Posted inଖେଳ

ଦିବାରାତ୍ର ଟେଷ୍ଟ: ଇଡେନରେ ପ୍ରଥମ ୩ ଦିନରେ ୫୦ ହଜାର ଦର୍ଶକ

କୋଲକାତା,୧୦।୧୧(ପି.ଟି.)- ଆସନ୍ତା ୨୨ରୁ ୨୬ ତାରିଖ ମଧ୍ୟରେ ସ୍ଥାନୀୟ ଇଡେନ ଗାର୍ଡେନରେ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ପ୍ରଥମଥର ପାଇଁ ଭାରତ ଦିବାରାତ୍ର ଟେଷ୍ଟ ଖେଳିବାକୁ ଯାଉଥିବାରୁ ଏହାକୁ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଥମ ୩ ଦିନରେ ୫୦,୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି। ଟିକେଟର ଚାହିଦା ଆଶାତୀତ ବୃଦ୍ଧି ପାଇଛି ବୋଲି କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ୍‌ (ସିଏବି) ଟୁଇଟ୍‌ କରି ସୂଚନା ଦେଇଛି। ଇତିମଧ୍ୟରେ ୧୭, ୦୦୦ ଟିକେଟ ଅନ୍‌ଲାଇନ୍‌ ମାଧ୍ୟମରେ ବିକ୍ରି ହୋଇସାରିଛି । ମୋଟ ଉପରେ ୫୦ ହଜାର ଟିକେଟ ବିକ୍ରି ହୋଇଛି ବୋଲି ସିଏବି ତରଫରୁ କୁହାଯାଇଛି। ବାକି ଟିକେଟଗୁଡିକ ଅନୁବନ୍ଧିତ ୟୁନିଟ୍‌ ତଥା ଆସୋସିଏଶନଗୁଡିକୁ ଦିଆଯାଇଛି। ପ୍ରଥମ ୩ ଦିନ ପାଇଁ ଟିକେଟ ଚାହିଦା ଅଧିକ ରହିଛି। ନଭେମ୍ବର ୧୪ ତାରିଖରେ ବାକି ୧୬,୦୦୦ ଟିକେଟ କାଉଣ୍ଟରରେ ବିକ୍ରି ହେବ। ଷ୍ଟାଡିୟମ ପୂର୍ଣ୍ଣ ହେବ ବୋଲି ସିଏବିର ଜଣେ ଅଫିସିଆଲ କହିଛନ୍ତି।
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମ ଦିନରେ ଇଡେନରେ ପାରମ୍ପରିକ ଘଣ୍ଟି ବଜାଇ ମ୍ୟାଚ ଆରମ୍ଭ କରିବେ। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପଶ୍ଚିମବଙ୍ଗ ଗଭର୍ନର ଜଗଦୀପ ଧନକର ଉପସ୍ଥିତ ରହିବେ। ଏହି ଐତିହାସିକ ମୁହୂର୍ତ୍ତରେ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ଅଲିମ୍ପିକ ଚାମ୍ପିୟନ ଅଭିନବ ବିନ୍ଦ୍ରା, ଟେନିସ ତାରକା ସାନିଆ ମିର୍ଜା, ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ ପି.ଭି. ସିନ୍ଧୁ ଓ ୬ଥର ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ଜିତିଥିବା ଏମ୍‌ସି ମେରିକମ୍‌ ଉପସ୍ଥିତ ରହିବେ। ଏହି ତାରକା ଖେଳାଳିମାନଙ୍କୁ ମଧ୍ୟ ସିଏବି ତରଫରୁ ସମ୍ବର୍ଦ୍ଧିତ କରାଯିବ। ସ୍ବତନ୍ତ୍ର ଭାବେ ଡିଜାଇନ ହୋଇଥିବା ଫଳକ ଅତିଥିମାନଙ୍କୁ ପ୍ରଦାନ କରାଯିବ। ଗଲ୍ଫ କାର୍ଟରେ ଏମାନେ ଷ୍ଟାଡିୟମ ପରିକ୍ରମା କରିବେ। ଏହି ଅବସରରେ ୨୦୦୦ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ସଦସ୍ୟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ। ଉଲ୍ଲେଖଥାଉ କି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନବନିଯୁକ୍ତ ସଭାପତି ସୌରଭ ଗାଙ୍ଗୁଲି ଏହି ମ୍ୟାଚ୍‌ରେ ଅଧିନାୟକ ଭାବେ ପଦାର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍‌ ଜ୍ୟୋତିକୁ ଜାପାନରେ ନୀରବ ସ୍ବାଗତ

ହିଗାଶିମାତ୍ସୁଶିମା, ୨୦।୩ (ଏଏଫ୍‌ପି)-କରୋନା ଭାଇରସ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଥିବା ବେଳେ ଏବେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କ ବୃଦ୍ଧିପାଇଛି। ତେବେ ଇତିମଧ୍ୟରେ ଶୁକ୍ରବାର...

ଫର୍ମୁଲାଓ୍ବାନ: ରେନଲ୍ଟକୁ ଫେରିବେ ଆଲୋଁସୋ

ସ୍ପେଲବର୍ଗ, ୯ା୭(ଏପି)- ଫର୍ମୁଲାଓ୍ବାନ ମୋଟରରେସିଂର ପୂର୍ବତନ ବିଶ୍ୱ ଚାମ୍ପିୟନ ଫର୍ନାଣ୍ଡୋ ଆଲୋଁସୋ ଆସନ୍ତା ସିଜନରେ ରେନଲ୍ଟ ଟିମ୍‌କୁ ଫେରିବେ। ଶେଷଥରପାଇଁ ୨୦୧୮ ସିଜନରେ ସେ ମ୍ୟାକଲରେନ...

ସୁସ୍ଥ ହେଲେ କପିଲ: ଚେତନ ଶର୍ମା

ନୂଆଦିଲ୍ଲୀ,୨୫ ।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ କପିଲ ଦେବ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହ୍‌ପିଟାଲରୁ ଡିସଚାର୍ଜ ହୋଇଥିବା କହିଛନ୍ତି ଚେତନ ଶର୍ମା...

ଓ୍ବେଷ୍ଟଇଣ୍ଡିଜକୁ ହରାଇ ଓ୍ବିଜଡେନ ଟ୍ରଫି ବଜାୟ ରଖିଲା ଇଂଲଣ୍ଡ

ମାଞ୍ଚେଷ୍ଟର, ୨୮।୭- କରୋନା ଭାଇରସ ସଂକ୍ରମଣ ଜନିତ ବ୍ରେକ୍‌ ପରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ ସିରିଜରେ ବିଜୟୀ ହୋଇଛି ଇଂଲଣ୍ଡ। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ...

ଅଧିନାୟକ ପଦ ଛାଡିଲେ ରୁଟ୍‌

ଲଣ୍ଡନ,୧୫।୪: ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଜୋ ରୁଟ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳର ଖରାପ ପ୍ରଦର୍ଶନ ଯୋଗୁ...

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି୨୦ରେ ୧୦୦୦ ଛକା ମାରିବେ ଗେଲ୍‌

ନୂଆଦିଲ୍ଲୀ, ୧୦।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଏହି ଅବସରରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଦର୍ଷ ଓପନର୍‌ କ୍ରିସ୍‌...

ପଡ଼ିଆରେ ୨ବିକ୍ଷୋଭକାରୀ

ସିଡ୍‌ନୀ, ୨୮ା୧୧(ପି.ଟି.)-ଶୁକ୍ରବାର ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଚାଲିଥିବାବେଳେ ପଡ଼ିଆରେ ପ୍ରବେଶ କରିଥିବା ୨ଜଣ ବିକ୍ଷୋଭକାରୀଙ୍କୁ ସୁରକ୍ଷାକର୍ମୀମାନେ...

‘ହସ ଲାଗେ, ଗୋଟିଏ ଦୁଇଟି ମ୍ୟାଚ୍‌ ଖେଳିଥିବା ଲୋକ ଜ୍ଞାନ ଦେଉଛନ୍ତି’

ନୂଆଦିଲ୍ଲୀ,୨୦।୭: ଦୀର୍ଘଦିନ ଧରି ନିଜର ଖରାପ ଫର୍ମ ସହ ଲଢ଼ୁଛନ୍ତି ଭାରତର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି। ଦେଢ଼ ବର୍ଷ ଧରି ସେ...

Advertisement
Archives

Model This Week