Advertisement
Posted inଖେଳ

ଦିଲ୍ଲୀରେ ଖେଳାଯାଇପାରିବ ନାହିଁ ଆଇପିଏଲ

ନୂଆଦିଲ୍ଲୀ,୧୩।୩- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ଉପରେ କଳା ବାଦଲ ଛାଇ ହୋଇଯାଇଛି। କରୋନା ଭାଇରସ ଯୋଗୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏଲ ଆୟୋଜନ ନ କରିବାକୁ ପରାମର୍ଶ ଦିଆଯାଇଥିବାବେଳେ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଆଇପିଏଲ ୧୩କୁ ଘୁଞ୍ଚାଇ ଦିଆଯାଇଛି। ବର୍ତ୍ତମାନ ଏପ୍ରିଲ ୧୫ ତାରିଖରେ ଆଇପିଏଲ-୧୩ ଆରମ୍ଭ ହେବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମାରାତ୍ମକ କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ଲାଗି ଦିଲ୍ଲୀ ସରକାର ଶୁକ୍ରବାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦେଶରେ ରାଜଧାନୀରେ କୌଣସି ବଡ଼ ଇଭେଣ୍ଟ ଆୟୋଜନ ହୋଇପାରିବ ନାହିଁ ବୋଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଡିଆ କହିଛନ୍ତି। ବଡ଼ ସଂଖ୍ୟାରେ ଏକତ୍ରିତ ହେଉଥିବା କ୍ରୀଡ଼ାଭିତ୍ତିକ ଇଭେଣ୍ଟକୁ ଆମେ ବାସନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ସିଶୋଡିଆ କହିଛନ୍ତି। କୌଣସି ସେମିନାର, କନଫରେନ୍ସ କିମ୍ବା କୌଣସି ବଡ଼ ଇଭେଣ୍ଟକୁ ଦିଲ୍ଲୀରେ ଆୟୋଜନ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପ୍ରଶାସକଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ତୃତୀୟ ଟି-୨୦: ବିଳମ୍ବରେ ଆରମ୍ଭ ହେବ ମ୍ୟାଚ୍‌

ସେଣ୍ଟ କିଟ୍ସ,୨।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ର ସମୟରେ ପରିବର୍ତ୍ତନ କରାଯାଇଛି। ସେଣ୍ଟ କିଟ୍ସରେ ଖେଳାଯିବାକୁ ଏହି ମ୍ୟାଚ ଭାରତୀୟ...

ସରକାରୀ ଉଚ୍ଚ ପଦପଦବୀରେ ଅଛନ୍ତି ଏହି କ୍ରିକେଟ ଖେଳାଳି

ସରକାରୀ ଉଚ୍ଚ ପଦପଦବୀରେ ଅବସ୍ଥାପିତ କେତେକ ଭାରତୀୟ କ୍ରିକେଟ ଖେଳାଳିଙ୍କ ସମ୍ପର୍କରେ.. ମହେନ୍ଦ୍ର ସିଂ ଧୋନୀ ମହେନ୍ଦ୍ର ସିଂ ଧୋନୀ ଭାରତୀୟ କ୍ରିକେଟ ଇତିହାସର ସବୁଠୁ ସଫଳ...

ବାଙ୍ଗାଲୋରକୁ ହରାଇଲା ହାଇଦ୍ରାବାଦ୍‌

ଶାରଜା: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଶନିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱଧୀନ ସନରାଇଜର୍ସ ହାଇଦ୍ରାବାଦ ୩୫ ବଲ ବାକି ଥାଇ...

‘ଦଳ ପରାଜୟ ପାଇଁ ମୁଁ ଦାୟୀ’

ମୁମ୍ବାଇ,୧୭।୪: ଆଇପିଏଲ୍‌ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲଗାତର ଷଷ୍ଠ ପରାଜୟବରଣ କରିଛି। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ହୋଇଛି। ମ୍ୟାଚ ପରେ ମୁମ୍ବାଇ...

କୋହଲିଙ୍କୁ ୧୨ ଲକ୍ଷ ଜରିମାନା

ଦୁବାଇ,୨୬।୯(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ତାଙ୍କ ଦଳ ଇଣ୍ଡିଆନ ପ୍ରିମିୟର ଲିଗ୍‌...

ଚା’ ଫାକ୍ଟ୍ରିରେ କାମ କରୁଥିଲେ ସାକ୍ଷୀଙ୍କ ବାପା, ଏକା ସ୍କୁଲରେ ପଢ଼ିଥିଲେ ବି ଚିହ୍ନି ନ ଥିଲେ ଧୋନୀ; ହେଲେ..

ନୂଆଦିଲ୍ଲୀ,୧୯।୧୧: ଏକ ସମୟରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପାଇବାକୁ ଝିଅମାନେ ପାଗଳପ୍ରାୟ ଥିଲେ। ଅନେକ ନାୟିକାମାନଙ୍କ ସହ ତାଙ୍କ ନାମ ଯୋଡା ମଧ୍ୟ ଯାଇଥିଲା। ହେଲେ...

ଜେଭରେଭଙ୍କୁ ଟାଇଟଲ

କୋଲୋନେ, ୧୯ା୧୦ (ଏପି)-ଆଲେକ୍‌ଜାଣ୍ଡର ଜେଭରେଭ ୧୭ ମାସ ବ୍ୟବଧାନରେ ଏକ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ରବିବାର ଫେଲିକ୍ସ ଅଗର ଆଲିଆସିମିଙ୍କୁ ସେ ୬-୩, ୬-୩...

ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଡରାଇ ଦେଲେ ସଚିନ

ଭାରତୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଏବେ ରାୟପୁରରେ ସଡ଼କ ସୁରକ୍ଷା ବିଶ୍ୱ ସିରିଜ ଖେଳୁଛନ୍ତି। ସଚିନ ତେନ୍ଦୁଲକରଙ୍କ ସମେତ ସମସ୍ତ ଖେଳାଳି ପ୍ରତ୍ୟେକ ମ୍ୟାଚ...

Advertisement
Archives

Model This Week