‘ଦି ଓଭରଷ୍ଟୋରି’ ଔପନ୍ୟାସିକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଆମେରିକାରେ ଖବରକାଗଜ, ପତ୍ରିକା, ଅନ୍‌ଲାଇନ୍‌ ସାମ୍ବାଦିକତା, ସାହିତ୍ୟ ଏବଂ ସଙ୍ଗୀତ ରଚନା କ୍ଷେତ୍ରରେ ଉତ୍କର୍ଷ ଲାଭ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଥାଏ। ହଙ୍ଗେରି ଜନ୍ମିତ ଆମେରିକୀୟ ଯୋଶେଫ୍‌ ଫୁଲିଜର ୧୯୧୭ରେ ଏହି ସମ୍ମାନ ପ୍ରତିଷ୍ଠା କରିଥିଲେ। ପ୍ରତିବର୍ଷ ୨୧ଟି କ୍ଷେତ୍ରରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ଦିଆଯାଇ ଆସୁଥିବାରୁ ନୂଆ ବିଜେତାଙ୍କ ଉପରେ ସମସ୍ତଙ୍କ ଲକ୍ଷ୍ୟ ଥାଏ। ଚଳିତବର୍ଷ ସାହିତ୍ୟ କ୍ଷେତ୍ରରେ ରିଚାର୍ଡ ପାଓ୍ବାର୍ସ ତାଙ୍କ ଦ୍ୱାଦଶ ଉପନ୍ୟାସ ‘ଦି ଓଭରଷ୍ଟୋରି’ ପାଇଁ ପୁଲିଜର ସମ୍ମାନ ପାଇଛନ୍ତି।
ଆମେରିକାର ଇଲିନୟ ପ୍ରଦେଶର ଇଭାନ୍‌ଷ୍ଟନ୍‌ଠାରେ ୧୮ ଜୁନ୍‌ ୧୯୫୭ରେ ରିଚାର୍ଡ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ସ୍ଥାନୀୟ ଅଞ୍ଚଳର ଏକ ସ୍କୁଲରେ ଅଧ୍ୟକ୍ଷ ଥିଲେ। ଯେତେବେଳେ ରିଚାର୍ଡଙ୍କୁ ୧୧ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ପିତା ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌ର ଏକ ଅନ୍ତର୍ଜାତୀୟ ସ୍କୁଲରେ ଚାକିରି କରିବା ପାଇଁ ଚାଲିଯାଇଥିଲେ। ଫଳରେ ସେହିଠାରେ ରିଚାର୍ଡଙ୍କ ପ୍ରାରମ୍ଭିକ ଶିକ୍ଷା ହୋଇଥିଲା। ସେହି ସମୟରେ ସେ ଗିଟାର, ସେଲୋ, ସାକ୍ସୋଫୋନ୍‌ ଭଳି ବାଦ୍ୟଯନ୍ତ୍ର ସହ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ଏଥିସହିତ ଇଲିଆଡ୍‌, ଓଡେଶୀ ଭଳି ଶାସ୍ତ୍ରୀୟ ସାହିତ୍ୟ ପଢ଼ିବାକୁ ଲାଗିଲେ। ୧୯୭୫ରେ ରିଚାର୍ଡଙ୍କ ପରିବାର ପୁଣି ଆମେରିକା ଫେରିଆସିଥିଲେ। ସେହିବର୍ଷ ସେ ଇଲିନୟର ଡିକାଲ୍‌ବ ହାଇସ୍କୁଲରେ ସ୍ନାତକ ଶ୍ରେଣୀରେ ନାମ ଲେଖାଇଥିଲେ। ୧୯୭୮ରେ ସ୍ନାତକ ଶେଷ କରିବା ପରେ ୧୯୮୦ରେ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ହେଲେ ଛାତ୍ରୀଛାତ୍ର ଓ ପ୍ରଫେସରଙ୍କ ମଧ୍ୟରେ ବହି ପଢ଼ିବା ଓ ଲେଖିବା ଅଭ୍ୟାସ କମିଯାଉଥିବା ସେ ଲକ୍ଷ୍ୟ କରିଥିଲେ। ତେଣୁ ସାହିତ୍ୟ ରଚନା କ୍ଷେତ୍ରରେ ନୂଆ କିଛି କରିବା ଲାଗି ସେ ଆହ୍ବାନ ଦେଇଥିଲେ। ନିଜେ ଏହି ଧାରାରେ ସାମିଲ ହେବାକୁ ଯାଇ ୨୦୧୦ରୁ ୨୦୧୩ ଯାଏ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରେ ଭିଜିଟିଂ ରାଇଟର ଭାବେ ଯୋଗଦେଇଥିଲେ। ୨୨ ଅଗଷ୍ଟ ୨୦୧୩ରେ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଇଂଲିଶ ବିଭାଗରେ ସେ ସୃଜନଶୀଳ ଲେଖା ପାଇଁ ମର୍ଯ୍ୟାଦାଜନକ ଫିଲ୍‌ ଆଣ୍ଡ୍‌ ପେନି ନାଇଟ୍‌ ପ୍ରଫେସର ହେବାର ଗୌରବ ଅର୍ଜନ କରିଥିଲେ।
ରିଚାର୍ଡଙ୍କ ସୃଜନ ଯାତ୍ରା ୧୯୮୦ରୁ ଆରମ୍ଭ ହୋଇଥିଲା। ବୋଷ୍ଟନ୍‌ଠାରେ ଜଣେ ପ୍ରୋଗ୍ରାମର ଭାବେ କାର୍ଯ୍ୟ କରୁଥିବା ବେଳେ ଅଗଷ୍ଟ ସାଣ୍ଡର୍‌ଙ୍କ ଦ୍ୱାରା ଅଙ୍କିତ ୧୯୧୪ ମସିହାର ଏକ ଫଟୋଗ୍ରାଫ୍‌ ଉପରେ ତାଙ୍କ ନଜର ପଡ଼ିଥିଲା। ଉକ୍ତ ଫଟୋ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ସେ ଚାକିରି ଛାଡ଼ି ଲେଖାଲେଖିରେ ମନୋନିବେଶ କରିଥିଲେ। ଏବଂ ପ୍ରଥମ ବହି ‘ଥ୍ରୀ ଫାର୍ମର୍ସ ଅନ୍‌ ଦେୟାର ଓ୍ବେ ଟୁ ଏ ଡ୍ୟାନ୍ସ’ ଲେଖିବା ପାଇଁ ତାଙ୍କୁ ଦୁଇ ବର୍ଷ ଲାଗିଯାଇଥିଲା। ୧୯୮୫ରେ ଓ୍ବିଲିୟମ୍‌ ମାରୋଙ୍କ ଦ୍ୱାରା ଏହା ପ୍ରକାଶିତ ହୋଇଥିଲା। ସେବେଠାରୁ ଚିଚାର୍ଡ ପଛକୁ ଫେରି ଚାହିଁ ନାହାନ୍ତି। ଏହି ରଚନା ପରେ ସେ ନେଦରଲାଣ୍ଡସ୍‌ ଚାଲିଯାଇ ସେଠାରେ ‘ପ୍ରିଜିନର୍ସ ଡିଲେମା’ ଲେଖିଥିଲେ। ଏହା ପରେ ୧୯୯୩ରେ ‘ଅପରେଶନ ଓ୍ବାଣ୍ଡରିଂ ସୋଅଲ’, ୧୯୯୫ରେ ‘ଗାଲାଟି’, ୧୯୯୮ରେ ‘ଗେନ୍‌’, ୨୦୦୦ ମସିହାରେ ‘ପ୍ଲେୟିଂ ଦି ଡାର୍କ’, ୨୦୦୩ରେ ‘ଦି ଟାଇମ୍‌ ଅଫ୍‌ ଆଓ୍ବାର ସିଙ୍ଗିଙ୍ଗ’ ଏବଂ ଏହିପରି ଭାବେ ୨୦୦୬ରେ ରିଚାର୍ଡଙ୍କ ନବମ ଉପନ୍ୟାସ ‘ଦି ଇକୋ ମେକର’ ପ୍ରକାଶ ଲାଭ କରିଥିଲା। ‘ଦି ଇକୋ ମେକର’ ମଧ୍ୟ ନ୍ୟାଶନାଲ ବୁକ୍‌ ଆଓ୍ବାର୍ଡ ପାଇବା ସହ କାଳ୍ପନିକ ଲେଖା (ଫିକ୍ସନ) ବର୍ଗ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିଲା। ତାଙ୍କ ଦଶମ ଉପନ୍ୟାସ ‘ଜେନେରୋସିଟି’ ଏବଂ ‘ଓର୍ଫେଓ’ ନାମରେ ଏକାଦଶ ସୃଜନଶୀଳତା ପ୍ରକାଶ ପାଇଥିଲା। ତେବେ ଦ୍ୱାଦଶ ଉପନ୍ୟାସ ‘ଦି ଓଭରଷ୍ଟୋରି’ ପୂର୍ବ ରଚନାଠାରୁ ଉତ୍କର୍ଷ ଲାଭ କରିବା ପରେ ଏବେ ପୁଲିଜର ସମ୍ମାନ ପାଇପାରିଛି। ୨୦୧୮ରେ ଏହି ଉପନ୍ୟାସ ଡବ୍ଲ୍ୟୁ.ଡବ୍ଲ୍ୟୁ. ନୋର୍ଟନଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ଏଥିରେ ୯ ଜଣ ଆମେରିକୀୟଙ୍କ ଗଛ ସହ ଥିବା ଅନନ୍ୟ ଅଭିଜ୍ଞତାକୁ ବର୍ଣ୍ଣନା କରାଯାଇଛି। ଏହି ନାଗରିକମାନେ ଜଙ୍ଗଲ ଧ୍ୱଂସ ରୋକିବା ଲାଗି ଦେଇଥିବା ଆହ୍ବାନକୁ ଉପନ୍ୟାସ ଥିମ୍‌ରେ ରିଚାର୍ଡ ସ୍ଥାନ ଦେଇଛନ୍ତି। ଏଥିସହିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ସେ ବୃହତ୍‌ ରେଡ୍‌ଉଡ୍‌ ସଂସ୍ପର୍ଶରେ ଆସିଥିବା ବେଳର ଅନୁଭୂତିକୁ ଉପନ୍ୟାସରେ ଅନ୍ତର୍ଭୁକ୍ତ କରିଛନ୍ତି। ୨୦୧୮ ମ୍ୟାନ୍‌ ବୁକର ପୁରସ୍କାର ଲାଗି ‘ଦି ଓଭରଷ୍ଟୋରି’ ଶ୍ରେଷ୍ଠ ପୁସ୍ତକ ତାଲିକାରେ ମଧ୍ୟ ସ୍ଥାନ ପାଇଥିଲା। ତେବେ ପୁଲିଜର ପୁରସ୍କାର ତାଙ୍କ ସୃଜନଶୀଳତାକୁ ନବଦିଗନ୍ତ ଦେଇଛି ବୋଲି ସମୀକ୍ଷକମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?