ଦୁଇ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରା ଗିରଫ

ବଲାଙ୍ଗୀର ଅଫିସ, ୨୫ା୯: ବଲାଙ୍ଗୀର ଜିଲା ପୁଇଁତଲା ଥାନା ପୋଲିସ ଦୁଇ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରାଙ୍କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଦୁଇ ଲୁଟେରା ହେଲେ ଲୋଇସିଂହା ଥାନା ସାଲେଭଟା ଗଁ।ର ନରେନ୍ଦ୍ର ସୁନା ଓରଫ୍‌ ନରେନ୍‌ (୩୦) ଓ ନଅଗଁ।ର ନବୀନ ଭିତିରିଆ (୨୩) । ଏହି ଅଭିଯୁକ୍ତଙ୍କଠାରୁ ପୋଲିସ ଏକ ଟିଭିଏସ୍‌ ଆପାଚି ବାଇକ୍‌ (ଓଡି୩୧ଇ-୮୨୪୮), ୨ଟି ମୋବାଇଲ ଫୋନ୍‌, ୩ ହଜାର ୪ ଶହ ଟଙ୍କା, କିଛି ରୂପା ଅଳଙ୍କାର ଜବତ କରିଛି । ପୁଇଁତଲା ଥାନାରେ ଏକ ଖବରଦାତା ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଗତ ୨୩ ତାରିଖ ଅପରାହ୍ଣ ୨ଟାରେ ୫୭ ନମ୍ବର ଜାତୀୟ ରାଜପଥରେ ସୋନପୁରରୁ ବଲାଙ୍ଗୀର ଫେରୁଥିବା ଏକ ଟ୍ରକ୍‌ (ଓଡି୦୨ବିଏଫ୍‌-୦୩୫୬)କୁ ମଲମଣ୍ଡା ନିକଟରେ ଦୁଇଜଣ ବାଇକ୍‌ ଆରୋହୀ ଅଟକାଇଥିଲେ। ସେମାନେ ଟ୍ରକ୍‌ ଡ୍ରାଇଭର ବେଣୁଧର ବେହେରାଙ୍କଠାରୁ ୩୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏ ନେଇ ଟ୍ରକ୍‌ ଡ୍ରାଇଭର ବେହେରା ପୁଇଁତଲା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଥାନାରେ ଏକ ମାମଲା (ନଂ.୧୭୦/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତ ଆରମ୍ଭ ପରେ ଟିଭିଏସ୍‌ ଆପାଚି ବାଇକ୍‌କୁ ଚିହ୍ନଟ କରି ସାଲେଭଟାର ନରେନ୍ଦ୍ର ସୁନାଙ୍କୁ ଗିରଫ୍‌ କରିଥିଲା । ତାଙ୍କୁ ଜେରା କରାଯିବା ପରେ ସହଯୋଗୀ ଲୁଟେରା ନବୀନ ଭିତିରିଆଙ୍କୁ ଗିରଫ କରାଯାଇଥିଲା। ଉଭୟେ ଟ୍ରକ୍‌ ଡ୍ରାଇଭର ବେହେରାଙ୍କଠାରୁୁ ୩୦ହଜାର ଟଙ୍କା ଲୁଟିଥିତ୍ବା ସ୍ବୀକାର କରିଥିଲେ । ଜେରା ବେଳେ ପୂର୍ବରୁ ବଲାଙ୍ଗୀର-ବରଗଡ ୨୬ ନମ୍ବର ଜାତୀୟ ରାଜପଥର ଖମାରମୁଣ୍ଡାଠାରେ ଅନ୍ୟ ଏକ ଟ୍ରକ୍‌ରୁ ୪୪ହଜାର ଟଙ୍କା ଲୁଟିଥିତ୍ବା ସ୍ବୀକାର କରିଥିଲେ । ଏହା ସହିତ ଏକାଧିକ ଗାଡି ଅଟକାଇ ସେମାନେ ଜୋରଜବରଦସ୍ତ ଚାନ୍ଦା ଆଦାୟ କରୁଥିତ୍ବା ସ୍ବୀକାର କରିଥିବା ଖବରଦାତା ସମ୍ମିଳନୀରେ ପୁଇଁତଲା ଥାନା ଅଧିକାରୀ ବି.ରୁଦ୍ରିୟା ସୂଚନା ଦେଇଛନ୍ତି । ଏହି ଦୁଇ ହାଇୱେ ଲୁଟେରାଙ୍କୁ କୋର୍ଟଚାଲାଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣେରେ ଓଡ଼ିଆ ଯୁବକଙ୍କ ଜୀବନ ଗଲା

ଭଦ୍ରକ ଅଫିସ, ୨୪ା୨: ପୁଣେରେ କାର୍ଯ୍ୟରତ ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଅନଳଡିହ ଗ୍ରାମର ବାସୁଦେବ ନାୟକ ନାମକ ଯୁବକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ...

ମାନସ ସ୍ବାଇଁଙ୍କ ହତ୍ୟା ମାମଲା: ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ବେଳକୁ ବେଳ ବିବାଦୀୟ ହେଉଥିବା ଏହି ମାମଲାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚ...

ବିପଦସଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟୁତ୍‌ ଖୁଣ୍ଟ

ସମ୍ବଲପୁର, ୧୫।୬ (ବ୍ୟୁରୋ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଦଲେଇପଡା ପୋଲିସ କ୍ଲବ ଗଳିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଖୁଣ୍ଟର ତଳ...

ମୁହାଣରୁ ମିଳୁଛି ଔଷଧୀୟ ନୀଳହରିତ ଶୈବାଳ

ପୁରୀ ଅଫିସ,୧୮।୮: କୋଭିଡ୍‌ ସଂକ୍ରମଣ ସମୟରେ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ଅବକ୍ଷୟ ପ୍ରମୁଖ ସ୍ବାସ୍ଥ୍ୟଗତ ସମସ୍ୟା ହୋଇଛି। ସମ୍ପ୍ରତି ସଂକ୍ରମଣ ପୂର୍ବ ଭଳି...

ଭିଜିଲାନ୍ସ ଜାଲରେ ଗୁଡ଼ଭେଲା ବିଇଓ ଅଫିସ ମୁଖ୍ୟ କିରାଣୀ

ବଲାଙ୍ଗୀର ଅଫିସ, ୨୦ା୮: ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଡମନ୍‌ ପ୍ରସାଦ ମିଶ୍ର ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ...

ସପ୍ତାହ ମଧ୍ୟରେ ୨ ଲଘୁଚାପ: ଆସନ୍ତାକାଲି ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୦ା୯(ବ୍ୟୁରୋ): କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୧୧ ତାରିଖରେ ବଙ୍ଗୋପସାଗରରେ...

ଭଏସ୍‌ ଅଫ ନୟାଗଡ଼ ସିଜିନ୍‌ ୨: ବାଜି ମାରିଲେ ମୋନାଲିସା

ନୟାଗଡ଼ ଅଫିସ,୯ା୧୨: ଜିଲାର ଯୁବ କଣ୍ଠଶିଳ୍ପୀଙ୍କୁ ଲୋକଲୋଚନ ଆଣିବା ଲକ୍ଷ୍ୟରେ ନୟାଗଡ଼ କ୍ଲବ ପକ୍ଷରୁ ଆୟୋଜିତ ଭଏସ୍‌ ଅଫ ନୟାଗଡ଼ ସିଜିନ୍‌-୨ରେ ମୋନଲିସା ସ୍ବାଇଁ ବାଜି...

ମିଳିଲା ଆଉ ଏକ ହାତୀ କଙ୍କାଳ

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡରେ ସଙ୍କଟରେ ଗଜରାଜ। ୧୫ ଦିନରେ ବଡ଼ମ୍ବା ବନାଞ୍ଚଳରୁ ତିନୋଟି ଦନ୍ତାହାତୀର କଙ୍କାଳ ମିଳିଛି। ଗତ ୨ ଓ ୩ ତାରିଖରେ...

Advertisement
Archives

Model This Week