ଦୁଇ ଦିନରେ ୧୨ହଜାର ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୬ା୭-ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ବୁଧବାରଠାରୁ ଆରମ୍ଭ ହୋଇଯାଇଛି ।
ଗୁରୁବାର ରଥଯାତ୍ରା ଯୋଗୁ ସରକାରୀ କଲେଜଗୁଡ଼ିକ ଛୁଟି ଥିଲା। ଏଣୁ ନାମଲେଖା ବନ୍ଦ ରହିଥିଲା। ହେଲେ ଘରୋଇ କଲେଜଗୁଡ଼ିକରେ ନାମଲେଖା ହୋଇଥିଲା। ଶୁକ୍ରବାର ସ୍ବାଭାବିକ ଭାବେ ନାମଲେଖା ଅନୁଷ୍ଠିତ ହୋଇଛି । ବର୍ତ୍ତମାନ ସୁଦ୍ଧା ଜିଲାରେ ମୋଟ ୧୨ହଜାର ୭ଜଣ ଛାତ୍ରୀଛାତ୍ର ଯୁକ୍ତ ୨ରେ ନାମ ଲେଖାଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରୀଛାତ୍ରଙ୍କ ନାମଲେଖାର ଶେଷ ଦିବସ ଶନିବାର ରହିଛି । ତେଣୁ ଏହି ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି ।
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୧୩୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ନାମଲେଖା ଚାଲିଛି । ଜିଲାରେ ମୋଟ ୪୨ହଜାର ୬୯୦ଟି ସିଟ୍‌ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆହୁରି ୩୦ହଜାର ୬୮୩ଟି ସିଟ୍‌ ଖାଲି ପଡ଼ିଛି। କଳାରେ ୧୯ହଜାର ୭୭୭ଟି ସିଟ୍‌ ଥିବା ବେଳେ ୬ହଜାର ୨୫୯ଜଣ ନାମ ଲେଖାଇଛନ୍ତି । ଆହୁରି ୧୩ହଜାର ୫୧୮ଟି ସିଟ୍‌ ଖାଲି ପଡ଼ିଛି ।
ବିଜ୍ଞାନରେ ୧୬ହଜାର ୯୨୯ଟି ସିଟ୍‌ ରହିଥିବା ବେଳେ ୪ହଜାର ୫୦୩ଟି ସିଟ୍‌ ପୂରଣ ହୋଇଛି । ୧୨ହଜାର ୪୨୬ଟି ସିଟ୍‌ ଖାଲି ପଡ଼ିଛି ।
ବାଣିଜ୍ୟରେ ୫ହଜାର ୧୮୪ଟି ସିଟ୍‌ ଥିବା ବେଳେ ୧୧୦୩ଟି ସିଟ୍‌ ପୂରଣ ହୋଇଛି । ୪ହଜାର ୮୧ଟି ସିଟ୍‌ ଖାଲି ପଡ଼ିଛି । ସଂସ୍କୃତରେ ୩୨୦ଟି ସିଟ୍‌ ଥିବା ବେଳେ ୫୯ଟି ସିଟ୍‌ ପୂରଣ ହୋଇଛି ଏବଂ ୨୬୧ଟି ସିଟ୍‌ ଖାଲି ପଡ଼ିଛି ।
ଧନ୍ଦାମୂଳକ ଶିକ୍ଷାରେ ୪୮୦ଟି ସିଟ୍‌ ରହିଥିବା ବେଳେ ୮୩ଟି ପୂରଣ ହୋଇଛି ।
ଆହୁରି ୩୯୭ଟି ଖାଲି ପଡ଼ିଛି ।
ଯଦି ବ୍ରହ୍ମପୁରର କେତେକ ପ୍ରମୁଖ କଲେଜରେ ନାମଲେଖା ସ୍ଥିତି ଦେଖିବା, ତେବେ ଅଧିକାଂଶରେ ନାମଲେଖା ଧିମେଇ ଯାଇଛି । ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୫୧୨ଟି ସିଟ୍‌ ରହିଛି । ସାମ୍ସ ଓଡ଼ିଶାର ୱେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ, ମାତ୍ର ୭୩ଟି ସିଟ୍‌ ପୂରଣ ହୋଇଛି ଏବଂ ୪୩୯ଟି ସିଟ୍‌ ଖାଲି ରହିଛି । ବିଜ୍ଞାନରେ ୫୧୨ଟି ସିଟ୍‌ ରହିଛି । ୨୭୦ଟି ପୂରଣ ହୋଇଥିବା ବେଳେ ୨୪୨ଟି ଖାଲି ପଡ଼ିଛି । ବାଣିଜ୍ୟରେ ୩୮୪ଟି ସିଟ୍‌ ଥିବା ବେଳେ ୨୨୨ଟି ସିଟ୍‌ ପୂରଣ ହୋଇଛି । ୧୬୨ଟି ସିଟ୍‌ ଖାଲି ପଡ଼ିଛି ।
ବିନାୟକ ଆଚାର୍ଯ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୩୨୦ଟି ସିଟ୍‌ ଥିବା ବେଳେ ୧୧୧ଟି ପୂରଣ ହୋଇଛି ଏବଂ ୨୦୯ଟି ସିଟ୍‌ ଖାଲି ପଡ଼ିଛି । ବିଜ୍ଞାନରେ ୩୨୦ଟି ସିଟ୍‌ରୁ ୧୨୦ଟି ପୂରଣ ଏବଂ ୨୦୦ଟି ଖାଲି ରହିଛି । ବାଣିଜ୍ୟରେ ୨୫୬ଟି ସିଟ୍‌ରୁ ୪୯ଟି ପୂରଣ ଏବଂ ୨୦୭ଟି ଖାଲି ପଡ଼ିଛି । ଶଶିଭୂଷଣ ରଥ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳାରେ ୩୨୦ଟି ସିଟ୍‌ରୁ ୧୬୨ଟି ପୂରଣ ଏବଂ ୧୫୮ଟି ଖାଲି ରହିଛି ।
ବିଜ୍ଞାନରେ ୨୫୬ଟି ସିଟ୍‌ରୁ ୩୯ଟି ପୂରଣ ଏବଂ ୨୧୭ଟି ଖାଲି ପଡ଼ିଛି । ବାଣିଜ୍ୟରେ ୧୨୮ଟି ସିଟ୍‌ରୁ ୬୮ଟି ପୂରଣ ଏବଂ ୬୦ଟି ଖାଲି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri