ଦୁର୍ଗାପୂଜା ଉପଲକ୍ଷେ ଶାନ୍ତି କମିଟି ବୈଠକ: ଶବ୍ଦ ପ୍ରଦୂଷଣ ଉପରେ ଲାଗିବ ଲଗାମ

ବାଲେଶ୍ୱର ଅଫିସ, ୨୧।୯-ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାରେ ପାଳନ କରିବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଶୁକ୍ରବାର ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି ା ଅତିରିକ୍ତ ଜିଲାପାଳ ସମ୍ବିତ ନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାର, ପୂର୍ବତନ ବିଧାୟକ ଅରୁଣ ଦେ, ଗୋପନାରାୟଣ ଦେ, ସଦର ବିଧାୟକ ପ୍ରତିନିଧି ଗୌରାଙ୍ଗ ଦାସ, ଉପଜିଲାପାଳ ନିଲୁ ମହାପାତ୍ର, ଜିଲା ସୂଚନା ଅଧିକାରୀ ସୁବାସ ନିହାଲଙ୍କ ସମେତ ବିଭିନ୍ନ ପୂଜା କମିଟିର ସଦସ୍ୟମାନେ ଯୋଗଦେଇ ସେମାନଙ୍କ ମତାମତ ରଖିଥିଲେ। ଦୁର୍ଗାପୂଜା ଲାଗି ବାଲେଶ୍ୱର ସହରରେ ପ୍ରାୟ ୭୨ରୁ ଊର୍ଦ୍ଧ୍ୱ ମେଢ ନିର୍ମିତ ହେବାକୁ ଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମହାଷଷ୍ଠୀ ପୂଜା ଅକ୍ଟୋବର ୪ତାରିଖରେ ଆରମ୍ଭ ହେବ। ୮ ତାରିଖରେ ଦଶହରା ପୂଜା ସହ ୭ ତାରିଖରେ ସ୍ଥାନୀୟ ଆଇଟିଆଇ ପଡିଆରେ ରାବଣପୋଡି ଉତ୍ସବ ଅନୁଷ୍ଠିତ ହେବ। ୯ତାରିଖରେ ଭସାଣି ଯାତ୍ରା ଓ ବାଲେଶ୍ୱରର ପ୍ରସିଦ୍ଧ ପାରମ୍ପରିକ ବାଡ଼ିଖେଳ ଅନୁଷ୍ଠିତ ହେବ, ଯେଉଁଥିରେ ବିଭିନ୍ନ ଆଖଡା ଦଳ ଅଂଶଗ୍ରହଣ କରିବେ। ଭସାଣି ଯାତ୍ରା ସକାଳ ୮ଟାରୁ ଆରମ୍ଭ ହୋଇ ରାତି ୧୦ଟା ସୁଦ୍ଧା ସରିବ। ବାଡି ଖେଳରେ ଯେପରି ତୀକ୍ଷ୍‌ଣ ଧାରଯୁକ୍ତ ଖଣ୍ଡା, ଅସ୍ତ୍ରଶସ୍ତ୍ର ବ୍ୟବହାର ନ ହୁଏ ସେଥିପାଇଁ କମିଟିଗୁଡିକ ଯତ୍ନବାନ ହେବା ସହ ପୋଲିସ ତନଖି କରିବାକୁ ସିଦ୍ଧାନ୍ତ ହୋଇଛି। ଆଇନଶୃଙ୍ଖଳା ଏବଂ ଟ୍ରାଫିକ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି ା ଭସାଣି ଯାତ୍ରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବା ଏବଂ ଡାକବାଜି ଯନ୍ତ୍ର ତଥା ଡିଜେ ମ୍ୟୁଜିକ ସିଷ୍ଟମ ଉପରେ କଟକଣା ଲଗାଇବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ଏବଂ ମ୍ୟୁଜିକ ସିଷ୍ଟମକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବାଲେଶ୍ୱର ଉପଜିଲାପାଳଙ୍କ ଅଫିସ୍‌ରେ ସିଙ୍ଗଲ ଓି୍ବଣ୍ଡୋ ମାଧ୍ୟମରେ ପୂଜା କମିଟିମାନଙ୍କୁ ସମସ୍ତ ପ୍ରକାର ଅନୁମତି ପତ୍ର ଏବଂ ଆପତ୍ତି ବିହୀନ ପ୍ରମାଣପତ୍ର ଯୋଗାଇ ଦିଆଯିବ। ସିଙ୍ଗଲ ଓି୍ବଣ୍ଡୋ ମାଧ୍ୟମରେ ବିଜୁଳି, ପ୍ରଦୂଷଣ, ଶବ୍ଦ, ଥାନା, ଅଗ୍ନିଶମ ବିଭାଗର ଅନୁମତି ପତ୍ର ପ୍ରଦାନ କରାଯିବ। ସୁରକ୍ଷା ଲାଗି ସମସ୍ତ ପୂଜାମଣ୍ଡପରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା। ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ରାସ୍ତାଘାଟ ମରାମତି, ମାଦକ ଦ୍ରବ୍ୟ ନିଷେଧ, ପାନୀୟଜଳ ଯୋଗାଣ, ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ଆସନ୍ତା ଦୁର୍ଗାପୂଜାକୁ ଆନନ୍ଦ ଉଲ୍ଲାସ ତଥା ଶାନ୍ତିଶୃଙ୍ଖଳାରେ ପାଳନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସହଯୋଗ କାମନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁତୁରାଙ୍କୁ ଆକ୍ରମଣ ମାମଲା:ଦାଦାଙ୍କୁ ୬ ବର୍ଷ ଜେଲ୍‌,୧୦ ହଜାର ଜରିମାନା

ଭଦ୍ରକ ଅଫିସ, ୨୨।୬ – ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁକ୍ରବାର ପୁତୁରାକୁ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ଦାଦା ବାସୁଦେବପୁର ଥାନା...

ବାଣଫୁଟି ଯୁବକ ଗୁରୁତର

ଖଇରା,୪ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା କ୍ଷିରିପଦା ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବାଣ ଫୁଟାଉଥିବା ସମୟରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୁହଁ...

୨ ଗୋରୁ ବୋଝେଇ କଣ୍ଟେନର ଅଟକ: ୮ ଗିରଫ

ରେମୁଣା,୧୨ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଟୋଲ୍‌ଗେଟ୍‌ ଦେଇ ୭ ଗୋରୁବୋଝେଇ କଣ୍ଟେନର ଯାଉଥିବା ବେଳେ ଆର୍‌ଏସ୍‌ଏସ୍‌ର କେତେଜଣ ଯୁବକ ତାଙ୍କୁ ପିଛା...

ପ୍ରଚାର ବେଳେ ଉତ୍ତେଜନା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନ ଯଶୀପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ସୋମବାର ବିଜେଡି ପକ୍ଷରୁ ନିର୍ବାଚନ ପ୍ରଚାର ହୋଇଥିଲା।...

୨୦ ବର୍ଷରେ ବୁଟୁ-ଲକ୍ଷ୍ମୀଧର ଯୋଡ଼ିଚା’ ଦୋକାନ ଦେଇଛି ସାହାରା :ଏକାଠି ଭଡା ଘର ନେଇ ସପରିବାର ରହୁଛନ୍ତି

କେନ୍ଦୁଝର, ୧୬ା୭ (ସ୍ବ.ପ୍ର.)- ସେମାନେ ଥିଲେ ପରସ୍ପର ଅପରିଚିତ। ଗ୍ରାମ ଅଲଗା ା କାମ ବି ଅଲଗା । ପରିସ୍ଥିତି ସେମାନଙ୍କୁ ଏକାଠି କଲା। ଆଜିକୁ...

ତୃତୀୟ ଶ୍ରୀକ୍ଷେତ୍ର ନୀଳିଗିରି ସ୍ନାନମଣ୍ଡପରେ ତିନିଠାକୁର

ସଜନାଗଡ଼,୧୭ା୬(ଡି.ଏନ୍‌.ଏ.): ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ୱର ଜିଲାର ନୀଳଗିରି ସ୍ନାନମଣ୍ଡପରେ ବିଜେ କରିଛନ୍ତି ତିନି ଠାକୁର। ସ୍ନାନପୂର୍ଣ୍ଣିମା ଅବସରରେ ସକାଳ ୮ଟାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର,...

ପାଇଲଟ୍‌ ପ୍ରକଳ୍ପ ବାଟବଣା

ଜଳେଶ୍ୱର, ୩।୬(ଡି.ଏନ.ଏ.) ଦୁଇବର୍ଷ ତଳେ ବାଲେଶ୍ୱର ଜିଲାର କ୍ଲଷ୍ଟର ରୁରାଲ ହାଉସିଂ କଲୋନୀ ଜଳେଶ୍ୱର ବ୍ଲକରେ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା ା...

ବିନା ଲାଇସେନ୍ସରେ ଚାଲିଛି ବାଣ ଦୋକାନ : ପୋଲିସ, ଅଗ୍ନିଶମ ବିଭାଗ ଚୁପ୍‌

ରୂପ୍‌ସା, ୨୭ା୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ସମେତ ରୂପ୍‌ସା ଥାନା ଅଞ୍ଚଳରେ ୨ ଦିନ ଧରି ଶହ ଶହ ବେଆଇନ ବାଣ ଦୋକାନ ଦେଖିବାକୁ ମିଳୁଛି। ପ୍ରଶାସନ...

Advertisement
Archives

Model This Week