ଦୁଇ ନକଲି ଡ୍ରାଇଭିଂ ଲାଇସେନ୍ସଧାରୀ ଭାରୀଯାନ ଚାଳକ ଗିରଫ

ବଡ଼ବିଲ,୨୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ରବିବାର ଦୁଇ ନକଲି ଡ୍ରାଇଭିଂ ଲାଇସେନ୍ସଧାରୀ ଭାରୀଯାନ ଚାଳକଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସୁନ୍ଦରଗଡ଼ ଜିଲା କୋଇଡା ଥାନା କାଦଡିହା ଅଞ୍ଚଳର ଜଗନ୍ନାଥ ଲୋହାର ଏବଂ ବଣ୍ଡମୁଣ୍ଡାସ୍ଥିତ ଉତ୍ତମବସ୍ତି ଅଞ୍ଚଳର ରାଜେନ୍ଦର ସୁରିନ। ଉଭୟ ନକଲି ଡ୍ରାଇଭିଂ ଲାଇସେନ୍ସଧାରୀ ଭାରୀଯାନ ଚାଳନା କରୁଥିବା ପୋଲିସ ସୂଚନା ଦେଇଛି। ବଡ଼ବିଲ ଥାନା ଇନ୍ସପେକ୍ଟର ସୁଶାନ୍ତ ଦାଶ କହିଛନ୍ତି, ଗତ ମଙ୍ଗଳବାର ବଡ଼ବିଲ ପୋଲିସ କେନ୍ଦୁଝର ଜିଲା ପାଟଣା ଥାନା ମଲ୍ଲୀପଶି ଅଞ୍ଚଳରେ ଚଢ଼ାଉ କରି ନକଲି ଡ୍ରାଇଭିଂ ଲାଇସେନ୍ସ ତିଆରି କରୁଥିବା ଅଭିଯୋଗରେ ସୁଶାନ୍ତ କୁମାର ବେଜ ଓରଫ ଲୁଲୁଙ୍କ ଗିରଫ କରିଥିଲା। ଲୁଲୁଙ୍କ ଠାରୁ ଏହି ଅଭିଯୁକ୍ତ ଦ୍ୱୟ ୩ ହଜାର ଟଙ୍କା ବିନିମୟରେ ଡ୍ରାଇଭିଂ ଲାଇସେନ୍ସ କ୍ରୟ କରିଥିବା ଜଣାପଡ଼ିଥିଲା। ତେଣୁ ପୋଲିସ ଜଗନ୍ନାଥ ଓ ରାଜେନ୍ଦରଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ, ସାବୁନ ବଣ୍ଟନ

କେନ୍ଦୁଝର, ୧୮।୪(ସ୍ବ.ପ୍ର.)-ହରିଚନ୍ଦନପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କରୋନା ମହାମାରୀ ପାଇଁ ହରିଚନ୍ଦନପୁର ପ୍ରେସ କ୍ଲବ ପକ୍ଷରୁ ସାବୁନ, ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି।...

କରୋନା ସହାୟତା: ଦିଗପହଣ୍ଡିରେ ୬୩ କଳାକାରଙ୍କୁ ମିଳିଲା ଭତ୍ତା ଟଙ୍କା

ଦିଗପହଣ୍ଡି,୧୧।୪(ଡି.ଏନ୍‌.ଏ.): କରୋନା (କୋଭିଡ୍‌ -୧୯) ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ଲକ୍‌ଡାଉନ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ବିଭିନ୍ନ...

ମୋବାଇଲ କିଣି ନ ଦେବାରୁ ପୁଅ କଲା ଆତ୍ମହତ୍ୟା

ପଟ୍ଟାଙ୍ଗି,୧୯ା୫(ଡି.ଏନ.ଏ)-ବାପା ମୋବାଇଲ୍‌ କିଣି ନ ଦେବାରୁ ପୁଅ(୧୪) ଆତ୍ମହତ୍ୟା କରିବା ପରି ଘଟଣା କୋରାପୁଟ ଜିଲା ପଟାଙ୍ଗି ଥାନା ତଥା ସେମିଳିଗୁଡା ବ୍ଲକ ଅଞ୍ଚଳରେ ଘଟିଛି।...

ଗରାବଡ଼ୁ ସେବକଙ୍କ କରୋନା ଟେଷ୍ଟ ଆରମ୍ଭ

ପୁରୀ ଅଫିସ,୨୯।୫: ଆସନ୍ତା ଜୁନ୍‌ ୫ ତାରିଖରେ ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି।...

ବେଳାଭୂମିରେ ବୁଲିବ ଡୋଜର

ବାଲେଶ୍ୱର ଅଫିସ, ୧୬।୯:ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ଜବରଦଖଲ କରିଥିବା ଉଠାଦୋକାନୀଙ୍କୁ ନିଜ ତରଫରୁ ଉଠିଯିବା ଲାଗି ପ୍ରଶାସନ ପକ୍ଷରୁ ଜଣାଇ ଦିଆଯାଇଥିଲା। ଗତ ବୁଧବାର ପର୍ଯ୍ୟନ୍ତ...

ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟଣା: ବାଳକଙ୍କ ମୃତ୍ୟୁ, ଗୁରୁତରଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପରିବାର ପକ୍ଷରୁ ଦାବି

ଓଡଗାଁ,୨।୬(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ହାଡାଝୋଳା ଢିପିସାହିରେ ୨୫ ତାରିଖ ରାତିରେ ଗ୍ୟାସଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ରବିବାର ଅଗ୍ନିକାଣ୍ଡ...

ହିନ୍ଦୁ, ମୁସଲମାନ ମିଶି କରନ୍ତି ଆରାଧନା

ଖୋର୍ଦ୍ଧା ଅଫିସ,୧୩ା୧୦: ଖୋର୍ଦ୍ଧାରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ଆରଧନା। ପୂଜାମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆକର୍ଷଣୀୟ ସାଜସଜ୍ଜା, ତୋରଣ, ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ପୁରୁଣା...

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତାଳଧ୍ୱଜ ରଥ

ପୁରୀ ଅଫିସ, ୨୩।୬: ନବ ଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଭାଉଭଉଣୀଙ୍କୁ ସାଥୀରେ ଧରି ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ମହାପ୍ରଭୁ। ପ୍ରଥମେ ପୂର୍ବାହ୍ନ ୧୧ଟା ୫୫ରେ...

Advertisement
Archives

Model This Week