Posted inଜାତୀୟ

ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହେଲେ ସୁଭାଷ ଚୋପ୍ରା

ନୂଆଦିଲ୍ଲୀ,୨୩।୧୦: ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିଛି। ବୁଧବାର ସୁଭାଷ ଚୋପ୍ରାଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏଥିସହ କୀର୍ତ୍ତି ଆଜାଦ୍‌ଙ୍କୁ ଡିପିସିସିର ନିର୍ବାଚନ ପ୍ରଚାର ସମିତି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ଜୁଲାଇ ୨୦ରେ ଦେହାନ୍ତ ପରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ଖାଲି ରହିଥିଲା। ତେବେ ଦିଲ୍ଲୀର ଦଳ ନେତାଙ୍କ ସହ ଆଲୋଚନା କରିବା ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ସୁଭାଷଙ୍କୁ ଚୟନ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୨୦ ଫେବୃୟାରୀରେ ଦିଲ୍ଲୀରେ ନିର୍ବାଚନ ହେବ। ଏଥିପାଇଁ କଂଗ୍ରେସ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁଙ୍କଠାରୁ ହାର୍‌ ମାନିବାକୁ ପ୍ରସ୍ତୁତ ନାହାନ୍ତି ଦିଦି: ଜୁନ୍‌ ୨୪ ଶୁଣାଣି

କୋଲକତା,୧୮।୬: ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ...

ଭାରତୀୟ ହେଲେ ୟାହୁର ନିର୍ଦ୍ଦେଶକ

ଓ୍ବାଶିଂଟନ,୨୯।୨: ଆମେରିକାର ସିଲିକନ ଭ୍ୟାଲି ସ୍ଥିତ ୟାହୁ ଡଟ୍‌ ଇନ୍‌ର ନିର୍ଦ୍ଦେଶକ ଭାବେ ଜଣେ ଭାରତୀୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଗୋରଖପୁରର...

ଭାରତ ମହାସାଗରରେ ଚାଇନା ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ, ୭।୧୨: ଭାରତ ବଙ୍ଗୋପସାଗରରେ ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷା କରିବାକୁ ଥିବାବେଳେ ଏହା ପୂର୍ବରୁ ବିଭିନ୍ନ ଟ୍ରାକିଂ ଏବଂ ପର୍ଯ୍ୟବେକ୍ଷଣ ଉପକରଣ ସଂଯୋଗ...

୮୦ ବର୍ଷରେ ପଦାର୍ପଣ କଲେ ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ,୨୨।୧୧: ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି। ନେତାଜୀଙ୍କୁ ଶୁଭେଚ୍ଛା...

‘ମୋତେ ବିଶ୍ୱାସ କରିଥିବାରୁ ହୃଦୟରୁ ଧନ୍ୟବାଦ’

ଚଣ୍ଡିଗଡ,୬।୨: ପଞ୍ଜାବ ବିଧାନସଭା ପୂର୍ବରୁ ରାଜ୍ୟରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରବିବାର ଘୋଷଣା କରିଛି। ପଞ୍ଜାବର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ରାଜ୍ୟରେ କଂଗ୍ରେସର...

ଅସୁସ୍ଥ ଆନ୍ନା ହଜାରେ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୩।୯: ସାମାଜିକ କର୍ମୀ ଆନ୍ନା ହଜାରେଙ୍କୁ ମଙ୍ଗଳବାର ମହାରାଷ୍ଟ୍ରର ପୁନେର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଥଣ୍ଡା, କାଶରେ ପୀଡ଼ିତ ଥିବା ବେଳେ ଛାତିରେ ସଂକ୍ରମଣ...

୫ ସନ୍ତାନଙ୍କୁ ଜନ୍ମଦେଲେ ରୁକ୍ସାନା

ଜୟପୁର, ୧୩ା୧୦ : ରାଜସ୍ତାନର ସାଙ୍ଗାନେର ବାସିନ୍ଦା ରୁକ୍ସାନା(୨୫) ଶନିବାର ଜୟପୁର ହସ୍ପିଟାଲରେ ୫ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଏକ ନବଜାତ ପୁତ୍ର...

ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କ ଗୁପ୍ତଚରୀ, ଦିଲ୍ଲୀରୁ ଗିରଫ କଲା ରାଜସ୍ଥାନ ଇଣ୍ଟେଲିଜେନ୍ସ…

ନୂଆଦିଲ୍ଲୀ, ୨୨।୮ : ପାକିସ୍ତାନ ନିଜର ଭାରତ ବିରୋଧୀ ଷଡଯନ୍ତ୍ରରୁ ନିବୃତ୍ତ ହେଉ ନାହିଁ। ଭାରତରେ ଅଶାନ୍ତି ସୃଷ୍ଟି ଲାଗି ପାକିସ୍ତାନ ବିଭିନ୍ନ କୌଶଳ ପ୍ରୟୋଗ...

Advertisement
Archives

Model This Week