Posted inଜାତୀୟ

ଦିଲ୍ଲୀରେ ଟ୍ୟୁସନ ଟିଚରଙ୍କ ଉନ୍ମତ୍ତକାଣ୍ଡ: ପତ୍ନୀ ଓ ୩ ପିଲାଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୨୨।୬: ରାଜଧାନୀ ଦିଲ୍ଲୀରେ ଏକ ବିଚଳିତ କରିଦେବା ଘଟଣା ସମ୍ନାକୁ ଆସିଛି। ଦିଲ୍ଲୀର ମହରୋଲି ଅଞ୍ଚଳର ଓ୍ବାର୍ଡ-୨ରେ ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ୩ ପିଲାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ନୀରିହ ପିଲାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଜଣଙ୍କ ହେଲେ ଉକ୍ତ ଅଞ୍ଚଳର ଉପେନ୍ଦ୍ର ଶୁକ୍ଳା। ସେ ଟ୍ୟୁସନ କରି ନିଜ ପରିବାର ପେଟ ପୋଷୁଥିଲେ। ତେବେ ଅଭିଯୁକ୍ତ ଜଣଙ୍କ ଏଭଳି କାଣ୍ଡ କାହିଁକି ଭିଆଇଛନ୍ତି ତାହା ଏବେ ସ୍ପଷ୍ଟ ହୋଇପାରି ନ ଥିବା ବେଳେ ଅବସାଦ ଯୋଗୁ ଏଭଳି କରିଥିବା ଅନୁମାନ କରାଯାଉଛି। ଅପରପକ୍ଷରେ ଘଟଣାସ୍ଥଳରୁ ତାଙ୍କର ୨ଟି ହାତଲେଖା ନୋଟ ମିଳିଛି। ଏହି ନୋଟ ଇଂଲିଶ୍‌ ଓ ହିନ୍ଦୀରେ ଲେଖାଯାଇଥିବା ବେଳେ ସେଥିରେ ସେ ଏହି ହତ୍ୟା କରିଥିବା ନେଇ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଉପେନ୍ଦ୍ର ତାଙ୍କ ପତ୍ନୀ, ୭ବର୍ଷର ଝିଅ, ୫ବର୍ଷର ପୁଅ ଓ ଦେଢ଼ ମାସର ଝିଅକୁ ଛୁରୀରେ ହତ୍ୟା କରିଥିଲେ। ସକାଳେ ଉପେନ୍ଦ୍ର କବାଟ ନ ଖୋଲିବାରୁ ତାଙ୍କ ଶାଶୁ ଏନେଇ ପାଖ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ଏହାପରେ ପଡ଼ୋଶୀ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଉପେନ୍ଦ୍ରଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ଫୁଟ ୧ ଇଞ୍ଚ ଉଚ୍ଚା ଧର୍ମେନ୍ଦ୍ର ଯୋଗୀଙ୍କୁ ମାଗିଲେ ସହାୟତା

ଲକ୍ଷ୍ନୌ,୧୭।୮: ଭାରତର ସବୁଠାରୁ ଉଚ୍ଚା ବ୍ୟକ୍ତି ଧର୍ମେନ୍ଦ୍ର ନିଜ ଚିକିତ୍ସା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହାୟତା ଲୋଡ଼ିଛନ୍ତି। ତାଙ୍କର ହିପ୍‌ ଟ୍ରାନ୍ସପ୍ଲାଣ୍ଟ୍‌ ଲାଗି...

୧୧ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ

ନୂଆଦିଲ୍ଲୀ, ୨୩।୯: ରାଜ୍ୟ ସଭାରେ ୧୧ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ସମ୍ପର୍କରେ ଘୋଷଣା କରାଯାଇଛି। ଏସମ୍ପର୍କରେ ବାଚସ୍ପତି ଭେଙ୍କୟା ନାଇଡୁ ବୁଧବାର ସୂଚନା ଦେଇଛନ୍ତି।...

ଖେଳାଳିଙ୍କ ପରେ ସାହାଯ୍ୟ ପାଇଁ ଆଗେଇ ଆସିଲା ଆଇପିଏଲ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨୯।୪ : କୋଭିଡ୍‌-୧୯ ସୁନାମିରେ ସଂଘର୍ଷ କରୁଥିବା ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ। ପ୍ରଥମ ସଂସ୍କରଣର ଚାମ୍ପିୟନ...

ପିଏମ୍‌ କେୟାର୍ସ ଫଣ୍ଡକୁ ୫୦୦କୋଟି ଦାନ କଲା ରିଲାଏନ୍ସ

ନୂଆଦିଲ୍ଲୀ,୩୧।୩: କରୋନା ସହ ମୁକାବିଲା ପାଇଁ ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ମଙ୍ଗଳବାର ପିଏମ୍‌ କେୟାର୍ସ ଫଣ୍ଡକୁ ୫୦୦କୋଟି ଟଙ୍କା...

ଭାରତରେ ୮ ନୂଆ ଦୀକ୍ଷା କେନ୍ଦ୍ର ଶୁଭାରମ୍ଭ ପାଇଁ ଘୋଷଣା

ରାଜଗାଙ୍ଗପୁର,୧୫ା୭(ଅଶୋକ ପାଣି)ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‌)ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହ ଶାଖା ଡାଲମିଆ ଭାରତ ଫାଉଣ୍ଡେଶନ (ଡିବିଏଫ୍‌) ଦ୍ୱାରା ‘ଡାଲମିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନଲେଜ...

ତାମିଲନାଡୁରେ ଆରମ୍ଭ ହେଲା ‘ଫନୀ’ର ପ୍ରଭାବ

ଚେନ୍ନାଇ,୨।୫: ବତ୍ୟା ‘ଫନୀ’ ଏବେ ଉଗ୍ରରୂପ ନେଇ ଉପକୂଳ ମୁହାଁ। ଗୁରୁବାର ସକାଳେ ଏହାର ସାମନ୍ୟ ପ୍ରଭାବ ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିଛି। ଫଳରେ ନ୍ୟାଶନାଲ...

ଅଗ୍ନିପଥ ଯୋଜନା: ଜନ୍ତରମନ୍ତରରେ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୮।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଦିନକୁ ଦିନ ଏହି ପ୍ରତିିବାଦ ଉଗ୍ର ରୂପ...

୨ ଆତଙ୍କବାଦୀ ନିହତ

ଶ୍ରୀନଗର,୧୨।୧୧: ଦକ୍ଷିଣ କଶ୍ମୀରର କୁଲଗାମର ଚାୱାଲଗାମ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛି। ନିହତ...

Advertisement
Archives

Model This Week