Posted inଖେଳ

ଦିନିକିଆ ସିରିଜ୍‌: ଦକ୍ଷିଣ ଆଫ୍ରିକାର କ୍ଲିନ୍‌ ସୁଇପ୍‌

ପୋଚେଫ୍ସଟ୍ରୁମ୍‌, ୮।୩- ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ୨୭ଟି ବଲ୍‌ ବାକି ରଖି ୬ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ବିଶିଷ୍ଟ ଏହି ଦିନିକିଆରେ ସବୁ ମ୍ୟାଚ୍‌ ଜିତି ଦକ୍ଷିଣ ଆଫ୍ରିକା କ୍ଲିନ୍‌ ସୁଇପ୍‌ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୫୪ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ମାର୍ନସ ଲାବୁସେନ ୧୦୮ ରନର ଶତକୀୟ ପାଳି ଖେଳିଥିବା ବେଳେ ଡି’ଅର୍ସି ଶର୍ଟ ୩୬, ମିଚେଲ ମାର୍ଶ ୩୨, ଅଧିନାୟକ ଆରୋନ ଫିଞ୍ଚ୍‌ ୨୨, ଷ୍ଟିଭେନ୍‌ ସ୍ମିଥ ୨୦ ରନ କରି ଆଉଟ ହୋଥିଲେ। ଝେ ରିଚାର୍ଡସନ ୨୪ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକାର ଅନରିଚ ନୋର୍ଜ ଓ ଜେ.ଜେ. ସ୍ମୁଟ୍‌ ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଜବାବରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୪ ଉଇକେଟ ହରାଇ ୨୫୮ ରନ କରି ବିଜୟ ହାସଲ କରିଛି। ଦଳ ତରଫରୁ ସ୍ମୁଟ ସର୍ବାଧିକ ୮୪, ହେନରିଚ କ୍ଲାସେନ ଅପରାଜିତ ୬୮, କାଏଲ ଭେରେଇନ୍‌ ୫୦, ଓପନର ଜାନେମାନ ମଲାନ ୨୩, ଅଧିନାୟକ କ୍ୱିଣ୍ଟନ ଡିକକ୍‌ ୨୬ ରନ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ତରଫରୁ ବୋଲିଂରେ ଜୋଶ ହାଜେଲଉଡ ୨, କେନ ରିଚାର୍ଡସନ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ୨ ଉଇକେଟ ନେବା ସହ ୮୪ ରନର ଉପଯୋଗୀ ପାଳି ଖେଳିଥିବା ଦକ୍ଷିଣ ଆଫ୍ରିକା ଅଲ-ରାଉଣ୍ଡର ସ୍ମୁଟ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ସେହିପରି କ୍ଲାସେନ ପ୍ଲେୟାର ଅଫ୍‌ ଦି ସିରିଜ ଭାବେ ପୁରସ୍କୃତ ହୋଇଛନ୍ତି।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ୫୦ ଓଭରରେ ୨୫୪/୭
(ଲାବୁସେନ- ୧୦୮, ଶର୍ଟ- ୩୬, ମାର୍ଶ- ୩୨, ଫିଞ୍ଚ୍‌- ୨୨, ରିଚାର୍ଡସନ-୪*, ନୋର୍ଜ- ୨/୩୫, ସ୍ମୁଟ୍‌- ୨/୪୨)।
ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୫୮/୪
(ସ୍ମୁଟ୍‌- ୮୪, କ୍ଲାସେନ- ୬୮*, ଭେରେଇନ- ୫୦, ହାଜେଲଉଡ- ୨/୩୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ କ୍ୱାଲିଫାୟର୍ସ ଫାଇନାଲରୁ ଓହରିଲେ ବିକାଶ

ଅମାନ,୧୧।୩(ପି.ଟି.)- ଅଲିମ୍ପିକ୍‌ ଯୋଗ୍ୟତା ହାସଲକାରୀ ବକ୍ସର ବିକାଶ କ୍ରିଷ୍ଣନ (୬୯ କେଜି)ଙ୍କୁ ଏସିଆ/ଓସେନିଆ କ୍ୱାଲିଫାୟର୍ସରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଆଖିଜନିତ ଆହତ ସମସ୍ୟା...

ରାଇନାଙ୍କ ବିବାଦୀୟ ବୟାନ ପରେ ଏବେ ରବିନ୍ଦ୍ର ଜାଡେଜା କହିଲେ ‘ରାଜପୁତବୟ ଫର୍‌ଏଭର୍‌’; ଲୋକେ ଦେଉଛନ୍ତି…

ନୂଆଦିଲ୍ଲୀ,୨୩।୭: ନିକଟରେ ଭାରତୀୟ ପୂର୍ବ କ୍ରିକେଟର ତଥା ସିଏସ୍‌କେର ଅଭିଜ୍ଞ ଖେଳାଳି ସୁରେଶ ରାଇନା ବ୍ରାହ୍ମଣ ହୋଇଥିବା ନେଇ ବୟାନ ଦେଇ ବିବାଦରେ ଫସିଥିଲେ। ଏବେ...

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

କେପ୍‌ଟାଉନ,୨୩ା୨: କେପ୍‌ଟାଉନ୍‌ର ନ୍ୟୁଲ୍ୟାଣ୍ଡସ୍‌ରେ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ୱକପ୍‌ର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଟସ୍‌ ଜିତି...

ଏସିଆ କପ୍‌ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ନଜର

ଏସିଆ କପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଯଦିଓ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହେବ ତେବେ ୨୮ ତାରିଖରେ ହେବାକୁଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର...

ଏହି ଦିନ ହାତକୁ ଦି’ ହାତ ହେବେ ଜଶପ୍ରୀତ ବୁମ୍‌ରା

ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରାଙ୍କ ବିବାହ ଏବେ ଚର୍ଚ୍ଚାରେ ରହିଛି। ବୁମରା ମାର୍ଚ୍ଚ ୧୪-୧୫ ରେ ଗୋଆରେ ସ୍ପୋଟର୍‌ସ ଆଙ୍କର୍‌ ସଞ୍ଜନା ଗଣେଶଙ୍କୁ ବିବାହ...

ଫ୍ରେଞ୍ଚ୍‌ ଓପନ ଟେନିସ: କ୍ରେଜିକୋଭା-ସିନିକୋଭା ଫାଇନାଲରେ

ପ୍ୟାରିସ, ୧୨।୬-ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ଚେରି ରିପବ୍ଲିକ ଯୋଡ଼ି ବାର୍ବରା କ୍ରେଜିକୋଭା ଏବଂ କାଟରିନା ସିନିକୋଭା।...

ଅଷ୍ଟ୍ରେଲିଆ ଆଗରେ ୧୫୫ ରନ୍‌ର ଟାର୍ଗେଟ୍‌

ବର୍ମିଂହାମ,୨୯।୭: ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରୁପ ‘ଏ’ର ଶୁକ୍ରବାର ପ୍ରଥମ ଟି୨୦ ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଟସ୍‌ ଜିତି ବ୍ୟାଟିଂ...

ବାରବାଟୀ ଦିନିକିଆ: କାଉଣ୍ଟରରେ ଉପଲବ୍ଧ ୧୦,୦୩୯ ଟିକେଟ୍‌

କଟକ ଅଫିସ,୧୯ା୧୨- ଆସନ୍ତା ରବିବାର ଦିନ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ୩ୟ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ଉଭୟ ଦଳ ଗୁରୁବାର ମଧ୍ୟାହ୍ନରେ ଭୁବନେଶ୍ୱରରେ...

Advertisement
Archives

Model This Week