Posted inଖେଳ

ଦିନିକିଆ ସିରିଜ: ଶ୍ରୀଲଙ୍କାର କ୍ଲିନ୍‌ ସୁଇପ୍‌

କଲମ୍ବୋ,୧।୮- ବାଂଲାଦେଶ ବିପକ୍ଷ ଦିନିକିଆ ସିରଜ୍‌ରେ ଘରୋଇ ଶ୍ରୀଲଙ୍କା କ୍ଲିନ୍‌ ସୁଇପ୍‌ କରିଛି। ସ୍ଥାନୀୟ ଆର. ପ୍ରେମଦାସା ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କା ୧୨୨ ରନରେ ବାଂଲାଦେଶକୁ ହରାଇଛି। ଫଳରେ ଶ୍ରୀଲଙ୍କ ୩-୦ରେ ସିରଜ୍‌ ପୋଛି ନେଇଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୯୪ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲଦେଶ ୩୬ ଓଭରରେ ୧୭୨ ରନ କରି ଅଲଆଉଟ ହେବା ସହ ଆତ୍ମସମର୍ପଣ କରିଥିଲା। ୮୭ ରନର ଉପଯୋଗୀ ପାଳି ଖେଳିଥିବା ଶ୍ରୀଲଙ୍କାର ଆଞ୍ଜୋଲୋ ମାଥ୍ୟୁସ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୯୫ ରନ ଟାର୍ଗେଟ୍‌ର ପିଛା କରି ବାଂଲାଦେଶ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ଗୋଟିଏ ପରେ ଗୋଟଏ ଉଇକେଟ ହରାଇଥିଲା। ଦଳର ୭ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରି ନ ଥିଲେ। ସୌମ୍ୟ ସରକାର ସର୍ବାଧିକ ୬୯ ରନ କରିଥିବାବେଳେ ତାଇଜୁଲ ଇସ୍‌ଲାମ ୩୮ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ଦସୁନ ସନକା ୩, କସୁନ ରଜିଥା ଓ ଲାହିରୁ କୁମାର ୨ଟି ଲେଖାଏ, ଅକିଳ ଦନଞ୍ଜୟ ଓ ଓ୍ବାନିଡୁ ହାସରଙ୍ଗା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ତରଫରୁ ମାଥ୍ୟୁସ ସର୍ବାଧିକ ୮୭, କୁଶଲ ମେଣ୍ଡିସ୍‌ ୫୪, କୁଶଲ ପେରେରା ୪୨, ଅଧିନାୟକ ଦିମୁଥ କରୁଣାରତ୍ନେ ୪୬, ସନକା ୩୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ସୈଫୁଲ ଇସ୍‌ଲାମ ଓ ସୌମ୍ୟ ୩ଟି ଲେଖାଏ, ରୁବେଲ ହୋସେନ ଓ ତାଇଜୁଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୫୦ ଓଭରରେ ୨୯୪/୮
(ମାଥ୍ୟୁସ- ୮୭, ମେଣ୍ଡିସ୍‌- ୫୪, ପେରେରା- ୪୨, କରୁଣାରତ୍ନେ- ୪୬, ସୈଫୁଲ- ୩/ ୬୮, ସୌମ୍ୟ-୩/ ୫୬)।
ବାଂଲାଦେଶ ୩୬ ଓଭରରେ ୧୭୨ ଅଲ୍‌ଆଉଟ
(ସୌମ୍ୟ-୬୯, ତାଇଜୁଲ- ୩୯*, ଶନକା- ୩/ ୨୭, ରଜିଥା- ୨/ ୧୭, ଲାହିରୁ- ୨/୨୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଲେକ୍ଟ କାଉଣ୍ଟି ଏକାଦଶ ସହ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳିବ ଭାରତ

ଲଣ୍ଡନ,୨।୭: କୋଭିଡ୍‌-୧୯ ନିୟମକୁ ପାଳନ କରିବା ସହିତ ଭାରତୀୟ ଦଳକୁ ଅଭ୍ୟାସ ପାଇଁ ଏକ ଓ୍ବାର୍ମଅପ୍‌ ମ୍ୟାଚ୍‌ ଦେବା ଦିଗରେ କାମ କରୁଛି ଇଂଲଣ୍ଡ ଓ...

ମୁମ୍ବାଇର ପଞ୍ଚମ ବିଜୟ

ଆବୁଧାବି, ୧୨।୧୦- କ୍ୱିଣ୍ଟନ ଡିକକ୍‌ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ...

ଶେଷ ବଲରେ ମ୍ୟାଚ୍‌ ଛଡ଼ାଇ ଆଣିଲେ ଧୋନୀ

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ମ୍ୟାଚର ଅନ୍ତିମ ଓଭରରେ ମହେନ୍ଦ୍ର ସିଂ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୩...

ଫ୍ରେଞ୍ଚ୍‌ ଓପନ୍‌: ଟିକେଟ ମୂଲ୍ୟ ଫେରସ୍ତ ପାଇବେ କ୍ରେତା

ପ୍ୟାରିସ, ୮ା୫ (ଏପି)-କରୋନା ଭାଇରସ୍‌ ପାଇଁ ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। ଫ୍ରେଞ୍ଚ୍‌ ଟେନିସ୍‌ ଫେଡେରେଶନ (ଏଫ୍‌ଟିଏଫ୍‌) କହିଛି...

ଏକଦା ମୋବାଇଲ ନେଟଓ୍ବାର୍କ ପାଇଁ ଗଛ ଉପରେ ଚଢ଼ିଥିଲେ ଏହି ଆଇସିସି ଅମ୍ପାୟାର; ଏବେ ପାଲଟିଲେ ଗାଁର ହିରୋ

ନୂଆଦିଲ୍ଲୀ,୧୫।୭: ଆଇସିସି ଅନ୍ତରାଷ୍ଟ୍ରୀୟ ପ୍ୟାନେଲରେ ଭାରତର ଅମ୍ପାୟାର ଅନିଲ ଚୌଧୁରୀ ଲକ୍‌ଡାଉନ୍‌ ସମୟରେ ଉତ୍ତରପ୍ରଦେଶର ମୁଜଫ୍ଫରନଗର ଜିଲାରେ ଥିବା ନିଜ ଘରେ ରହିଥିଲେ। ଏହି ସମୟରେ...

ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଉଥାପ୍ପା

ନୂଆଦିଲ୍ଳୀ,୪।୬(ପି.ଟି.): ୨୦୦୭ରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ପ୍ରାରମ୍ଭିକ ସଂସ୍କରଣରେ ଭାରତକୁ ଚାମ୍ପିୟନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରବିନ୍‌ ଉଥାପ୍ପା ଏକଦା ମାନସିକ ଦୁଃଶ୍ଚିନ୍ତାର...

୯୯ତମ ଟେଷ୍ଟରେ କୋହଲିଙ୍କ ଶତକ

କେପ ଟାଉନ୍‌,୧୨।୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି କ୍ୟାରିୟରର ୯୯ତମ ଟେଷ୍ଟରେ ୧୦୦ କ୍ୟାଚ୍‌ ପୂରଣ କରିଛନ୍ତି। ୩୨ ବର୍ଷୀୟ କୋହଲିଙ୍କ ୧୦୦ତମ...

ଅଲିମ୍ପିକ ଟେନିସ୍‌: କେବଳ ମହିଳା ଡବଲ୍ସ ଯୋଡ଼ି ଖେଳିବେ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଏଥର କେବଳ ଭାରତୀୟ ମହିଳା ଡବଲ୍ସ ଯୋଡି ଅଂଶଗ୍ରହଣ କରିବା ସ୍ପଷ୍ଟ ହୋଇଛି। ୧୯୮୮ରେ ଟେନିସ ଅଲିମ୍ପିକ୍ସରେ ସାମିଲ ହେବା ପରଠାରୁ...

Advertisement
Archives

Model This Week