ଦୁଇଭାଗ ହେବ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲା

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ୨୦୦୮ରେ କମିଶନରେଟ ପୋଲିସ ପ୍ରତିଷ୍ଠା ହେବା ସମୟରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ଜନସଂଖ୍ୟା ଥିଲା ୧୦ଲକ୍ଷ। ବର୍ତ୍ତମାନ ଏହା ୧୬ ଲକ୍ଷ ଟପିଗଲାଣି। ଜନସଂଖ୍ୟା ସହ ବଢ଼ିଚାଲିଛି ଅପରାଧ। ପ୍ରତିବର୍ଷ ମାମଲା ସଂଖ୍ୟା ମଧ୍ୟ ବଢୁଛି। ତେଣୁ ଅପରାଧ ନିୟନ୍ତ୍ରଣ ସହ ଅନ୍ୟ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱରକୁ ୨ଟି ସହରାଞ୍ଚଳ ପୋଲିସ ଜିଲାରେ ଭାଗ କରାଯିବ। ପୋଲିସ ଡିଜିଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି। ପୋଲିସ ଡିଜି ଉକ୍ତ ପ୍ରସ୍ତାବକୁ ଖୁବ୍‌ଶୀଘ୍ର ଗୃହ ବିଭାଗକୁ ପଠାଇବେ। ଗୃହ ବିଭାଗର ସୀକୃତି ମିଳିବା ପରେ ଭୁବନେଶ୍ୱରକୁ ଦୁଇଟି ପୋଲିସ ଜିଲାରେ ପରିଣତ କରାଯିବ ବୋଲି କମିଶନର ମହାନ୍ତି କହିଛନ୍ତି।
ତାଙ୍କ ସୂଚନା ଅନୁଯାୟୀ, ନର୍ଥ ଓ ସାଉଥ୍‌ ଦୁଇଟି ପୋଲିସ ଜିଲା ରହିବ। ଦାୟିତ୍ୱରେ ଦୁଇଜଣ ଡିସିପି ରହିବେ। ଦୁଇ ଡିସିପିଙ୍କ ମଧ୍ୟରେ ସମନ୍ବୟ ରଖିବା ପାଇଁ ନିୟମିତ ବୈଠକ ହେବ। ଗୋଟିଏ ପୋଲିସ ଜିଲାରେ ୧୨ଟି ଥାନା ରହିବ। ଶହୀଦନଗର, ମଞ୍ଚେଶ୍ୱର ଓ ଖଣ୍ଡଗିରି ଆଦି ଥାନାର ପରିସୀମା ଅଧିକ ରହିଛି। ତେଣୁ ଏହିସବୁ ଥାନା ପରିସୀମାକୁ ବଣ୍ଟାଯାଇ ଆଉ ୩ଟି ନୂଆ ଥାନା କରାଯିବ। ସେହିଭଳି ବର୍ତ୍ତମାନ ଭୁବନେଶ୍ୱରରେ ୨୪ ଥାନା ରହିଥିବାବେଳେ ୨ଟି ଟ୍ରାଫିକ ଥାନା ରହିଛି। ଏହାସହ ୭ଟି ପୋଲିସ ଜୋନ୍‌ ରହିଛି। ଏସବୁକୁ ଦାୟିତ୍ୱରେ ଜଣେ ଡିସିପି ରହିଥିବାରୁ ଆଇନଶୃଙ୍ଖଳା ସହ ଭିଆଇପି ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ କାଠିକରପାଠ ହେଉଛି। ପୁଣି ସହର ବଢ଼ିବା ସହ ଶିକ୍ଷାନୁଷ୍ଠାନ, ମେଡିକାଲ, ବ୍ୟାବସାୟିକ ପ୍ରତିଷ୍ଠାନ ଗଢ଼ି ଉଠୁଛି। ରାଜ୍ୟର ବିଭିନ୍ନ ଜିଲାରୁ ଲୋକେ ଭୁବନେଶ୍ୱରକୁ ଚାଲିଆସୁଥିବାରୁ ଏଠାରେ ଜନସଂଖ୍ୟା ବୃଦ୍ଧି ପାଇଚାଲିଛି। ଆହୁରି ମଧ୍ୟ ବିଧାନସଭା ସଭା, ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ସମେତ ରାଲି, ଧାରଣା, ଭିଆଇପିଙ୍କ ସୁରକ୍ଷା, ବିଭିନ୍ନ ପ୍ରକାର ଫେଷ୍ଟିଭାଲ ସମୟରେ ଏକାଧିକ ପୋଲିସ ନିୟୋଜିତ ହେଉଛନ୍ତି। ତେଣୁ ଦୁଇଟି ପୋଲିସ ଜିଲା ହେବାପରେ ଏଠାରେ ଆହୁରି ଅଧିକ ପୋଲିସ ନିୟୋଜିତ ହେବେ ଓ ଲ’ ଆଣ୍ଡ୍‌ ଅର୍ଡର ସମସ୍ୟା ଦୂର ହୋଇପାରିବ ବୋଲି ପୋଲିସ କମିଶନର ଆଶା ରଖିଛନ୍ତି। ପ୍ରକାଶଯୋଗ୍ୟ, ଓ୍ବାଇ.ବି ଖୁରାନିଆ ପୋଲିସ କମିଶନର ଥିବା ସମୟରେ ସେ ଏନେଇ ମଧ୍ୟ ଡିଜିପିଙ୍କ ସହ ଆଲୋଚନା କରିଥିଲେ। ହେଲେ ସେତେବେଳେ ତାହା ସମ୍ଭବ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri