ଦୀପାବଳିରୁ ଆନନ୍ଦ ବିହାର ସୁବିଧା ସ୍ପେଶାଲ ଟ୍ରେନ

ଭୁବନେଶ୍ୱର,୨୨ା୧୦(ବ୍ୟୁରେ): ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ରବିବାର ଦୀପାବଳିଠାରୁ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର-ଆନନ୍ଦ ବିହାର ଟର୍ମିନାଲ ସୁବିଧା ସ୍ପେଶାଲ(୮୨୪୧୯-୮୨୪୨୦) ଏକ୍ସପ୍ରେସ। ପୂଜା ଋତୁ ଓ ନିଯୁକ୍ତି ପ୍ରକ୍ରିୟା ଚାଲୁଥିବାରୁ ଅନ୍ୟ ଟ୍ରେନଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଏହି ସ୍ପେଶାଲ ଟ୍ରେନ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ। ଟ୍ରେନ୍‌ଟି ପ୍ରତି ରବିବାର ଭୁବନେଶ୍ୱରରୁ ରାତି ୧୧ଟା ୫୫ରେ ଛାଡି ଆନନ୍ଦ ବିହାରରେ ମଙ୍ଗଳବାର ସକାଳ ୭ଟାରେ ପହଞ୍ଚତ୍ବ। ସେହିଭଳି ଆନନ୍ଦ ବିହାରଠାରୁ ପ୍ରତି ମଙ୍ଗଳବାର ଅପରାହ୍ନ ୧୨ଟା ୫୫ରେ ଛାଡ଼ି ଭୁବନେଶ୍ୱରରେ ବୁଧବାର ଅପରାହ୍ନ ୫ଟା ୪୫ରେ ପହଞ୍ଚତ୍ବ। ଏହି ସ୍ପେଶାଲ ଟ୍ରେନ କଟକ, ଭଦ୍ରକ, ବାଲେଶ୍ୱର, ହିଜଲୀ, ବାଙ୍କୁରା, ଆଦ୍ରା, ଗୋମୋହ, କୋଦରମା, ଗୟା, ସାସାରାମ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଆଲ୍ଲାହାବାଦ ଓ କାନପୁର ଷ୍ଟେଶନରେ ରହଣିର ବ୍ୟବସ୍ଥା କରାଯାଇଛି। ଏହି ଟ୍ରେନ ଯୋଗୁ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାର ଯାତ୍ରୀମାନେ ଉପକୃତ ହେବେ।
ସୂଚନାଯୋଗ୍ୟ, ପୂର୍ବତଟ ରେଳପଥର ବାଣିଜ୍ୟ ବିଭାଗ ପାସେଞ୍ଜର ପ୍ରୋଫାଇଲ ମ୍ୟାନେଜମେଣ୍ଟ ଦ୍ୱାରା ନିୟମିତ ଟ୍ରେନଗୁଡ଼ିକର ଭିଡ଼ ପରିଚାଳନା କରାଯାଉଛି। ଭିଡ଼କୁ ନଜରରେ ରଖି ଟ୍ରେନଗୁଡ଼ିକରେ ଅତିରିକ୍ତ ବଗି ସଂଯୋଗ କରିବା ସହ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରାଯାଉଛି। ଏହି ଟ୍ରେନର ଚଳାଚଳ ପୃଷ୍ଠପୋଷକତାକୁ ଦେଖି ଆଗକୁ ଆହୁରି ସ୍ପେଶାଲ ଟ୍ରେନ କରିବାକୁ ଯୋଜନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସହିଦନଗରରେ ବହୁତଳ ପାର୍କିଂ ଆରମ୍ଭ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ସହିଦନଗରସ୍ଥିତ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବହୁତଳ କାର ପାର୍କିଂ ଆରମ୍ଭ ହୋଇଛି। ଏହି ଭୂତଳରେ ୨ଟି ଓ ଉପର ମହଲାରେ ୩ଟି ମୋଟ୍‌ ୫ଟି...

ସାରା ରାଜ୍ୟରେ ବର୍ଷିଲା

ଭୁବନେଶ୍ୱର, ୧୩ା୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଅଧିକାଂଶ...

ତୃଣମୂଳସ୍ତର ସ୍ଥିତି ପରଖୁଛନ୍ତି ନେତା, ଜୋର୍‌ଦାର୍‌ ହେବ ଲଢ଼େଇ

କେନ୍ଦ୍ରାପଡ଼ା ଅଫିସ, ୩୦।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ ହୋଇଛି। ପ୍ରତି ଗ୍ରାମରେ ଭୋଜିଭାତ ଚାଲିଛି। ସମର୍ଥିତ ପ୍ରାର୍ଥୀଙ୍କ ସହ ରାଜନେତାମାନେ...

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଇଣ୍ଡୋନେସିଆରୁ ଉଡ଼ାଣ ହେବାର ମାତ୍ର ୪ ମିନିଟ୍‌ ପରେ ଏକ ଯାତ୍ରୀବାହୀ ବିମାନ ସମୁଦ୍ର ମଧ୍ୟରେ ଖସି ପଡ଼ିଥିଲା। ତେବେ ଏହି ବିମାନର ଭଗ୍ନାବଶେଷ...

ପଲିଥିନ ବଣ୍ଟନରେ ଅନିୟମିତତା ଅଭିଯୋଗ: ତହସିଲଦାରଙ୍କୁ ନ ପାଇ ବିଡିଓଙ୍କୁ ଘେରିଲେ ଗ୍ରାମବାସୀ

କଣ୍ଟାପଡା,୧୫।୫(ଡି.ଏନ୍‌.ଏ.): ସାମୁଦ୍ରିକ ବାତ୍ୟା ଫନୀରେ କ୍ଷତିଗ୍ରସ୍ତ କଣ୍ଟାପଡା ବ୍ଲକ ଅନ୍ତର୍ଗତ ପାଟସୁନ୍ଦରପୁର ପଞ୍ଚାୟତରେ ବାତ୍ୟା ବିପନ୍ନଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ହୋଇଥିବା ପାଟସୁନ୍ଦରପୁର ଗ୍ରାମବାସୀଙ୍କ ପକ୍ଷରୁ...

ଆଜିଠୁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ତାପମାତ୍ରା କ୍ରମଶଃ ବଢ଼ିବ। ଦିନବେଳା ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିିବ । ସୋମବାର ରାତିରେ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ...

ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ପିପିଲି ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହୋଇଥିଲା। ଏହାପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ...

ବରୁଣେଇ ମନ୍ଦିରରୁ ଚୋରି: ତାଲା ଭାଙ୍ଗି ଟଙ୍କା, ସୁନାଗହଣା ନେଇଗଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ,୪।୧୨: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ପର୍ଯ୍ୟଟନ କ୍ଷେତ୍ର ବରୁଣେଇ ମନ୍ଦିରରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ଦାନ ବାକ୍ସ ଭାଙ୍ଗି...

Advertisement
Archives

Model This Week