ଦିବ୍ୟାଙ୍ଗ ଜଗନ୍ନାଥଙ୍କ ପରିବାରକୁ ‘ଆଶ୍ରୟ’ର ସାହାରା; ୩ ବର୍ଷ ଧରି ପ୍ଲାଟଫର୍ମରେ ବିତାଉଥିଲେ ରାତି

ବ୍ରହ୍ମପୁର ଅଫିସ,୨୩ା୯-ସମୟ ଓ ପରିସ୍ଥିତି ସେମାନଙ୍କୁ କରିଥିଲା ବାସହୀନ। ନିଜର ୪ ଭଉଣୀଙ୍କୁ ବିବାହ କରାଇବାକୁ ଯାଇ ସର୍ବସ୍ବ ହରାଇବା ପରେ ବ୍ରହ୍ମପୁର ରେଳଷ୍ଟେଶନରେ ନେଇଥିଲେ ଆଶ୍ରୟ ା ଭିନ୍ନକ୍ଷମ ହେତୁ କାର୍ଯ୍ୟ ମିଳୁ ନ ଥିବାରୁ ୫ ଟଙ୍କିଆ ଆହାର ଖାଇ କଷ୍ଟରେ ସ୍ତ୍ରୀ ଓ ଝିଅଙ୍କ ସହ ରେଳଷ୍ଟେଶନ ପ୍ଲାଟଫର୍ମରେ ରାତି କଟାଉଥିଲେ। କିନ୍ତୁ ଦୀର୍ଘ ୩ବର୍ଷ ଷ୍ଟେଶନରେ ରହିବା ପରେ ବ୍ରହ୍ମପୁର ମହାନଗର ନିଗମ ଓ ଜାତୀୟ ସହରାଞ୍ଚଳ ଜୀବିକା ମିଶନ (ଏନ୍‌ୟୁଏଲଏମ୍‌) ସହଯୋଗରେ ନିର୍ମିତ ଆଶ୍ରୟ ଏବେ ସେମାନଙ୍କୁ ଦେଇଛି ବଞ୍ଚିବାର ସାହାରା। ଏହା କୁହନ୍ତି ଦମ୍ପତି ଜଗନ୍ନାଥ ମହାରଣା ଓ ରଶ୍ମିତା ମହାରଣା ା
୧୫ ବର୍ଷ ତଳେ ୪ ଭଉଣୀଙ୍କ ବାହାଘର ପାଇଁ ହିଞ୍ଜିଳିକାଟୁ ଅଞ୍ଚଳର ଘର, ଜମି ସବୁ ବିକ୍ରି ପରେ ବାପା, ମାଆ ଓ ବଡଭାଇ ସୁରଟରେ କାମ କରୁଛନ୍ତି। ଭିନ୍ନକ୍ଷମ ଯୋଗୁ ବାହାରକୁ କାମ କରିବାକୁ ଯାଇ ନ ପାରି ବ୍ରହ୍ମପୁରକୁ କାର୍ଯ୍ୟ ସନ୍ଧାନରେ ଆସି ନିଜ ସ୍ତ୍ରୀ ଓ ୫ ବର୍ଷର ଝିଅ ସହ ରେଳ ଷ୍ଟେଶନରେ ଆଶ୍ରୟ ନେଉଥିଲେ ା ବୁଲି ବୁଲି ଇଲେକ୍ଟ୍ରି କାମକରି ଯେଉଁ ଟଙ୍କା ପାଉଥିଲେ ସେଥିରେ ଜଗନ୍ନାଥ ଝିଅ ଓ ସ୍ତ୍ରୀ ଚଳୁଥିଲେ ା ୩ ମାସ ତଳେ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଅଧୀନ ଆଶ୍ରୟ ସୋସିଆଲ ମୋବିଲାଇଜରମାନେ ସେମାନଙ୍କୁ ରେଳଷ୍ଟେଶନରୁ ଆଣି ଆଶ୍ରୟରେ ସ୍ଥାନ ଦେଇଥିବା ଜଗନ୍ନାଥ କହିଛନ୍ତି। ଆଶ୍ରୟକୁ ଆସିବା ପରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଟିଏ ହେବା ସହ ଏନୟୁଏଲଏମ୍‌ ସହଯୋଗରେ ଜଗନ୍ନାଥଙ୍କ ରୋଜଗାର ତଥା କାର୍ଯ୍ୟ ଯୋଗାଇବା ଦିଗରେ ମଧ୍ୟ ପ୍ରୟାସ କରାଯାଉଥିବା ପରିଚାଳକଙ୍କ ପକ୍ଷରୁ ସୂଚନା ମିଳିଛି ା
ସୂଚନାଯୋଗ୍ୟ, ବ୍ରହ୍ମପୁରରେ ବାସହୀନ ଭାବେ ଜୀବନ ବିତାଉ ଥିବା ଅସହାୟ ଲୋକଙ୍କୁ ଆଶ୍ରୟ ଦେବା ଉଦ୍ଦେଶ୍ୟରେ ୨୦୧୮ ଡିସେମ୍ବର ୧ରେ ‘ଆଶ୍ରୟ’ କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା ା ନୂଆ ବସ୍‌ଷ୍ଟାଣ୍ଡରୋଡସ୍ଥିତ ପାୟଲ ହଲ ସମ୍ମୁଖରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମିତ ହୋଇଥିଲା ା କେନ୍ଦ୍ରରେ ୭୦ ପୁରୁଷ ଓ ମହିଳା ରହିବା ନେଇ ବ୍ୟବସ୍ଥା କରାଯିବା ସହ ବେଡ, ବେଡଶିଟ, କମ୍ବଳ ଓ ମଶାରି ଭଳି ଆବଶ୍ୟକ ସାମଗ୍ରୀ ମଧ୍ୟ ରଖାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ପ୍ରାଚୀନ ଗୁମ୍ଫା, ପଥରର ସନ୍ଧାନ

ରାୟଗଡ଼ା ଅଫିସ,୪ା୧୧: ରାୟଗଡ଼ା ସହର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ପିଏଚ୍‌.ଡି. ଛାତ୍ର ଲୋକେଶ ଦୁର୍ଗା ଏବଂ...

କରୋନା ଭୟ: ଭବାନୀପାଟଣାରେ ବଢୁଛି ମାସ୍କର ଚାହିଦା

ଭବାନୀପାଟଣା,୧୪।୩(ଡି.ଏନ୍‌.ଏ.): ସମଗ୍ର ବିଶ୍ୱବାସୀଙ୍କୁ ଘାରିଛି କରୋନା ଚିନ୍ତା। ଏପରିସ୍ଥିତିରେ ଓଡ଼ିଶାରେ କିଛି କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ସବୁଠି ପ୍ରାୟ ଭୟର ବାତାବରଣ ଲାଗିରହିଛି।...

ଉପସ୍ଥାନ ଯାଞ୍ଚ କଲେ ଉପଜିଲାପାଳ

ବନ୍ତଳା,୧ା୧୧(ଡି.ଏନ.ଏ.)-ଅନୁଗୋଳ ଜିଲା ବନ୍ତଳାସ୍ଥିତ ଶ୍ରୀ ଚନ୍ଦ୍ରଶ୍ରେଖର ଜୁନିୟର ମହାବିଦ୍ୟାଳୟ, ଯୁକ୍ତ ତିନି ଉଚ୍ଚତର ଶିକ୍ଷା ମହାବିଦ୍ୟାଳୟ ଓ ପାତେଳି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୁରୁବାର...

ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଦୁର୍ବଳତା ଧରିଲେ ଜିଲାପାଳ

ବ୍ରହ୍ମପୁର ଅଫିସ୍‌,୩ା୭-ଗଞ୍ଜାମ ଜିଲାର ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାକୁ ଯେତିକି ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଉଛି, ତୃଣମୂଳସ୍ତରରେ ସେତିକି ଦୁର୍ବଳ ହେବାରେ ଲାଗିଛି। ଯୋଜନା ନ...

ମୃତଦେହ ସଂସ୍କାର ପରେ ରିପୋର୍ଟ ଆସିଲା ପଜିଟିଭ୍‌

ବୁଗୁଡ଼ା,୧୨ା୭(ଡି.ଏନ୍‌.ଏ.)-ବୁଗୁଡ଼ା ବ୍ଲକ ପାଣିକେଶର ଗ୍ରାମର ବସନ୍ତ ନାୟକ (୪୨)ଙ୍କ ମୃତ୍ୟୁ ପରେ ରବିବାର ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା...

ସମବାୟ ସପ୍ତାହରେ ପାଟଣା ସମବାୟ ସମିତି ପକ୍ଷରୁ ଗଣ ଦୌଡ଼

ପାଟଣା,୧୪।୧୧(ସ୍ବ.ପ୍ର.): ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ପାଟଣା ସମବାୟ ସମିତି ପକ୍ଷରୁ ୬୬ତମ ସମବାୟ ସପ୍ତାହ ଅବସରରେ ଗୁରୁବାର ସକାଳୁ ସହରରେ ଗଣଦୌଡର କାର୍ଯ୍ୟକ୍ରମ ଆୟୋଜିତ...

ଦୁର୍ଘଟଣାରେ ଗଲା ଶିଶୁକନ୍ୟାଙ୍କ ଜୀବନ, ଟ୍ରକ ଜାଳି ଦେଲେ ଲୋକେ

ଝାରସୁଗୁଡ଼ା ଅଫିସ,୨୦।୮: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାର ଛତ୍ରିଆକଣ୍ଟା ଗ୍ରାମ ନିକଟରେ ଶୁକ୍ରବାର ରାତିରେ ଏକ ମାଲବୋଝେଇ ଟ୍ରକ ବାଇକ୍‌କୁ ଧକ୍କା ଦେଇଥିଲା। ଏଥିରେ...

ନିଖୋଜ ଝିଅକୁ ଖୋଜିବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର,୩୧।୩ (ବି.ପ୍ର): ଝିଅ ନିଖୋଜ ନେଇ ବାରମ୍ବାର ଥାନାକୁ ଯିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଏସ୍‌ଆଇ ଦୁର୍ବ୍ୟବହାର କରିବା ସହ ଧମକ ଦେଉଛନ୍ତି। ନବରଙ୍ଗପୁର...

Advertisement
Archives

Model This Week