Posted inଖେଳ

ଦୀପାଙ୍କୁ ଖେଳ ରତ୍ନ, ଜାଡେଜାଙ୍କ ସମେତ ୧୯ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ,୧୮।୮(ପି.ଟି.)- ତାରକା ରେସଲର ବଜରଙ୍ଗ ପୁନିଆଙ୍କ ସମେତ ପାରା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଦୀପା ମଲିକ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ପୂର୍ବରୁ ଏସିଆନ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପୁନିଆ ମଧ୍ୟ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।
୪୮ ବର୍ଷୀୟା ଦୀପା ୨୦୧୬ ରିଓ ପାରା ଅଲିମ୍ପିକ୍ସରେ ଶଟ୍‌ପୁଟ୍‌ରେ ଏଫ୍‌୫୩ କାଟାଗୋରୀରେ ରୌପ୍ୟ ପଦକ ହାସଲ କରିଥିଲେ। ଅବସରପ୍ରାପ୍ତ ଜଷ୍ଟିସ୍‌ ମୁକୁନ୍ଦାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ୧୨ଜଣିଆ ଚୟନ କମିଟି ଦୁଇଦିନ ଧରି ବୈଠକରେ ବସି ଦୀପାଙ୍କ ନାମରେ ମୋହର ମାରିଥିଲେ। ସେହିପରି ୬୫ କେ.ଜି. ବର୍ଗରେ ବିଶ୍ୱର ୧ ନମ୍ବର ରେସଲର ପୁନିଆଙ୍କୁ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।
ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱରୁ ଦୂରେଇ ରହିବା ପାଇଁ ୬ଥର ବିଶ୍ୱ ଚାମ୍ପିୟନଶିପ୍‌ ତଥା ଅଲିମ୍ପିକ୍ସ ପଦକ ହାସଲ କରିଥିବା ଅଭିଜ୍ଞ ମହିଳା ବକ୍ସର ମେରୀକମ୍‌ ଏହି ବୈଠକରେ ସାମିଲ ହୋଇ ନ ଥିଲେ। ତାଙ୍କର ବ୍ୟକ୍ତିଗତ କୋଚ୍‌ ଛୋଟେଲାଲ ଯାଦବ ଦ୍ରୋଣାଚାର୍ଯ୍ୟ ପୁରସ୍କାର ସହ ଜଡିତ ଥିବାରୁ ମେରୀକମ ଏହି ନିଷ୍ପତ୍ତି ନେଇଥିଲେ। ବଜରଙ୍ଗଙ୍କୁ ଖେଳରତ୍ନ ପୁରସ୍କାର ଦେବା ନେଇ ଅନୁଷ୍ଠିତ ଚୟନ କମିଟି ବୈଠକରେ ସେ ଯୋଗଦେଇଥିଲେ। ତେବେ ସେ ଦ୍ୱିତୀୟ ଦିନ ବୈଠକରୁ ଦୂରେଇ ରହିଥିଲେ।
ଦୀପା ପ୍ରଥମ ଭାରତୀୟ ମହିଳା ଭାବେ ପରା ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ସେ ୨୦୧୬ ପାରା ଅଲିମ୍ପିକ୍ସ ଶଟ୍‌ପୁଟ୍‌ର ଏଫ୍‌ ୫୩ ବର୍ଗ ପ୍ରତିଯୋଗିତାରେ ହ୍ବିଲ୍‌ ଚେୟାରରେ ବସି ଅଂଶଗ୍ରହଣ କରିଥିଲେ। ଏଥିରେ ଜଣେ ଖେଳାଳି ତାଙ୍କର କାନ୍ଧ, ମାଂସପେଶୀ, କହୁଣି ଓ ରିଷ୍ଟ ପାଓ୍ବାରର ଉପଯୋଗ କରିଥାଏ। ୧୭ ବର୍ଷ ତଳେ ମେରୁଦଣ୍ଡ ହାଡରେ ଟ୍ୟୁମର ହେବାର କାରଣରୁ ସେ ଚାଲିବାକୁ ସକ୍ଷମ ନ ଥିଲେ। ପୂର୍ବରୁ ଦୀପା ୨୦୧୨ରେ ଅର୍ଜୁନ ଓ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାର ହାସଲ କରିଥିଲେ। ଗତବର୍ଷ ଦୀପା ଜାଭେଲିନ ଓ ଡିସ୍‌କସ ଥ୍ରୋରେ ମନୋନିବେଶ କରିଥିଲେ ଓ ଏଥିରେ ଜାକର୍ତ୍ତାରେ ନୂଆ ଏସିଆନ ରେକର୍ଡ ସ୍ଥାପନ କରିଥିଲେ। ସେ ଏକମାତ୍ର ଭାରତୀୟ ମହିଳା ଭାବେ କ୍ରମାଗତ ୩ଟି ଏସିଆନ ପାରା ଗେମ୍ସ (୨୦୧୦, ୨୦୧୪ ଓ ୨୦୧୮)ରେ ପଦକ ହାସଲ କରିଥିଲେ। ୨୦୧୮ ଏସିଆନ ଗେମ୍ସରେ ସେ ଡିସକସ ଥ୍ରୋ (ଏଫ୍‌ ୫୧- ୫୨-୫୩) ଓ ଜାଭେଲିନ ଥ୍ରୋ (ଏଫ୍‌ ୫୩- ୫୪)ରେ ବ୍ରୋଞ୍ଜ୍‌ ପଦକ ଜିତିଥିଲେ। ଗତ ୪ ବର୍ଷରେ କ୍ରୀଡ଼ାରେ ଉତ୍କୃଷ୍ଟତା ପ୍ରଦର୍ଶନ କରି ଅନ୍ତର୍ଜାତୀୟସ୍ତରରେ ଆଖି ଦୃଶିଆ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଖେଳରତ୍ନ ପୁରସ୍କାର ବାବଦରେ ଏକ ପ୍ରମାଣପତ୍ର, ସେରିମୋନିଆଲ ଡ୍ରେସ୍‌ ବା ଓପଚାରିକ ପୋଷାକ ଓ ସାଢ଼େ ୭ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ।
ସ୍ବପ୍ନା ବର୍ମନଙ୍କୁ ଅର୍ଜୁନ ପୁରସ୍କାର
ଏଥିସହିତ ତାରକା କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସମେତ ଦେଶର ୧୯ଜଣ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେମାନେ ହେଲେ ମହିଳା କ୍ରିକେଟର ପୁନମ ଯାଦବ, ଟ୍ରାକ୍‌ ଆଣ୍ଡ ଫିଲ୍ଡ ତାରକା ତେଜିନ୍ଦର ପାଲ ସିଂ ତୁର, ମହମ୍ମଦ ଆନସ ଓ ସ୍ବପ୍ନା ବର୍ମନ, ଫୁଟବଲର ଗୁରପ୍ରୀତ ସିଂ ସାନ୍ଧୁ, ହକି ଖେଳାଳି ଚିଙ୍ଗ୍ଲେନସାନା ସିଂ କାଙ୍ଗୁଜାମ ଓ ଶୁଟର ଅଞ୍ଜୁମ ମୋଦଗିଲ।
ଗତ ୪ ବର୍ଷରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ କ୍ରମାଗତ ଭାବେ ସ୍ଥିର ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଥାଏ। କେବଳ ସେତିକି ନୁହଁ, ଜଣେ ଖେଳାଳି ଶୃଙ୍ଖଳିତ ହେବା ସଙ୍ଗେସଙ୍ଗେ ଖେଳଓ୍ବାଡ ମନୋଭାବ ଓ ନେତୃତ୍ୱ ନେବାର କଳା ପ୍ରଦର୍ଶନ କରିବା ମଧ୍ୟ ଏହି ପୁରସ୍କାର ପାଇଁ ଜରୁରୀ ହୋଇଥାଏ।
୩ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର
ଏହି କମିଟି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ୩ଜଣଙ୍କ ନାମ ମନୋନୀତ କରିଛି। ପୂର୍ବତନ ବ୍ୟାଡମିଣ୍ଟନ ତାରକା ବିମଲ କୁମାର ଓ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ପିଲାବେଳର କୋଚ୍‌ ସଞ୍ଜୟ ଭରଦ୍ୱାଜଙ୍କ ନାମ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜଣାଶୁଣା କୋଚ୍‌, ଯେଉଁମାନେ ଅନ୍ତର୍ଜାତୀୟସ୍ତରରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍‌ଙ୍କୁ ପ୍ରଶିକ୍ଷଣ ଦେଇଥାନ୍ତି ସେମାନଙ୍କୁ ମଧ୍ୟ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ବାବଦକୁ ନଗଦ ୫ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥାଏ। ସେହିପରି ୫ଜଣଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିପରି ଅବସର ପରେ ମଧ୍ୟ କ୍ରୀଡ଼ାରେ ଓ ଏହାର ବିକାଶରେ ଉଲ୍ଲେଖନୀୟ ଅବଦାନ ଥିବା ପୂର୍ବତନ କ୍ରୀଡ଼ାବିତଙ୍କୁ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ବାବଦକୁ ମଧ୍ୟ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ। କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ତଥା ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri