ଦୀପିକା-ଅମୃତାଙ୍କ ଭିତରେ ରହିଛି ଏମିତି କନେକ୍ସନ

ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଏକ ମ୍ୟାରେଜ ପାର୍ଟିକୁ ଯାଇଥିବାବେଳେ ଏହି ସମୟର କିଛି ସ୍ପେଶାଲ ଫଟୋ ଏବେ ସୋସିିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚାର କାରଣ ଦୀପିକା ଏବଂ ଅମୃତାଙ୍କ କନେକ୍ସନ। କାହିଁକି ଜାଣିଛନ୍ତି? ଦୁହେଁ ସମ୍ପର୍କରେ ନଣନ୍ଦ-ଭାଉଜ ହୋଇଯାଇଛନ୍ତି। ଦୀପିକାଙ୍କ ଦାଦା ପୁଅ ଭାଇଙ୍କ ସହ ଅମୃତାଙ୍କ ଦାଦା ଝିଅ ଭଉଣୀଙ୍କର ବିବାହ ହୋଇଛି। ଦୁଇଜଣ କୋଙ୍କଣୀ ରୀତିନୀତିରେ ବିବାହ କରିଛନ୍ତି। ଏହି ଉତ୍ସବରେ ଯୋଗଦେଇଥିଲେ ଦୀପିକା ଏବଂ ରଣବୀର।

ସୋସିଆଲ ମିଡିଆରେ ଶେୟାର ହୋଇଥିବା ଫଟୋରେ ଦୀପିକା, ରଣବୀର, ଅମୃତା ଏବଂ ଅନମୋଲ ଏକାଠି ଠିଆ ହୋଇଥିବା ଏକ ଫଟୋ ଦେଖିବାକୁ ମିଳିଛି। ଦୀପିକା ହ୍ବାଇଟ୍‌ ଫ୍ଲୋରାଲ ଶାଢ଼ି ପିନ୍ଧି ଥିବାବେଳେ ଅମୃତା ଗୋଲାପୀ ରଙ୍ଗର କାଞ୍ଜିବରମ ଲେହେଙ୍ଗାରେ ସମ୍ପୂର୍ଣ୍ଣ ଭାରତୀୟ ପାରମ୍ପରିକ ବେଶଭୂଷାରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ଅମୃତା ୨୦୧୬ରେ ବୟଫ୍ରେଣ୍ଡ ଅନମୋଲଙ୍କୁ ବିବାହ କରିବା ପରେ ଫିଲ୍ମଠାରୁ କିଛିିଦିନ ଦୂରେଇ ଯାଇଥିଲେ। ଶିବସେନା ଦଳର ସଂସ୍ଥାପକ ବାଲସାହେବ ଠାକ୍‌ରେଙ୍କ ବାୟୋପିକ୍‌ ‘ଠାକ୍‌ରେ’ଫିଲ୍ମରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ଫଟୋରେ ‘ଲାଇକ୍‌’ ମାରିବା ପରେ ମୁହଁ ଖୋଲିଲେ ଅଭିନେତ୍ରୀ: ମୁଁ ଏବେ ଦୁଃଖିତ…

ନୂଆଦିଲ୍ଲୀ,୧୮।୪: ଆଜିର ସମୟରେ ସୋସିଆଲ ମିଡିଆ ଏକ ଏପରି ପ୍ଲାଟଫର୍ମରେ ପରିଣତ ହୋଇଛି, ଯେଉଁଠାରେ ସାମାନ୍ୟ କାର୍ଯ୍ୟକଳାପ ମଧ୍ୟ ଏକ ବଡ଼ ସମସ୍ୟାର ରୂପ ନେଇପାରେ। ଭାରତୀୟ…

ଜର୍ମାନ ମଡେଲଙ୍କୁ ‘ଲାଇକ୍‌’ କରି ଫସିଲେ ବିରାଟ କୋହଲି: ଜାଣନ୍ତୁ କିଏ ସେହି…

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଦକ୍ଷ ଖେଳାଳି ବିରାଟ କୋହଲି ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ଥାନ୍ତି। ସମ୍ପ୍ରତି ସେ 2026 IPL ସିଜିନ…

ଓଡ଼ିଶା ପାଇଁ ଗର୍ବ: ଓଡ଼ିଆ ସିନେମା ‘ବୋଉ ବୁଟୁ ଭୂତ’କୁ ଜାତୀୟ ଚଳଚ୍ଚିତ୍ର ସମ୍ମାନ

ଭୁବନେଶ୍ୱର,୧୮ା୪(ବନ୍ଦନା ସେଠୀ):ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛି ଓଡ଼ିଆ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’। ମୁମ୍ବାଇରେ ଆୟୋଜିତ ଇନ୍‌କା (ଆଇଏନ୍‌ସିଏ) ଆୱାଡର୍‌ସ ଉତ୍ସବରେ ଏହାକୁ…

ଲୁଚାଛପାରେ ବିବାହ କଲେ ଲୋକପ୍ରିୟ ଗାୟକ ଜୁବିନ ନୌଟିୟାଲ! ଜାଣନ୍ତୁ କିଏ ହେଲେ ଜୀବନସାଥୀ… 

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଜଣାଶୁଣା ଗାୟକ ଜୁବିନ ନୌଟିୟାଲ ନିଜର ସୁମଧୁର ସ୍ବର ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। କିନ୍ତୁ ନିଜ ବ୍ୟକ୍ତିଗତ ଜୀବନକୁ ସେ…

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

କିଏ ହେବ ଆଶା ଭୋସଲେଙ୍କ ସମ୍ପତ୍ତିର ଉତ୍ତରଧିକାରୀ? ୟାଙ୍କୁ ମିଳିବ କୋଟି କୋଟି ଟଙ୍କାର ସମ୍ପତ୍ତି…

ମୁମ୍ୱାଇ: ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଆଉ ଆମ ମଧ୍ୟରେ ନାହାନ୍ତି। ଆଠ ଦଶନ୍ଧି ଧରି ହିନ୍ଦୀ ସିନେମାକୁ ତାଙ୍କର ସୁମଧୁର କଣ୍ଠସୱରରେ ସୁନ୍ଦର କରିଥିବା…

ଲତା-ଆଶାଙ୍କ ସ୍ମୃତିରେ ନିର୍ମାଣ ହେବ ଏସିଆର ସର୍ବବୃହତ ହସ୍ପିଟାଲ; ଘୋଷଣା କଲେ ଭାଇ ହୃଦୟନାଥ

ମୁମ୍ବାଇ,୧୪।୪: ମଙ୍ଗେସକର ପରିବାରର ସଙ୍ଗୀତ ଐତିହ୍ୟ ଏବେ ସମାଜ ସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ପ୍ରସ୍ତୁତ। ‘ସ୍ବର କୋକିଳ’ ଲତା ମଙ୍ଗେସକର ଏବଂ…

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri