Posted inଜାତୀୟ

ଦିଲ୍ଲୀ ଜୋତା କାରଖାନାରେ ନିଆଁ

ନୂଆଦିଲ୍ଲୀ,୨୪।୧୨: ରାଜଧାନୀ ଦିଲ୍ଲୀର ପିଛା ଛାଡୁନି ନିଆଁ। ମଙ୍ଗଳବାର ଏକ ଜୋତା କାରଖାନାରେ ନିଆଁ ଲାଗିଯାଇଥିବା ଜଣାପଡିଛି। ନରେଲା ଇଣ୍ଡଷ୍ଟ୍ରିରିଆଲ୍‌ ଅଞ୍ଚଳରେ ଥିବା ଏକ ଜୋତା କାରଖାନାରେ ମଙ୍ଗଳବାର ସକାଳୁ ନିଆଁ ଲାଗିଯିବା ଖବର ପାଇ ତୁରନ୍ତ ଦମକଳ ବାହୀନି ସେଠାରେ ପହଞ୍ଚିଥିବା ଜଣାପଡିଛି। ଏପର୍ଯ୍ୟନ୍ତ ଏଥିରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନ ଥିବା ବେଳେ ନିଆଁ ଲାଗିବାର କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ। ତେବେ ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି। ନିଆଁ ଲିଭା କାର୍ଯ୍ୟରେ ପ୍ରାୟ ୧୫ଟି ଗାଡ଼ି ନିୟୋଜିତ ଥିବା ଜଣାପଡିଛି। କାରଖାନା ଭିତରେ କେହି ଫସି ରହିଥିବାର ମଧ୍ୟ କିଛି ଖବର ମିଳିନାହିଁ। ସୂଚନାଯୋଗ୍ୟ, ସୋମବାର ଦିଲ୍ଲୀର କିରାଡି ଅଞ୍ଚଳରେ ଥିବା ଏକ କପଡ଼ା ଗୋଦାମରେ ନିଆଁ ଲାଗିଥିବା ବେଳେ ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୭ ମାସ ମଧ୍ୟରେ ରିଜର୍ଭ ବ୍ୟାଙ୍କକୁ ଦ୍ୱିତୀୟ ଝଟ୍‌କା: ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟଙ୍କ ଇସ୍ତଫା

ମୁମ୍ବାଇ,୨୪।୬: ଭାରତୀୟ ରିଜର୍ଭ ବ୍ୟାଙ୍କକୁ ୭ ମାସ ମଧ୍ୟରେ ପୁଣି ଥରେ ଝଟ୍‌କା ଲାଗିଛି। ଏଥର ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟ ନିଜ କାର୍ଯ୍ୟକାଳ ଶେଷ...

ମୁକାବିଲା ପାଇଁ ୧୦୦ କୋଟି ଡଲାର ଦେବ ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ,୧୬ା୫: ଭାରତର କୋଭିଡ୍‌-୧୯ ବିରୋଧୀ ଲଢ଼େଇକୁ ସହାୟତା ପାଇଁ ବିଶ୍ୱବ୍ୟାଙ୍କ ୧୦୦ କୋଟି (୧ ବିଲିୟନ) ଡଲାର ଯୋଗାଇଦେବ। କରୋନା ମହାମାରୀ ଯୋଗୁ ଅସୁବିଧାର ସମ୍ମୁଖୀନ...

ଆମେରିକାରେ ଅନୁପ୍ରବେଶ କରୁଥିବା ୩୧୧ ଭାରତୀୟ ଦିଲ୍ଲୀ ଫେରିଲେ

ନୂଆଦିଲ୍ଲୀ,୧୭।୧୦: ଆମେରିକାର ଅନୁପ୍ରବେଶ କରୁଥିବା ୩୧୧ ଭାରତୀୟଙ୍କୁ ଦିଲ୍ଲୀ ଫେରାଇ ଅଣାଯାଇଛି। ସେମାନଙ୍କୁ ୬୦ ଜଣିଆ ସୁରକ୍ଷାକର୍ମୀ ଭାରତ ଫେରାଇ ଆଣିଛନ୍ତି। ଅନ୍ତର୍ଜାତୀୟ ଏଜେଣ୍ଟଙ୍କ ସହାୟତାରେ...

ଆନ୍ଧ୍ର ପ୍ରଦେଶର ଘରୋଇ କମ୍ପାନୀରେ ୭୫ ପ୍ରତିଶତ ଚାକିରି ସଂରକ୍ଷିତ ରହିବ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ

ବିଜୟଓ୍ବାଡା,୨୩।୭: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଭଲ ଯୋଜନା କରିଛନ୍ତି। ଏବେ ଆନ୍ଧ୍ର ପ୍ରଦେଶରେ ଥିବା ଘରୋଇ କମ୍ପାନୀରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ...

ସ୍ବାତୀ ମାଲିଓ୍ବାଲଙ୍କ ଅନଶନ ଜାରି: କମିଲା ୩ କିଲୋ ଓଜନ

ନୂଆଦିଲ୍ଲୀ,୮।୧୨: ବଳାତ୍କାର ମାମଲାରେ ୬ ମାସ ମଧ୍ୟରେ ଫାଶି ଦଣ୍ଡାଦେଶ ସହ ଆହୁରି କିଛି ଦାବି ନେଇ ନୂଆଦିଲ୍ଲୀର ରାଜଘାଟ ନିକଟ ସମତା ସ୍ଥଳରେ ଅନଶନରେ...

ଭାରତ ଉପରେ ଆକ୍ରମଣ କଲେ ପାତାଳରୁ ବି ଆତଙ୍କବାଦୀଙ୍କୁ ଖୋଜି ଆଣି ଦଣ୍ଡ ଦେବୁ: ମୋଦି

ଡିଣ୍ଡୋରି,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାରାଷ୍ଟ୍ରର ଡିଣ୍ଡୋରି ଗସ୍ତ କରିଛନ୍ତି। ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ବହୁ ହେଭିଓ୍ବେଟ...

ଉତ୍ତରପ୍ରଦେଶରେ ଚାଲିଛି ଜଙ୍ଗଲ ଆଇନ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୨।୧୦: ଉତ୍ତରପ୍ରଦେଶରେ ଜଙ୍ଗଲ ଆଇନ ଚାଲିଛି ବୋଲି ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଏକ ମାମଲାର ଶୁଣାଣି ସମୟରେ ବିରକ୍ତ ହୋଇ କହିଛନ୍ତି। ରାଜ୍ୟ ପ୍ରଶାସନ ପାଖରେ କୌଣସି...

ଠିକ୍‌ ସମୟରେ ମୌସୁମୀ: ଚଳିତବର୍ଷ ସ୍ବାଭାବିକ ବର୍ଷା

ନୂଆଦିଲ୍ଲୀ,୧।୬: ସୋମବାର କେରଳରେ ମୌସୁମୀ ପହଞ୍ଚିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ପୂର୍ବରୁ ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଥିଲା।...

Coronavirus Update


Archives

Model This Week

Why Dharitri