Posted inଜାତୀୟ

ଦୁଇ ବର୍ଷରେ ଥରେ ବଢୁଛି ପିଆଜର ଦାମ୍‌

ନୂଆଦିଲ୍ଲୀ,୩।୧୨: ଏବେ ଦେଶର ଅଧିକାଂଶ ଭାଗରେ ପିଆଜର ଦର ଯେଉଁଭଳି ଭାବେ ବଢିଛି ତାହା ସମସ୍ତଙ୍କ ଆଖିରେ ଏକ ପ୍ରକାର ଲୁହ ଆଣି ଦେଇଛି ବୋଲି ଆଲୋଚନା ହେଉଛି। କାରଣ ପିଆଜର କିଲୋ ପିଛା ଦାମ୍‌ ଶହେ ଟଙ୍କାରେ ପହଞ୍ଚିଛି। ଏହାକୁ ଲକ୍ଷ୍ୟ କଲେ ଦେଖାଯାଏ ପିଆଜର ଦାମ୍‌ ପ୍ରତି ୨ ବର୍ଷରେ ଥରେ ବୃଦ୍ଧି ହୋଇଥାଏ। ବିଶେଷ କରି ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଏହି ଦର ବୃଦ୍ଧି ହୋଇଥାଏ। ବର୍ଷା ଓ ବନ୍ୟା ଫଳରେ ଏମିତି ଦରବୃଦ୍ଧି ହୋଇଥାଏ ବୋଲି କୁହାଯାଇଛି। ଚଳିତବର୍ଷ ବନ୍ୟାରେ ମହାରାଷ୍ଟ୍ରରେ ପିଆଜ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବାରୁ ଏମିତି ସମସ୍ୟା ଉପୁଜିଛି। ତେଣୁ ନୂଆ ଫସଲ ଅମଳ ନ ହେବା ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହେବ ନାହିଁ ବୋଲି ଜଣାପଡିଛି। ଅନ୍ୟପଟେ ପର୍ଯ୍ୟାପ୍ତ ପରିମାଣର ଶୀତଳ ଭଣ୍ଡାର ନ ଥିବାରୁ ପ୍ରତି ୨ ବର୍ଷରେ ଥରେ ପିଆଜ ଦର ବୃଦ୍ଧି ଘଟୁଥିବା ଆଲୋଚନା ହେଉଛି। ଯାହାକୁ ନେଇ ଉଭୟ ସରକାର ଓ ଖାଉଟି କାନ୍ଦିବା ଭଳି ପରିସ୍ଥିତି ଉପୁଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଙ୍କଟରେ ଦେଶକୁ ଫେରିଛନ୍ତି ୧୪ ଲକ୍ଷରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ, ୧୭।୯: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବା ସମୟରେ ୧୪ ଲକ୍ଷରୁ ଅଧିକ ଭାରତୀୟ ସ୍ବଦେଶ ଫେରିଛନ୍ତି। ଗୁରୁବାର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୂରଲୀଧରନ...

ବାରଣ ସତ୍ୱେ ଜଳୁଛି ନଡା: ବଢୁଛି ବାୟୁ ପ୍ରଦୂଷଣର ମାତ୍ରା

ଅମ୍ରିତସର,୧୪।୧୦: ପଞ୍ଜାବରେ ସରକାରଙ୍କ ପକ୍ଷରୁ ନଡା ଜାଳିବା ବାରଣ କରାଯାଇଥିଲେ ବି ଅମ୍ରିତସରରେ କୃଷକମାନେ ନଡା ଜାଳୁଥିବା ଦେଖିବାକୁ ମିଳିଛି। ଫଳରେ ଦିଲ୍ଲୀର ବାୟୁ ପ୍ରଦୂଷଣ...

ଏହି ସବୁ କାରଣରୁ ଅଟକି ରହିଥାଏ ଆପଣଙ୍କ ସଫଳତା, ଆଉ ପିଛା ଛାଡିନଥାଏ ଦୁର୍ଭାଗ୍ୟ

ଅଧିକାଂଶ ସମୟରେ ଅନେକ ବ୍ୟକ୍ତିମାନେ ବାରମ୍ବାର ପ୍ରୟାସ ଜାରି କରିବା ସତ୍ତ୍ବେ ମଧ୍ୟ ସଫଳତା ପାଇ ନ ଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଘରର...

ଔଦ୍ୟୋଗିକ ଉତ୍ପାଦନ ହ୍ରାସ:ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି

ନୂଆଦିଲ୍ଲୀ,୧୩-୯:ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ଔଦ୍ୟୋଗିକ ଉତ୍ପାଦନ ଖୁସି ଆଣିନାହିଁ। ଜୁଲାଇରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଅଭିବୃଦ୍ଧି ହାର ୪.୩% ରହିଛି।...

ମାଓବାଦୀଙ୍କ ଟାର୍ଗେଟ୍‌ରେ ସୁରକ୍ଷାକର୍ମୀ: ଆଇଇଡି ବିସ୍ପୋରଣରେ ୧୫ କୋବ୍ରା ଯବାନ ଆହତ

ରାଞ୍ଚି, ୨୮।୫: ଝାଡ଼ଖଣ୍ଡରେ ମାଓବାଦୀ କୋବ୍ରା ବାଟାଲିୟନ ଏବଂ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ମଙ୍ଗଳବାର ସ୍ଥାନୀୟ ସରାୟକେଲାର କୁଚାଇ ଅଞ୍ଚଳରେ ୨୦୯ କୋବ୍ରା ବାଟାଲିୟନ...

ବିଶ୍ୱ ଜନସଂଖ୍ୟା ଦିବସ: ୮ ବର୍ଷ ପରେ ଭାରତରେ ଦେଖାଯିବ ଜଳ ସଙ୍କଟ

ନୂଆଦିଲ୍ଲୀ,୧୧।୭: ସାରା ବିଶ୍ୱ ଜୁଲାଇ ୧୧କୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରୁଛି। ପ୍ରଥମେ ଏହା ୧୯୮୯ରେ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଗର୍ଭନିଂ କାଉନସିଲ୍‌...

ଭାରତରେ ପ୍ରଥମ ରଙ୍ଗ ବଦଳାଉଥିବା ବିରଳ ମାଛର ସନ୍ଧା

କୋଚି,୨।୬: ସେଣ୍ଟ୍ରାଲ ମେରାଇନ ମତ୍ସ୍ୟ ପ୍ରତିଷ୍ଠାନ (ସିଏମ୍‌ଏଫ୍‌ଆର୍‌ଆଇ) ର ବୈଜ୍ଞାନିକମାନେ ଏକ ବିରଳ ମାଛର ସନ୍ଧାନ କରିଛନ୍ତି। ଏହି ମାଛ ନିଜର ରଙ୍ଗ ପରିବର୍ତ୍ତନ କରିବା...

ପରୀକ୍ଷା ସ୍ଥଗିତ ରଖିବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ କହିଲା ୟୁଜିସି

ନୂଆଦିଲ୍ଲୀ,୧୯।୩ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ୟୁଜିସି ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି।...

Coronavirus Update


Archives

Model This Week

Why Dharitri