ୟଟକଙ୍କୁ ନେଇ ଏହି ବସ୍‌ ଦାରିଙ୍ଗବାଡିରୁ ଭୁବନେଶ୍ୱର ଫେରୁଥିଲା। ସୂଚନାପ୍ରକାରେ, ଭୁବନେଶ୍ୱରରୁ ଏକ ଘରୋଇ ବସ୍‌ ନଂ(ଓଡି୦୨-ବିଜି-୪୪୧୧) ନେଇ ପ୍ରାୟ ୫୦ ଜଣ ଯାତ୍ରୀ ଦାରିଙ୍ଗବାଡ଼ିକୁ ବୁଲିବାକୁ ବୁଧବାର ଆସିଥିଲେ। ବୁଲାବୁଲି କରି ସନ୍ଧ୍ୟାରେ ଭୁବନେଶ୍ୱର ଫେରୁଥିଲେ। ଦାରିଙ୍ଗବାଡ଼ିରୁ ପ୍ରାୟ ୧୭ କି.ମି. ଯିବା ପରେ ଗାଜଲବାଡ଼ି ଘାଟିର ୯ ନଂ ବୁଲାଣୀରେ ଚାଳକ ବସ୍‌ଟିକୁ ବୁଲାଇ ପାରି ନ ଥିଲେ। ଫଳରେ ଗାଡ଼ିଟି ଘାଟି ତଳକୁ ଖସିବା ସହ ଅଧା ରାସ୍ତା ଉପରେ ସମ୍ମୁଖ ଭାଗ ଝୁଲି ରହିଯାଇଥିଲା। ଏଥିରେ କେତେକ ପର୍ଯ୍ୟଟକ ସାମନ୍ୟ ଆହତ ହୋଇଥିଲେ। ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ଏବଂ ସୋରଡ଼ା ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ସୋରଡ଼ା ଆଇଆଇସି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, ରବିବାର ମଧ୍ୟ ଏକ ଟ୍ରକ୍‌ ଗାର୍ଡ଼ ୱାଲ ନ ଥିବାରୁ ଘାଟି ତଳକୁ ଖସିବାରୁ ଅଳ୍ପକେ ରକ୍ଷା ପାଇଥିଲା। ଗାର୍ଡ଼ ୱାଲ୍‌ ନିର୍ମାଣରେ ବିଳମ୍ବ ଯୋଗୁ ଉକ୍ତ ଘାଟିରାସ୍ତାରେ ଦୁର୍ଘଟଣା ବଢୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ଓଲଟିଲା କଲେଜ ବସ୍‌: ଓଜେଇଇ ପରୀକ୍ଷାର୍ଥୀ ଗୁରୁତର

ଦିଗପହଣ୍ଡି,୧୬।୧୦(ଡି.ଏନ୍‌.ଏ.): ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ନଂ ଜାତୀୟ ରାଜପଥ ତପ୍ତପାଣି ଘାଟିରେ ଘଟିଛି ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ୨୫ରୁ ଊର୍ଦ୍ଧ୍ବ ଓଜେଇଇ ପରୀକ୍ଷାର୍ଥୀ ଆହାତ ହୋଇଛନ୍ତି। ଆହତଙ୍କ...

୬ ସ୍ଥାନରେ ଖୋଲିଲା କୋର୍ଟ

କଟକ ଅଫିସ,୧୯ା୧: ରାଜ୍ୟର ୬ଟି ସ୍ଥାନରେ ନୂତନ କୋର୍ଟ ବୁଧବାର ଉଦ୍‌ଘାଟିତ ହୋଇଛି। ସେଗୁଡିକ ହେଲା ମାଲକାନଗିରି ଜିଲା କୁଡୁମୁଲୁଗୁମାଠାରେ ସିଭିଲ ଜଜ ତଥା ଜେଏମ୍‌ଏଫ୍‌ସି,...

ଖାଇବାକୁ ମିଳୁନି, ଋଣ ଅସୁଲ ହେଉଛି  

ସମ୍ବଲପୁର, ୧୧।୬ (ବ୍ୟୁରୋ)-ସରକାର ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକର ଋଣ ଅସୁଲ କରିବା ଉପରେ ରୋକ୍‌ ଲଗାଇଛନ୍ତି। ହେଲେ ମାଇକ୍ରୋ ଫାଇନାନ୍ସ କମ୍ପାନୀ...

ଯୋଜନା ବଦଳାଇ ଚଢ଼ାଉ

ଓଡ଼ାପଡ଼ା, ୧୧ା୭(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକରେ ଲଘୁ ଖଣିଜ ଚୋରାଚାଲାଣ ପାଇଁ ସ୍ବତନ୍ତ୍ର ଭାବେ ହ୍ବାଟ୍ସଆପ୍‌ ଗ୍ରୁପ୍‌ କରାଯିବା ଏବଂ ଏଥିରେ କେତେଜଣ...

ମହାନଦୀରୁ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ, ଏବେ ବି ଜଣେ ନିଖୋଜ

କଟକ ଅଫିସ,୧୧।୪: ମହାନଦୀରରୁ ସୋମବାର ଅନ୍ୟଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହେଲେ ଏବେ ବି ଆଉ ଜଣେ ଛାତ୍ର ନିଖୋଜ ଅଛନ୍ତି ।...

ଆମ୍ବୁଲାନ୍ସ, ରୋଗୀଙ୍କୁ ଛାଡ଼ିଲେନି ଆନ୍ଦୋଳନକାରୀ

ପାଲଲହଡ଼ା, ୧୨ା୩(ଡି.ଏନ.ଏ.): ୬ ଦଫା ଦାବି ନେଇ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର କେନ୍ଦୁପତ୍ର ତୋଳାଳିମାନେ ବୁଧବାର ୪୯ନଂ. ଜାତୀୟ ରାଜପଥର ଶିବ ମନ୍ଦିର ଛକ...

ଦାଦନ ଖଟିବାକୁ ଯାଇ ଫସିଛନ୍ତି ସ୍ବାମୀ:ସ୍ତ୍ରୀଙ୍କ କାନ୍ଧରେ ୪ ପିଲାଙ୍କ ବୋଝ

କୋକସରା, ୩୧।୫(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ସନପୋଡ଼ାଗୁଡ଼ା ଗ୍ରାମର ମୋହନ ମେହେର ପରିବାର ପ୍ରତିପୋଷଣ ପାଇଁ ଗତ ୬ମାସ ତଳେ ବେଙ୍ଗାଲୁରୁକୁ ଦାଦନ ଖଟିବାକୁ...

ଦଣ୍ଡବତ ଯାତ୍ରାରେ ସନ୍ଥ: ବିଶ୍ୱର ମଙ୍ଗଳ ପାଇଁ ରାଜସ୍ଥାନରୁ ପୁରୀ

ନୟାଗଡ଼ ଅଫିସ,୧୧।୮: ବିଶ୍ୱର ମଙ୍ଗଳ କାମନା ସହ ଭାରତରେ ଶାନ୍ତି ପ୍ରତିଷ୍ଠା ପାଇଁ ରାମସିଂ ଭଗତ ନାମକ ଜଣେ ସନ୍ଥ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଧାମ ପୁରୀକୁ ଦଣ୍ଡବତ...

Advertisement
Archives

Model This Week