ଦୀପିକା, ସିନ୍ଧୁଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୨୨।୧୦: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ ନିଜ ଅଭିନୟ ପାଇଁ ବେଶ୍‌ ପରିଚିତ। ଏହାସହ ସୋସିଆଲ ଇସ୍ୟୁକୁ ନେଇ ସେ ଖୋଲାଖୋଲି ଚର୍ଚ୍ଚା କରିଥାଆନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା #BharatKiLaxmi ଅଭିଯାନରେ ତାଙ୍କୁ ଦେଖିବାକୁ ମିଳିଛି। କେବଳ ଦୀପିକା ନୁହେଁ ଏଥିରେ ଟେନିସ୍‌ କୁଇନ୍‌ ପିଭି ସିନ୍ଧୁ ମଧ୍ୟ ନଜର ଆସିଛନ୍ତି। ଏହାର ଏକ ଭିଡିଓକୁ ମୋଦିଙ୍କ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଉକ୍ତ ଭିଡିଓରେ ଦୀପିକା ଓ ସିନ୍ଧୁ ସମାଜସେବୀ ସିନ୍ଧୁତାଇ ସତ୍କାଲଙ୍କ ଉପରେ କହୁଛନ୍ତି। ସେମାନେ କହୁଛନ୍ତି, ଜଣେ ଲକ୍ଷ୍ମୀ ଘରେ ସୁଖ ଓ ସମୃଦ୍ଧି ଆଣିଥାଏ। ହେଲେ ସିନ୍ଧୁତାଇଙ୍କ ଭଳି ଲକ୍ଷ୍ମୀ ସାରା ଦେଶର ନାଁ ଗର୍ବିତ କରନ୍ତି। ତେଣୁ ଏଥରର ଦୀପାବଳି ଏମିତି ଲକ୍ଷ୍ମୀଙ୍କ ନାଁରେ ପାଳନ କରିବା ଉଚିତ୍‌। ଏହି ଭିଡିଓକୁ ଦେଖିବା ପରେ ମୋଦି ଦୀପିକା ଓ ସିନ୍ଧୁଙ୍କ ପ୍ରଶଂସା କରିଛନ୍ତି। କେବଳ ସେତିକି ନୁହେଁ ମୋଦି ଆହୁରି ମଧ୍ୟ ଅପିଲ କରିଛନ୍ତି, ଆପଣମାନଙ୍କ ଆଖପାଖରେ ଯଦି ଏମିତି କିଛି ମହିଳା ବା ବାଳିକା ଅଛନ୍ତି ଯେଉଁମାନେ ନିଜ ପରିଶ୍ରମ, ଚେଷ୍ଟା ଓ ବୁଦ୍ଧି ବଳରେ ପରିବାର, ସମାଜ ଓ ଦେଶର ନାଁ ରଖିଛନ୍ତି, ସେଭଳି ମହିଳା ବା ବାଳିକାଙ୍କ ଅସାଧାରଣ କାହାଣୀକୁ ସୋସିଆଲ ମିଡିଆରେ ଭାରତକିଲକ୍ଷ୍ମୀ ହ୍ୟାସଟ୍ୟାଗ (#BharatKiLaxmi) ସହ ଶେୟାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଦିନପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିବା କଂଗ୍ରେସ ନେତାଙ୍କୁ ଫୋନ କଲେ ମୋଦି

ନୂଆଦିଲ୍ଲୀ, ୧।୧୦: ଜୁନ୍‌ ମାସରୁ କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭରତ ସିଂ ସୋଲାଙ୍କି ୧୦୧ ଦିନ ପରେ ଗୁରୁବାର ହସ୍ପିଟାଲରୁ...

ପରପାରିରେ ‘ଶୋଲେ’ର କାଲିଆ

ମୁମ୍ବାଇ,୩୦।୯: ‘ଶୋଲେ’ ଫିଲ୍ମରେ କାଲିଆ ଭୂମିକାରେ ଅଭିନୟ କରି ଖ୍ୟାତି ହାସଲ କରିଥିବା ଅଭିନେତା ବିଜୁ ଖୋଟେଙ୍କର ସୋମବାର ୭୮ ବର୍ଷରେ ପରଲୋକ ହୋଇଛି। ଦୀର୍ଘ...

ସୀମା ପାରରୁ ଡ୍ରୋନ୍‌ ଜରିଆରେ ସ୍ନାଇପର ଗନ୍‌ ପଠାଉଛି ଏହି ଦେଶ: ଏନ୍‌ଆଇଏ କରିବ ଯାଞ୍ଚ

ନୂଆଦିଲ୍ଲୀ,୪।୭: ନିଜ ମନ୍ଦ ବୁଦ୍ଧି ଯୋଗୁ ପାକିସ୍ତାନ କ୍ରମାଗତ ଭାବେ ଭାରତ ବିରୋଧରେ ନୂଆ ନୂଆ ଷଡ଼ଯନ୍ତ୍ର ରଚୁଛି। ପ୍ରାୟ ସମୟରେ ଏହାର ପ୍ରମାଣ ମଧ୍ୟ...

ଭୂତଙ୍କ କବଳରେ ଭିକି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଭିକି କୌଶଳଙ୍କ ଅପ୍‌ କମିଂ ହରର, ଥ୍ରୀଲର ଓ ଡ୍ରାମା ଫିଲ୍ମ ‘ଭୂତ-ପାର୍ଟ ଓ୍ବାନ ଦ ହଣ୍ଟେଡ୍‌ ଶିପ୍‌’ର ଟିଜର ରିଲିଜ୍‌...

ଭାଇରାଲ ହେଲା ତୈମୁରଙ୍କ ଆଉ ଏକ ଫଟୋ

ମୁମ୍ବାଇ,୩୧।୫: ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁ ଓ ତୈମୁରଙ୍କୁ ଗୁରୁବାର ରାତିରେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି।...

ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ରର ଶିବସେନା ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଏହାରି ଭିତରେ ବିଏମ୍‌ସି ପକ୍ଷରୁ...

ସର୍ଦ୍ଦାର ପଟେଲଙ୍କ ୬୯ତମ ପୁଣ୍ୟତିଥି: ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୧୫।୧୨: ସ୍ବାଧୀନ ଭାରତ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୬୯ ତମ ପୁଣ୍ୟତିଥି ରବିବାର ପାଳିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ...

ସାରା-କାର୍ତ୍ତିକଙ୍କ ମଧ୍ୟରେ ବଢିଯାଇଛି ଦୂରତା

ମୁମ୍ବାଇ: ବଲିଉଡ୍‌ ନାୟିକା ସାରା ଅଲ୍ଲି ଖାଁ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏମାନେ କିନ୍ତୁ ଏହାକୁ କେବେ...

Coronavirus Update

Archives

Model This Week

Why Dharitri