ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ,୧୭।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ  କରୋନାରେ ପୀଡ଼ିତ ହୋଇଛନ୍ତି। ଦ୍ୱିତୀୟ ଥର ତାଙ୍କର କରୋନା ଯାଞ୍ଚ କରାଯାଇଥିବା ବେଳେ ବୁଧବାର ଆସିଥିବା ରିପୋର୍ଟରେ କରୋନା ପଜିଟିଭ୍‌ ବାହାରିଛି। କରୋନାରେ ପୀଡ଼ିତ ହେବା ପରେ ତାଙ୍କୁ ଦିଲ୍ଲୀର ରାଜୀବ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସତ୍ୟେନ୍ଦ୍ରଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ସହ ଜ୍ୱର ହେବାରୁ ତାଙ୍କୁ ମଙ୍ଗଳବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ମଧ୍ୟ ତାଙ୍କର କରୋନା ଯାଞ୍ଚ ହୋଇଥିଲା। କିନ୍ତୁ ସେଥିରେ ସତ୍ୟେନ୍ଦ୍ରଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ବର୍ତ୍ତମାନ ତାଙ୍କର ଜ୍ୱର ସାମାନ୍ୟ ରହିଛି, କିନ୍ତୁ ନିଃଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ତେବେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର କରୋନାରେ ପୀଡ଼ିତ ହେବା ପରେ ଏବେ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। କାରଣ ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସେ ଯୋଗଦେଇଥିଲେ। ଏହି ବୈଠକରେ ଅରବିନ୍ଦ କେଜରିଓ୍ବାଲଙ୍କ ସମେତ ଦିଲ୍ଲୀ ସରକାରଙ୍କ କେତେକ ମନ୍ତ୍ରୀ ଓ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ବଡ଼ ସୁବିଧା ଦେବେ ସରକାର

ନୂଆଦିଲ୍ଲୀ,୫।୧୨: ସଡ଼କ ଦୁର୍ଘଟଣାରେ ଅଧିକାଂଶ ମୃତ୍ୟୁ ଚିକିତ୍ସାରେ ବିଳମ୍ବ ହେତୁ ଘଟିଥାଏ। ଏହି ଗମ୍ଭୀର ପ୍ରସଙ୍ଗକୁ ଧ୍ୟାନରେ ରଖି ସରକାର ଶୀଘ୍ର ସଡ଼କ ଦୁର୍ଘଟଣା ମାମଲାରେ...

ସ୍ଥଳଭାଗ ମୁହାଁ ବାତ୍ୟା ‘ମିଗ୍‌ଜୋମ’: ନେଲୋର-ମଚ୍ଛଲିପଟନମ୍‌ ଦେଇ କରିବ ଅତିକ୍ରମ

ଚେନ୍ନାଇ,୫।୧୨: ପଶ୍ଚିମ କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ଝଡ଼ ‘ମିଗ୍‌ଜୋମ’ ଭୟଙ୍କର ରୂପ...

ମୁଖ୍ୟ ଦାବିଦାର ରେଭନ୍ଥ ରେଡ୍ଡୀ

ହାଇଦ୍ରାବାଦ,୫ା୧୨: ତେଲଙ୍ଗାନାର ଦ୍ୱିତୀୟ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ପରେ ତୃତୀୟ ବିଧାନସଭା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ୍‌ ସୋମବାର ବିଧାନସଭାକୁ...

ମହୁଆଙ୍କୁ ବହିଷ୍କାର ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେଉ

ନୂଆଦିଲ୍ଲୀ,୫ା୧୨(ପି.ଟି.): ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରଙ୍କୁ ଲୋକ ସଭାରୁ ବହିଷ୍କାର କରିବା ଲାଗି ଏଥିକ୍ସ କମିଟି ସୁପାରିସ୍‌ କରିଥିଲା। ଉକ୍ତ ରିପୋର୍ଟ...

ମିଗ୍‌ଜୋମ ତାଣ୍ଡବ: ୫ ମୃତ, ଅନେକ ଉଡ଼ାଣ ରଦ୍ଦ

ଚେନ୍ନାଇ,୫।୧୨: ଦେଶର ଦକ୍ଷିଣ ରାଜ୍ୟରେ ବାତ୍ୟା ମିଗ୍‌ଜୋମ ତାଣ୍ଡବ ରଚିଛି। ଚେନ୍ନାଇରେ ପ୍ରବଳ ବର୍ଷା ଓ ପ୍ରବଳ ପବନ ସହିତ ଘଟଣାରେ ଅତି କମରେ ୫...

ସଂସଦର ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ, ଦେଶର ଆର୍ଥିକ ସ୍ଥିତିକୁ ନେଇ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୨: ସଂସଦର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଅର୍ଥାତ୍‌ ମଙ୍ଗଳବାର ଶୀତ ଅଧିବେଶନର ଦ୍ୱିତୀୟ ଦିନ। ଏହି ଅଧିବେଶନରେ ଅନେକ ପ୍ରମୁଖ ବିଲ...

ଆନ୍ଧ୍ର ମୁହାଁ ବାତ୍ୟା ମିଗଜୋମ, ପ୍ରବଳ ବର୍ଷାରେ ବୁଡ଼ିଲା ତାମିଲନାଡୁ

ଚେନ୍ନାଇ,୪ା୧୨: ବାତ୍ୟା ମିଗଜୋମ ଯୋଗୁଁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ହେତୁ ଚେନ୍ନାଇ ସହର ଏବଂ...

ମିଜୋରାମ ବିଧାନସଭା ନିର୍ବାଚନରେ ସବୁଠୁ ପଛରେ କଂଗ୍ରେସ-ଭାଜପା, ଜାଣନ୍ତୁ କେତେ ପ୍ରତିଶତ ମିଳିଲା ଭୋଟ୍

ନୂଆଦିଲ୍ଲୀ,୪ା୧୨: ମିଜୋରାମରେ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ) ୨୭ ଟି ଆସନ ଜିତି ସରକାର ଗଠନ ପାଇଁ ଏକ ସ୍ୱଚ୍ଛ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri