Posted inଖେଳ

ଦିବାରାତ୍ର ଟେଷ୍ଟ: ‘ରିଷ୍ଟ ସ୍ପିନରଙ୍କୁ ଫାଇଦା ମିଳିବ’

ନୂଆଦିଲ୍ଲୀ, ୨୦।୧୧(ପି.ଟି.)-ଭାରତ ଏହାର ସର୍ବପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ କୋଲକାତାର ଇଡେନ ଗାର୍ଡେନରେ ଖେଳିବାକୁ ଯାଉଛି। ବାଂଲାଦେଶ ବିପକ୍ଷ ଏହି ଟେଷ୍ଟ ପିଙ୍କ୍‌ବଲ୍‌ରେ ଖେଳାଯିବ। ଫ୍ଲଡଲାଇଟ୍‌ରେ ପିଙ୍କ୍‌ବଲର ବ୍ୟବହାର କିପରି ରହିବ ଏହାକୁ ନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ଏହି ଟେଷ୍ଟରେ ଫିଙ୍ଗର ସ୍ପିନରଙ୍କ ଅପେକ୍ଷା ରିଷ୍ଟ ସ୍ପିନର ଅଧିକ ଉପାଦେୟ ସାବ୍ୟସ୍ତ ହେବେ ବୋଲି ଅନୁଭବ କରୁଛନ୍ତି ଟିମ୍‌ ଇଣ୍ଡିଆ ସିନିୟର ଅଫ୍‌ ସ୍ପିନର ହରଭଜନ ସିଂ। ରିଷ୍ଟ ସ୍ପିନରଙ୍କୁ ଖେଳିବା ସହଜ ହେବନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
ପିଙ୍କ୍‌ବଲ୍‌ରେ ବ୍ଲାକ୍‌ ଷ୍ଟିଚ୍‌ ରହିଥିବାରୁ ଏହାର ସିମ୍‌ ଧରିବା କଷ୍ଟସାଧ୍ୟ ହେବ। ତେଣୁ ଏ କ୍ଷେତ୍ରରେ ରିଷ୍ଟ ସ୍ପିନରମାନେ ଫାଇଦାରେ ରହିବେ ବୋଲି ସେ କହିଛନ୍ତି। ଭାରତୀୟ ଦଳରେ ଜଣେ ରିଷ୍ଟ ସ୍ପିନର କୁଲଦୀପ ଯାଦବ ରହିଛନ୍ତି। ତେବେ ହରଭଜନ ଚୟନ ପ୍ରକ୍ରିୟା ସମ୍ପର୍କରେ କିଛି କହିବାକୁ ଚାହିଁନାହାନ୍ତି। ”କେଉଁମାନେ ଦଳରେ ଚୟନ ହେବେ ତାହା ଟିମ୍‌ ମ୍ୟାନେଜମେଣ୍ଟ ସ୍ଥିର କରିବ। ତା’ ଉପରେ ମୁଁ କିଛି ମନ୍ତବ୍ୟଦେବା ଠିକ୍‌ ହେବନାହିଁ। ତେବେ ସ୍ପିନରମାନେ ସେମାନଙ୍କ ଖେଳ ଦେଖାଇବା ପୂର୍ବରୁ ଦ୍ରୁତ ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ଭାରତୀୟ ସିମରଙ୍କୁ ମୁକାବିଲା କରିବାକୁ ପଡ଼ିବ“ ବୋଲି ହରଭଜନ କହିଛନ୍ତି। ୩ଟା ୩୦ରୁ ୪ଟା ୩୦ ମଧ୍ୟରେ କୋଲକାତାରେ ସୂର୍ଯ୍ୟାସ୍ତ ହୋଇଥାଏ। ଏହି ସମୟରେ ଦ୍ରୁତବୋଲରମାନେ ସର୍ବାଧିକ କ୍ଷତି ଘଟାଇ ଥାଆନ୍ତି। ଭବିଷ୍ୟତରେ ଦିବାରାତ୍ର ଟେଷ୍ଟ ଖେଳିବା ଜାରିରଖିବାକୁ ହେଲେ ଆମକୁ ସ୍ପିନରଙ୍କ ସମ୍ପର୍କରେ ଅଧିକ ଭାବିବାକୁ ପଡ଼ିବ ବୋଲି ସେ କହିଛନ୍ତି।
୨୦୧୬ ଦୁଲିପ ଟ୍ରଫି ପିଙ୍କ୍‌ବଲ୍‌ରେ ଖେଳା ଯାଇଥିଲା। ଏଥିରେ କୁଲଦୀପ କିପରି ଘାତକ ସାବ୍ୟସ୍ତ ହୋଇଥିଲେ ତାହାକୁ ମନେ ପକାଇଛନ୍ତି ଏହି ଅଭିଜ୍ଞ ସ୍ପିନର। ”୨୦୧୬ ଦୁଲୀପ ଟ୍ରଫିରେ କେହି ଜଣେ ମଧ୍ୟ କୁଲଦୀପଙ୍କ ବୋଲିଂକୁ ଠିକ୍‌ଭାବେ ବୁଝିପାରି ନ ଥିଲେ। ଏହି ସଂସ୍କରଣରେ ଲେଗ୍‌ ସ୍ପିନରମାନେ ଅଧିକ ଉଇକେଟ ପାଇଥିଲେ। ଜଣେ ଫିଙ୍ଗର ସ୍ପିନର ବୋଲିଂ କଲାବେଳେ ବଲ୍‌ ସିମ୍‌ ସହିତ ରିଲିଜ୍‌ ହୋଇଥାଏ। ତେଣୁ ସେଥିରୁ ଟର୍ନ ଓ ବାଉନ୍ସ ମିଳିଥାଏ। ବୋଲର ଗୁଗ୍‌ଲି ବୋଲିଂ କଲାବେଳେ ସିମ୍‌ ଧରିବା କଷ୍ଟସାଧ୍ୟ ହୋଇ ଯାଇଥାଏ। ତେବେ ଫିଙ୍ଗର ସ୍ପିନର ହୋଇଥିଲେ ହେଁ ମୁଥୟା ମୁରଲୀଧରନ ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ। ସେ ପିଙ୍କ୍‌ ବଲ୍‌ରେ ମଧ୍ୟ ସଫଳତା ପାଇଥାନ୍ତି। କାରଣ ସେ ଭିଡ଼ାଓଟରା ହୋଇଯାଇଥିବା ସିମ୍‌ହାୟତାରେ ଅଫ୍‌ ସ୍ପିନ ଏବଂ ଦୁସ୍‌ରା ବୋଲିଂ କରିପାରନ୍ତି“ ବୋଲି ସେ କହିଛନ୍ତି।
ପିଙ୍କ୍‌ ଏସ୍‌ଜି ବଲ୍‌ ସ୍ପିନରଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ। କାରଣ ଲାଇଟ୍‌ରେ ଏହା ପରିଷ୍କାର ଦେଖା ଯିବାପାଇଁ ଗାଢ଼ା ରଙ୍ଗର ପ୍ରଲେପ ବ୍ୟବହାର କରାଯାଇଥାଏ। ଗାଢ଼ା ରଙ୍ଗ ଅର୍ଥ ବଲ୍‌ର ଗ୍ରୀପ୍‌ ଭଲ ରହି ନ ଥାଏ। ଏ କ୍ଷେତ୍ରରେ ଫିଙ୍ଗର ସ୍ପିନରଙ୍କ ହାତରୁ ବଲ୍‌ ଖସିଯିବାର ସମ୍ଭାବନା ଥାଏ। କାକର ସମୟରେ ଧଳା ବଲ୍‌ ଓ ପିଙ୍କ୍‌ ବଲ୍‌ରେ ବୋଲିଂର ପାର୍ଥକ୍ୟ ସମ୍ପର୍କରେ ସେ କହିଲେ ଯେ, ଦିବାରାତ୍ର ଗେମ୍ସରେ ଧଳା ବଲ୍‌ ହାତରୁ ସାବୁନ ଖଣ୍ଡପରି ଖସିଥାଏ ବୋଲି ଅନେକଙ୍କ ଧାରଣା ରହିଛି। ମାତ୍ର ତାହା ଠିକ୍‌ ନୁହେଁ। ଧଳା ବଲ୍‌ ହାତରୁ ଖସିଥାଏ ତାହାର କାରଣ ହେଲା ତା ଉପରେ ଥିବା ଆସ୍ତରଣ ଛାଡ଼ି ଯାଥାଏ ଏବଂ ବଲ୍‌ ଓଜନିଆ ହୋଇ ଯାଇଥାଏ। ପିଙ୍କ୍‌ ବଲ୍‌ରେ ଅତିରିକ୍ତ ଆସ୍ତରଣ ଥିବାରୁ ଏହା ସହଜରେ ଛାଡ଼ି ନ ଥାଏ, ତେଣୁ ବଲ୍‌ ଓଜନିଆ ହୋଇ ନ ଥାଏ। ମାତ୍ର ଏହାର ଷ୍ଟିଚ୍‌ ଗୁଡ଼ିକ ଓଦା ହୋଇ ଯାଇଥାଏ, ଯାହାକି ଫିଙ୍ଗର ସ୍ପିନରଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ।
୫୦ କିମ୍ବା ୨୦ ଓଭର ଖେଳରେ ବଲ୍‌ ଓଦା ହୋଇଗଲେ ଲେନ୍ଥ ପରିବର୍ତ୍ତନ କରି ବ୍ୟାଟ୍ସମ୍ୟାନଙ୍କୁ ବ୍ୟାକ୍‌ଫୁଟ୍‌ରେ ଖେଳିବାକୁ ବାଧ୍ୟ କରାଯାଇପାରେ। ମାତ୍ର ଟେଷ୍ଟରେ ସେପରି ଫିଲ୍ଡ ସେଟିଂ କରାଯାଇ ପାରିବ ନାହିଁ। ବଲ୍‌କୁ ଠିକ୍‌ଭାବେ ପିଚ୍‌ କରାଇବାକୁ ପଡ଼ିବ। ଓଦା ସିମ୍‌ରେ ୬ଟି ବଲ୍‌କୁ ଗୋଟିଏ ସ୍ଥାନରେ ପିଚ୍‌ କରାଇବା ସହଜ କଥା ନୁହେଁ। ଘରୋଇ କ୍ରିକେଟରେ ପିଙ୍କ୍‌ବଲରେ ଅଧିକ ଗେମ୍‌ କରାଯିବା ଆବଶ୍ୟକ। ଏହା ହେଲେ ସ୍ପିନରମାନେ ପ୍ରଭାବୀ ହୋଇପାରିବେ। ରଣଜୀ ଟ୍ରଫିରେ ଶୀର୍ଷସ୍ଥାନୀୟ ଜାତୀୟ ଖେଳାଳିଙ୍କ ପାଇଁ ବିସିସିଆଇ ଏକ ଓ୍ବିଣ୍ଡୋ ବାହାର କରିପାରିଲେ ସେମାନେ ଅଧିକ ଅଭିଜ୍ଞ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ବିଜୟ ସହ ମେକ୍ସିକୋ ୭ମ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଶେଷ କରିଛି ମେକ୍ସିକୋ। ଯୁବ ମେକ୍ସିକୋ...

ଜୋ ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ଏହି କ୍ରିକେଟର୍‌ଙ୍କ ପୁରୁଣା ଟୁଇଟ୍‌ ଭାଇରାଲ, ଜାଣନ୍ତୁ କ’ଣ ରହିଛି ସମ୍ପର୍କ

ଡେମୋକ୍ରାଟିକ ନେତା ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବିଜୟ ପରେ ବାଇଡେନଙ୍କୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଅଭିନନ୍ଦନର ସୁଅ...

ଏମିତି ଛକା ମାରିଲେ ବ୍ୟାଟ୍ସମ୍ୟାନ୍‌, କୁନି ଝିଅ ମୁଣ୍ଡରେ ବାଜିଲା ବଲ୍‌: ଆଉ ତା’ପରେ

ଅକଲାଣ୍ଡ,୧୫।୧: ନ୍ୟୁଜିଲ୍ୟାଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୋଫି ଡିଭାଇନ ସୁପର ସ୍ମାସ ଟି -୨୦ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମାତ୍ର ୩୬ ବଲରେ ଶତକ ହାସଲ...

ବିସିସିଆଇ ନିଷ୍ପତ୍ତିକୁ ଆଇପିଏଲ୍‌ ବ୍ରଡ୍‌କାଷ୍ଟର ସମର୍ଥନ

ମୁମ୍ବାଇ, ୫ା୫(ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବାୟୋ ବବଲରେ କୋଭିଡ୍‌ର ଆକସ୍ମିକ ଆବିର୍ଭାବ ଯୋଗୁ ଏହି ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସସ୍‌ପେଣ୍ଡ...

ସିରିଜ ଜିତିଲା ବାଂଲାଦେଶ

ଢାକା, ୧୨୩ (ଏଏଫ୍ପି)- ଭ୍ରମଣକାରୀ ଜିମ୍ବାେଓ୍ବ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଟି୨୦ ମ୍ୟାଚ୍କୁ ବାଂଲାଦେଶ ୯ ଉଇକେଟ୍ର ବୃହତ୍ ବ୍ୟବଧାନରେ ଜିତିନେଇଛି ପ୍ରଥମେ ବ୍ୟାଟିଂ...

ହୃଦ୍‌ଘାତରେ ୪୦ ବର୍ଷୀୟ କ୍ରିକେଟର୍‌ଙ୍କ ପରଲୋକ

ମୁମ୍ବାଇ,୨୪।୪:ମୁମ୍ବାଇର ପୂର୍ବତନ ଦ୍ରୁତ ବୋଲର ତଥା ରଣଜୀ ଟ୍ରଫି ବିଜେତା ଦଳର ଅଂଶ ଥିବା ରାଜେଶ ବର୍ମାଙ୍କ ଦେହାନ୍ତ ହୋଇଛି। ସେ ୪୦ ବର୍ଷ ବୟସରେ...

କରୋନା ଟେଷ୍ଟରେ ସାମ୍‌ କୁରାନ ନେଗେଟିଭ୍‌

ସାଇଥାମ୍ପଟନ, ୪ା୭ (ପି.ଟି.)-ଇଂଲଣ୍ଡ ଅଲରାଉଣ୍ଡର ସାମ୍‌ କୁରାନଙ୍କର ଶୁକ୍ରବାର ହୋଇଥିବା କରୋନାଭାଇରସ୍‌ ଟେଷ୍ଟରେ ନେଗେଟିଭ୍‌ ଆସିଛି। ସେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଟ୍ରେନିଂରେ...

ରେଷ୍ଟୁରାଣ୍ଟ ଭିଡିଓ ଭାଇରାଲ: ରୋହିତଙ୍କ ସେମେତ ୫ ଖେଳାଳି ଆଇସୋଲେଶନରେ

ମେଲବୋର୍ନ,୩।୧(ପି.ଟି.): ଉପଅଧିନାୟକ ରୋହିତ ଶର୍ମାଙ୍କ ସମେତ ୫ଜଣ ଭାରତୀୟ ଖେଳାଳିଙ୍କୁ ମେଲବୋର୍ନରେ ଆଇସୋଲେଶନରେ ରଖାଯାଇଛି। ଜୈବ ସୁରକ୍ଷା ପ୍ରୋଟୋକଲର ସମ୍ଭାବ୍ୟ ଉଲ୍ଲଂଘନ ପାଇଁ ଉଦୀୟମାନ ଓପନର...

Advertisement
Archives

Model This Week