Posted inଜାତୀୟ

‘ଦିଶା’ ଆଇନ ପାଇଁ ନିଯୁକ୍ତ ହେଲେ ୨ ମହିଳା ଅଫିସର

ଅମରାବତୀ,୩।୧: ହାଇଦ୍ରାବାଦରେ ଦିଶାଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲା ପରେ ଆନ୍ଧ୍ରପ୍ରଦେଶ ସରକାର ଗତବର୍ଷ ଡିସେମ୍ବରରେ ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଉକ୍ତ ଆଇନ ଜରିଆରେ ତୁରନ୍ତ ଫାଶୀ ଦଣ୍ଡାଦେଶ ମିଳିପାରିବ ବୋଲି ଦିଶା ଆଇନକୁ ପାରିତ କରାଯାଇଥିଲା। ୨୧ଦିନ ମଧ୍ୟରେ ଘଟଣାର ବିଚାର କରାଯାଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯିବ ବୋଲି ଏଥିରେ ପ୍ରାବଧାନ ରହିଛି। ଡିସେମ୍ବର ୧୩ରେ ଆନ୍ଧ୍ର ବିଧାନସଭାରେ ଏହି ଆଇନ ପାସ୍‌ ହୋଇଥିଲା। ଆଉ ଏହାକୁ ‘ଆନ୍ଧ୍ରପ୍ରଦେଶ ଦିଶା ଆଇନ’ ନାମରେ ନାମିତ କରାଯାଇଥିଲା। ଏହି ଆଇନ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁଛି କି ନାହିଁ ସେନେଇ ତଦାରଖ କରିବା ପାଇଁ ୨ ମହିଳା ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଆଇଏଏସ୍‌ ଡାକ୍ତର କ୍ରିତିକା ଶୁକ୍ଳା ଓ ଆଇପିଏସ୍‌ ଏମ୍‌. ଦୀପିକା କୁର୍‌ନୁଲଙ୍କୁ ଦିଶାର ସ୍ପେଶିଆଲ ଅଫିସର ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଡାକ୍ତର କ୍ରିତିକା ମହିଳା ଏବଂ ଶିଶୁ କଲ୍ୟାଣ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ସେହିପରି ଏମ୍‌ ଦୀପିକା ମଧ୍ୟ ପୂର୍ବରୁ ଏଏସ୍‌ପି ପଦରେ ନିଯୁକ୍ତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅପରାଧ ଯୋଗୁ ବିବାହ ବେଦୀରୁ ବରଙ୍କୁ ଉଠାଇ ନେଲେ ପୋଲିସ…

ଜଳନ୍ଧର,୨୬।୪: ପପଞ୍ଜାବରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ସହିତ ବିବାହ ଉତ୍ସବରେ...

ଗୋପନୀୟ ତଥ୍ୟ ଲିକ ହେବା ଭୟରେ ଲାପଟପ ରପ୍ତାନି ବନ୍ଦ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୮।୮: ଗୋପନୀୟତା ଉଲ୍ଲଂଘନ ବିଶ୍ୱର ଚିନ୍ତାର ବିଷୟ ପାଲଟିଛି। ଆମେରିକା ସମେତ ବିଶ୍ୱର ସମସ୍ତ ବିକଶିତ ଦେଶ ମଧ୍ୟ ସେମାନଙ୍କ ଚିନ୍ତା ପ୍ରକଟ କରିଛନ୍ତି। ଭାରତ...

ଇରାନରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ

ନୂଆଦିଲ୍ଲୀ,୧୩।୩(ପି.ଟି.): ଇରାନରେ ଅଟକିଥିବା ଭାରତୀୟ ପର୍ଯ୍ୟଟକମାନଙ୍କୁ ଫେରାଇଆଣିବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଇରାନର ବିଭିନ୍ନ ପ୍ରଦେଶରେ ୬୦୦୦ରୁ...

ବ୍ୟାଣ୍ଡ୍‌ବାଜା ଧରି ଅପରାଧୀଙ୍କ ଘରେ ପହଞ୍ଚିଲା ପୋଲିସ, ଜାଣନ୍ତୁ କାହିଁକି

ପାଟନା, ୧୬।୭: ପୋଲିସ ବ୍ୟାଣ୍ଡବାଜା ଧରି ଅପରାଧୀଙ୍କ ଘରେ ପହଞ୍ଚିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଘଟଣା ବିହାରର ଭାଗଲପୁରର ମାଡୱା ଜିଲାରେ ଘଟିଛି।...

୨୦୨୪ ପୂର୍ବରୁ ବଢିଲା ଏନଡିଏର ଶକ୍ତି

ନୂଆଦିଲ୍ଲୀ,୧୬।୭: ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ର ରଥକୁ ଅଟକାଇବାକୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ବିରୋଧୀ ଦଳ ୧୭-୧୮ ଜୁଲାଇରେ ବେଙ୍ଗାଲୁରୁରେ ଏକ ବଡ...

ଆରମ୍ଭ ହେଲା ଶରଦ ପାଓ୍ବାରଙ୍କ ଖରାପ ଦିନ: ଅଠାଓ୍ବଲେ

ନୂଆଦିଲ୍ଲୀ,୯।୭: ମହାରାଷ୍ଟ୍ରରେ ଏନସିପିରେ ଫାଟ ପରେ ରାଜନୀତି ହୋଇଛି ସରଗରମ। ଏହି ରାଜାନୈତିକ ଘଟଣାକ୍ରମ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବିରୋଧୀ ଦଳ ମଧ୍ୟରେ...

ଏଲପିଜି ଦାମରେ ୧୫୭ ପ୍ରତିଶତ ବୃଦ୍ଧି, ଏବେ ଆଉ ଆଗକୁ ଯାଅ ନାହିଁ, କହିଲେ ରାହୁଲ…

ନୂଆଦିଲ୍ଲୀ, ୯।୭ : ଦେଶର ଦରଦାମ୍‌ ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧି...

ଇରାନରୁ ୨୩୩ ଭାରତୀୟଙ୍କୁ ନେଇ ଗୁଜରାଟ ପହଞ୍ଚିଲା ଆଇଏନ୍‌ଏସ୍‌ ଶାର୍ଦ୍ଦୁଳ

ପୋରବନ୍ଦର,୧୧।୬: ଭାରତୀୟ ନୌସେନା ଜାହାଜ ଶାର୍ଦ୍ଦୁଳ ୨୩୩ ଭାରତୀୟଙ୍କୁ ଇରାନର ବନ୍ଦର ଆବାସରୁ ଆଣି ଗୁରୁବାର ଗୁଜରାଟର ପୋରବନ୍ଦରରେ ପହଞ୍ଚିଛି। ବନ୍ଦେ ଭାରତ ମିଶନର ‘ଅପରେଶନ...

Advertisement
Archives

Model This Week