Posted inଜାତୀୟ

ଦିଲ୍ଲୀ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ କଲେ ଡୋଭାଲ

ନୂଆଦିଲ୍ଲୀ,୨୬।୨: କିଛି ଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀ ଅଶାନ୍ତ ରହିଛି। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଦିଲ୍ଲୀରେ ଉଗ୍ର ରୂପ ଧାରଣ କରିଛି। ଏହି ହିଂସାରେ ୨୨ଜଣଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିବା ହିଂସା ଯୋଗୁ ସାରା ଦେଇ ଚିନ୍ତିତ ଥିବା ବେଳେ ଦିଲ୍ଲୀରେ ଶାନ୍ତି ଫେରାଇ ଆଣିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କୁ ହିଂସା ରୋକିବାକୁ ଦାୟିତ୍ୱ ଦିଆଯାଇଛି। ଉତ୍ତର-ପୂର୍ବ ଦିଲ୍ଲୀର ସିଲମପୁରରେ ଥିବା ଡିସିପି କାର୍ଯ୍ୟାଳୟରେ ବୁଧବାର ଡୋଭାଲ ପହଞ୍ଚିଥିଲେ। ଏହାପରେ ହିଂସାରେ ପ୍ରଭାବିତ ଅଞ୍ଚଳ ବୁଲି ଗ୍ରାଉଣ୍ଡ ଜିରୋର ସ୍ଥିତି ପରଖିଥିଲେ। ସେଠାରେ ସେ ଲୋକଙ୍କ ସହ କଥାବାର୍ତ୍ତା ହୋଇ ସହରରେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ତେବେ ସ୍ଥିତି ଅନୁଧ୍ୟାନ କରିବା ପରେ ଡୋଭାଲ କହିଛନ୍ତି, ଘଟଣାସ୍ଥଳରେ ଯଥେଷ୍ଟ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ରହି ସ୍ଥିତି ନିୟନ୍ତ୍ରଣ କରୁଛନ୍ତି। ତେଣୁ ହିଂସାକୁ କେନ୍ଦ୍ର କରି କେହି ଭୟଭୀତ ବା ଆତଙ୍କିତ ହେବାର କୌଣସି କାରଣ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତାଡି ପିଇଲେ ଭଲ ହୋଇଯିବ କ୍ୟାନସର୍‌!

ହାଇଦ୍ରାବାଦ,୨।୯: ତେଲେଙ୍ଗାନା ସରକାରରେ ଜଣେ ମନ୍ତ୍ରୀ କ୍ୟାନ୍‌ସର ରୋଗର ଔଷଧ ବିଷୟରେ ଏକ ଅଜବ ଦାବି କରିଛନ୍ତି। ତେଲେଙ୍ଗାନା ରାଷ୍ଟ୍ରିୟ ସମିତି ସରକାରରେ ଅବକାରୀ ମନ୍ତ୍ରୀ...

ସାକ୍ଷୀ ମିଶ୍ରାଙ୍କ ପ୍ରେମ ବିବାହକୁ ନେଇ ଝିଅମାନଙ୍କୁ ପରାମର୍ଶ ଦେଲେ ମାଲିନୀ

ବରେଲି,୧୫।୭: ଉତ୍ତର ପ୍ରଦେଶର ଭାଜପା ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ  ଜଣେ ଦଳିତ ଯୁବକଙ୍କୁ ବିବାହ କରିବା ପରେ ଏହାକୁ ନେଇ ପ୍ରତିଦିନ କିଛି...

‘ଫୋର୍‌-ଏମ୍‌’: ମମତାଙ୍କୁ ଆଣି ଦେଲା ବିଜୟ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ପୁଣି ଥରେ ଶାସନ ଡୋର ହାତେଇବାକୁ ଯାଉଛି। ଶାସକ ତୃଣମୂଳ ୨୧୧ ଆସନରେ ଆଗେଇଥିବାବେଳେ...

ଗିଟାରିଷ୍ଟ ସୋନମ୍‌ ଶେର୍ପାଙ୍କ ପରଲୋକ

କୋଲକାତା,୧୫ା୨: ଇଣ୍ଡିଆନ ରକ୍‌ ବ୍ୟାଣ୍ଡ୍‌ ‘ପରିକ୍ରମା’ର ମୁଖ୍ୟ ଗିଟାରିଷ୍ଟ ସୋନମ୍‌ ଶେର୍ପାଙ୍କର ଶୁକ୍ରବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୪୮ ବର୍ଷ ହୋଇଥିଲା। ତାଙ୍କର ଅକାଳ...

କରୋନା ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଘରେ ଘରେ ପହଞ୍ଚିବ ଟିକା

ନୂଆଦିଲ୍ଲୀ,୧ ।୧: ଦେଶରେ କରୋନା ଭାଇରସ ଟିକାକରଣକୁ ନେଇ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଏହି ଟିକାକରଣ ପାଇଁ ପ୍ରାୟ ୯୬ ହଜାର କର୍ମୀଙ୍କୁ ପ୍ରଶିକ୍ଷଣ...

ଆସିବ ଗତି ଶକ୍ତି ମାଷ୍ଟର ପ୍ଲାନ୍‌

ନୂଆଦିଲ୍ଲୀ,୩୧।୮: ଭିତ୍ତିଭୂମି ଦୃଢ଼ୀକରଣ ଦ୍ୱାରା ସଂଯୋଗୀକରଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଏଥିଲାଗି ଗତି ଶକ୍ତି ମାଷ୍ଟର ପ୍ଲାନ ସେପ୍ଟେମ୍ବରରେ ଶୁଭାରମ୍ଭ...

ସିରିଏଲ୍‌ କିଲର ଗିରଫ

ଏଲୁରୁ,୭ା୧୧: ଗତ ୨୦ ମାସ ମଧ୍ୟରେ ୧୦ ଜଣଙ୍କୁ ବିଷ ଦେଇ ହତ୍ୟା କରିଥିବା ସିରିଏଲ୍‌ କିଲର ଶିବାଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ବୁଧବାର ଗିରଫ କରିଛି।...

ଆର୍‌ଜେଡି ବିଧାୟକଙ୍କ ବିରୋଧରେ ଚାର୍ଜଶିଟ୍‌

ଆରା,୯ା୨(ପି.ଟି.): ନାବାଳିକା ବଳାତ୍କାର ମାମଲାରେ ଫେରାର ଥିବା ଆର୍‌ଜେଡି ବିଧାୟକ ଅରୁଣ ଯାଦବଙ୍କ ବିରୋଧରେ ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ପୋଲିସ ଚାର୍ଜଶିଟ୍‌ ଦାଖଲ କରିଛି। ସନ୍ଦେଶ...

Advertisement
Archives

Model This Week