Posted inଖେଳ

ଦିବାରାତ୍ର ଟେଷ୍ଟ: ୭୨ ଏସ୍‌ଜି ପିଙ୍କ୍‌ ବଲ୍‌ ପାଇଁ ବିସିସିଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧।୧୦(ପ.ଟି.)- ଆସନ୍ତା ୨୨ ତାରିଖରୁ କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ପ୍ରଥମଥର ପାଇଁ ଭାରତ ଦିବାରାତ୍ର ଟେଷ୍ଟ ଖେଳିବାକୁ ଯାଉଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ମ୍ୟାଚ୍‌ ଲାଗି ୭୨ଟି ପିଙ୍କ୍‌ ବଲ୍‌ ଲୋଡିଛି। ଏଥିପାଇଁ ବିସିସିଆଇ ବଲ୍‌ ଉତ୍ପାଦକ କମ୍ପାନୀ ଏସ୍‌ଜିକୁ ଏହି ବଲ୍‌ ଦେବା ପାଇଁ ନିର୍ଦ୍ଦେଶ ଦେଇଛି।
ପୂର୍ବରୁ ନବନିର୍ବାଚିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହି ଦିବାରାତ୍ର ଟେଷ୍ଟରେ ଏସ୍‌ଜି ପିଙ୍କ୍‌ ବଲ୍‌ ବ୍ୟବହାର କରାଯିବ ବୋଲି ସ୍ପଷ୍ଟ କରିଥିଲେ। ଫ୍ଲଡ ଲାଇଟ୍‌ ତଳେ ଟେଷ୍ଟ ମ୍ୟାଚ୍‌ ପାଇଁ ଏକ ଉପଯୋଗୀ ପିଙ୍କ୍‌ ବଲ୍‌ ପ୍ରସ୍ତୁତ କରିବା ଏସ୍‌ଜି ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ। ଏପର୍ଯ୍ୟନ୍ତ ଏସ୍‌ଜିର ପିଙ୍କ୍‌ ବଲ୍‌ କୌଣସି କମ୍ପିଟିଟିଭ୍‌ ମ୍ୟାଚ୍‌ରେ ଖେଳାଯାଇ ନାହି ଓ ଏହାର ମାନର ପରୀକ୍ଷା ମଧ୍ୟ ହୋଇନାହିଁ। ପୂର୍ବରୁ ଦୁଲିପ୍‌ ଟ୍ରଫି କୁକାବୁରା ପିଙ୍କ୍‌ ବଲ୍‌ରେ ୩ଟି ସେସନ ପାଇଁ ଖେଳାଯାଇଥିଲା। ତେବେ ଏଥିରେ ଏସ୍‌ଜି ବଲ୍‌ ବ୍ୟବହୃତ ହୋଇ ନ ଥିଲା।
ବିସିସିଆଇ ୬ ଡଜନ ପିଙ୍କ୍‌ ବଲ୍‌ ଦେବା ପାଇଁ ନିର୍ଦ୍ଦେଶ ଦେଇଛି। ଆସନ୍ତା ସପ୍ତାହର ମଧ୍ୟଭାଗରେ ଆମେ ଏହି ବଲ୍‌ ପ୍ରଦାନ କରିବୁ ବୋଲି ଏସ୍‌ଜି କମ୍ପାନୀ ସେଲ୍ସ ଆଣ୍ଡ ମାର୍କେଟିଂ ଡାଇରେକ୍ଟର ପାରସ ଆନନ୍ଦ କହିଛନ୍ତି। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ନାଲି ଏସ୍‌ଜି ବଲ୍‌ର ଆମେ ଯଥେଷ୍ଟ ଉନ୍ନତି ଆଣିବାରେ ସକ୍ଷମ ହୋଇଥିଲୁ। ଏବେ ପିଙ୍କ୍‌ ବଲ୍‌ ପାଇଁ ଆମେ ରିସର୍ଚ୍ଚ କରିଛୁ ବୋଲି ପାରସ କହିଛନ୍ତି।
ଉଲ୍ଲେଖଥାଉ କି, ଗତ ଘରୋଇ ସେସନରେ ବିରାଟ କୋହଲିଙ୍କ ସମେତ କେତେକ ଭାରତୀୟ ଖେଳାଳି ଏସ୍‌ଜି ନାଲି ବଲ୍‌କୁ ନିମ୍ନ ମାନର ବୋଲି କହି ସମାଲୋଚନା କରିଥିଲେ। ଏହି ବଲ୍‌ ଇଂଲଣ୍ଡରେ ଖେଳାଯାଉଥିବା ଡ୍ୟୁକ ଓ ଅଷ୍ଟ୍ରେଲିଆରେ ଖେଳାଯାଉଥିବା କୁକାବୁରା ବଲ୍‌ ତୁଳନାରେ ଶୀଘ୍ର ଖରାପ ହେଉଯାଉଥିବାର ଅଭିଯୋଗ ହେଉଥିଲା। ଚଳିତ ସେସନରେ ଅବଶ୍ୟ କୋହଲି ବଲ୍‌ରେ ଉନ୍ନତି ହୋଇଥିବା କହିଛନ୍ତି। ତେବେ ବଲ୍‌ ଅତିକମ୍‌ରେ ୬୦ ଓଭର ତିଷ୍ଠି ରହିବା ଆବଶ୍ୟକ ବୋଲି ସେ କହିଥିଲେ।
ଏବେ ପିଙ୍କ୍‌ ବଲ୍‌ ଟେଷ୍ଟ ଆୟୋଜନ ହେଉଛି। ତେଣୁ ଆମେ ୨୦୧୬-୧୭ ସେସନରୁ ଉନ୍ନତ ମାନର ପିଙ୍କ୍‌ ବଲ୍‌ ପ୍ରସ୍ତୁତ ନେଇ କାର୍ଯ୍ୟ ଆରମ୍ଭ କରିଛୁ ବୋଲି ପାରସ କହିଛନ୍ତି। ନାଲି ବଲ୍‌ ତୁଳନାରେ ପିଙ୍କ୍‌ ବଲ୍‌ ଅଧିକ ଧୂଳି ଧରିଥାଏ। ଫଳରେ ଏହା ଶୀଘ୍ର ଖରାପ୍‌ ହୋଇଥାଏ। କମ୍‌ ସମୟରେ ଆମେ ଭଲ ରେଡ ବଲ୍‌ ପ୍ରସ୍ତୁତ କରିଛୁ। ତେଣୁ ପିଙ୍କ୍‌ ବଲ୍‌ ବି ଠିକ୍‌ ସମୟରେ ପ୍ରସ୍ତୁତ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାଲେ ଓପନ ଫାଇନାଲରେ ଫେଡରର

ହାଲେ ଓ୍ବେଷ୍ଟଫଲେନ(ଜର୍ମାନୀ),୨୩ା୬(ଏଏଫ୍‌ପି): କିମ୍ବଦନ୍ତୀ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ରୋଜର ଫେଡରର ଏଠାରେ ଚାଲିଥିବା ହାଲେ ଓପନ ଏଟିପି ଫାଇନାଲରେ ପ୍ରବେଶ କରିଛନ୍ତି। ସେ ସେମିଫାଇନାଲରେ...

ଟେଷ୍ଟ ସିରିଜ୍‌ ପୂର୍ବରୁ ନ୍ୟୁଜିଲାଣ୍ଡରେ ଛୁଟି କାଟୁଛନ୍ତି ବିରାଟବାହିନୀ

ଅକଲାଣ୍ଡ,୧୩।୨: ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି। ଟି୨୦ ସିରିଜକୁ ୫-୦ରେ କ୍ଲିନ୍‌ସୁଇପ୍‌ କରିବା ପରେ ୩-୦ରେ ଦିନିକିଆ ସିରିଜ ପରାଜୟବରଣ କରିଛି ଟିମ୍‌...

ରବି ଶାସ୍ତ୍ରୀ ଅବିଶ୍ୱସନୀୟ; ସେ ରାଗିବେ, ପୁଣି କିଭଳି ଭଲ ଖେଳିବ କହିବେ: ଗାଭାସ୍କର

ନୂଆଦିଲ୍ଲୀ,୨୫।୪: ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ରାଷ୍ଟ୍ରୀୟ କ୍ରିକେଟ୍‌ କୋଚ୍‌ ରବି ଶାସ୍ତ୍ରୀଙ୍କ ଭୂରି ପ୍ରଶଂସା କରିଛନ୍ତି। ଯୁବ କ୍ରିକେଟରଙ୍କୁ ଖରାପ ସମୟରେ ପ୍ରେରଣା...

ପିତା ହେଲେ ଏହି କ୍ରିକେଟର୍‌, ମେଡିକାଲ ଯିବା ପୂର୍ବରୁ ଫ୍ୟାନ୍‌ଙ୍କୁ ଦେଇଥିଲେ ସୂଚନା

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପ୍ରେମିକା ନତାଶା ଷ୍ଟାନକୋଭିକ୍‌ ଏକ ପୁତ୍ର ସନ୍ତାନ ଜନ୍ମ...

ଟସ୍‌ ଜିତିଲା କୋଲକତା

ୟୁଏଇ,୨୮।୯: ଆଇପିଏଲ ୨୦୨୧ର ୪୧ତମ ମ୍ୟାଚରେ ମଙ୍ଗଳବାର କୋଲକତା ନାଇଟ ରାଇଡର୍ସ (କେକେଆର୍‌) ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) କୁ ଭେଟୁଛି। କୋଲକତା ଅଧିନାୟକ ଇଏନ ମୋର୍ଗାନ...

ରାଜ୍ୟ ଓପନ ଚେସ୍‌: ସୌମ୍ୟଙ୍କୁ ୬୧ତମ ଟାଇଟଲ

ଭୁବନେଶ୍ୱର, ୨୫।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ବାଲିଅନ୍ତାସ୍ଥିତ ଜବାହରଲାଲ ନେହେରୁ ଜୁନିୟର କଲେଜରେ ଅନୁଷ୍ଠିତ ପ୍ରଥମ ସମର ବିଜୟ ମହାନ୍ତି...

ପ୍ରଥମ ଥର ଭାରତୀୟ ଦଳରେ ୩ ରାଜସ୍ଥାନ ଖେଳାଳି

ଜୟପୁର,୨୨।୭-ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା ହୋଇସାରିଛି। ଏହି ଦଳରେ ପ୍ରଥମ ଥର ପାଇଁ ୩ ଜଣ ରାଜସ୍ଥାନ ଖେଳାଳି ସ୍ଥାନ ପାଇଛନ୍ତି। ବାମହାତୀ...

୨୦୨୩ ଫିଫା ମହିଳା ବିଶ୍ୱକପ୍‌: ମିଳିତ ଭାବେ ଆୟୋଜନ କରିବେ ଅଷ୍ଟ୍ରେଲିଆ- ନ୍ୟୁଜିଲାଣ୍ଡ

ଜେନିଭା,୨୬।୬(ଏପି): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ୨୦୨୩ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ କରିବେ। ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ତରଫରୁ...

Advertisement
Archives

Model This Week