ଦିଗପହଣ୍ଡି ନିର୍ବାଚନମଣ୍ଡଳୀ: ତ୍ରୁଟି ଯୋଗୁ ଗଣନାରୁ ବାଦ୍‌ ପଡ଼ିଲା ୧୨ ଇଭିଏମ୍‌

ଦିଗପହଣ୍ଡି,୨୭ା୫(ଡି.ଏନ୍‌.ଏ.)-ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ର ୪୦,୪୫୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସୂର୍ଯ୍ୟ ୭୫,୦୧୬ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପିଙ୍କି ପ୍ରଧାନ ୩୪,୫୬୪ ଭୋଟ ପାଇଥିଲେ। ଇଭିଏମ୍‌ରେ ତ୍ରୁଟି ଯୋଗୁ ୧୨ ମତଦାନ କେନ୍ଦ୍ରର ଭୋଟ ଗଣତି କରାନଯାଇ ଚୂଡାନ୍ତ ଫଳାଫଳ ଘୋଷଣା କରାଯାଇଛି। ସେଗୁଡିକ ହେଲା ଦିଗପହଣ୍ଡି ବ୍ଲକ କମାପଦ୍ମନାଭପୁର ବୁଥ୍‌ ନଂ. ୪୫, ଗୋକର୍ଣ୍ଣପୁର ବୁଥ୍‌ ନଂ. ୫୮, ପୀତାମ୍ବରପୁର ବୁଥ୍‌ ନଂ. ୬୧, ସିଦ୍ଧଖଣ୍ଡି ବୁଥ୍‌ ନଂ.୬୬, ରାମଚନ୍ଦ୍ରପୁର ବୁଥ୍‌ ନଂ.୯୭, ଡଙ୍କାରି ବୁଥ୍‌ ନଂ.୧୧୬, ପେଣ୍ଠା ଗାଁ ବୁଥ୍‌ ନଂ.୧୪୪, ଜଂଘମା ବୁଥ୍‌ ନଂ ୧୬୩, ସାନଡୁମ୍ବୁଳା ବୁଥ୍‌ ନଂ.୧୭୭, ବାଗଡା ବୁଥ୍‌ ନଂ.୧୮୦ ଏବଂ କୁକୁଡାଖଣ୍ଡି ବ୍ଲକ ରୋହିଗଁା ବୁଥ୍‌ ନଂ.୭୩। ନିର୍ବାଚନ ଆଇନ ଅନୁଯାୟୀ ଭୋଟ ଗଣନା କେନ୍ଦ୍ରରେ ନିଯୁକ୍ତ ସର୍ବାଧିକ ଭୋଟ ହାସଲ କରିଥିବା ପ୍ରାର୍ଥୀ ଓ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ଏଜେଣ୍ଟମାନଙ୍କ ସହମତି ଭିତ୍ତିରେ ଏସବୁ ଅଚଳ ଭୋଟିଂ ମେଶିନର ଫଳାଫଳକୁ ବାଦ୍‌ ଦେଇ ଚୂଡାନ୍ତ ଫଳାଫଳ ଘୋଷଣା କରାଯାଇଥିବା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅତିରିକ୍ତ ରିଟର୍ନିଂ ଅଫିସର ଅଦ୍ୱୈତ କୁମାର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ୍‌: ବ୍ୟାଙ୍କ, ୫ ଗାଁ ଶଟଡାଉନ

ଛତ୍ରପୁର,୧୩।୭(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଏ ନେଇ ଗୋଟିଏ ବ୍ୟାଙ୍କ ଶାଖାକୁ ୫ ଦିନ ଓ ୫...

ନାବାଳିକାଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା: ସ୍ବାମୀ ଗିରଫ, ଶାଶୁ, ଶ୍ୱଶୁର, ଦିଅର ଫେରାର

ପୁରୁଷୋତ୍ତମପୁର,୧୯ା୯(ଡି.ଏନ.ଏ.)- ସରକାର ବାଲ୍ୟ ବିବାହ ରୋକିବା ଲାଗି ସ୍ବତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି। ବିବାହ କରୁଥିବା ଅଧିକାରୀ ଓ ବିବାହ ପଞ୍ଜିକୃତ ଅଧିକାରୀଙ୍କୁ ଉଭୟ ବର...

୨୦୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ଜଳମଗ୍ନ

ଗୋପାଳପୁର,୧୩ା୯(ଡି.ଏନ୍‌.ଏ.):ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇ ଜିଲାରେ ବର୍ଷା ଲାଗିରହିଛି। ଫଳରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କନିଷି ତହସିଲ ଅନ୍ତର୍ଗତ...

କର୍ମଚାରୀ ସଂଘର ସାଧାରଣ ସଭା : ଚିନିଶିଳ୍ପ ବନ୍ଦ ଲାଗି ଚକ୍ରାନ୍ତ ଚାଲିଛି

ଆସିକା,୨୯ା୬ (ଡି.ଏନ୍‌.ଏ.) -ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ସାଧାରଣ ସଭା ଶୁକ୍ରବାର ଚିନିଶିଳ୍ପ ପରିସରରେ ଏଆଇଟିୟୁସି ନେତା ବିଦେଶୀ ନାହାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

ନଦୀପାର ବେଳେ ଭାସିଗଲେ ପରିବା ବ୍ୟବସାୟୀ

ଆସିକା,୨୩ା୭(ଡି.ଏନ୍‌.ଏ.)- ଆସିକା ସହର ଉପକଣ୍ଠ ବଡନଦୀ ପାରି ହେଉଥିବାବେଳେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଜଣେ ପରିବା ବ୍ୟବସାୟୀ ନଦୀ ସୁଅରେ ଭାସି ଯାଇଛନ୍ତି। ସେ ହେଲେ...

ପୋଖରୀରୁ ମିଳିଲା ମୃତଦେହ

ବ୍ର୍ରହ୍ମପୁର ଅଫିସ,୨।୫: ଗଞ୍ଜାମ ଜିଲା ବଡବଜାର ଥାନା ପୋଲିସ ଜଗବନ୍ଧୁସାହି ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ସ୍ଥାନୀୟ ଗଣେଶନଗରରେ ରହୁଥିବା...

ଯୌତୁକ ପାଇଁ ସ୍ତ୍ରୀଙ୍କୁ ପୋଡି ମାରିବା ଅଭିଯୋଗ: ସ୍ବାମୀ କୋର୍ଟଚାଲାଣ

ପୁରୁଷୋତ୍ତମପୁର,୨ା୭(ଡି.ଏନ.ଏ.): ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗ୍ରାମରେ ଯୌତୁକ ପାଇଁ ସ୍ତ୍ରୀଙ୍କୁ କିରୋସିନ ଢାଳି ନିଅଁା ଲଗାଇ ପୋଡି ମାରିବା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀଙ୍କୁ ପୋଲିସ ଗିରଫ...

ନକଲି ସାର୍ଟିଫିକେଟ୍‌ ଦେଇ ଧରାପଡ଼ିଲେ ୪ ଶିକ୍ଷକ: ଏତଲା ସହ ବହିଷ୍କାର ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ବ୍ରହ୍ମପୁର ଅଫିସ୍‌,୩ା୧୧- ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତାର ନକଲି ସାର୍ଟିଫିକେଟ୍‌ ଦେଇ ଗଞ୍ଜାମ ଜିଲାର ୪ଜଣ ଶିକ୍ଷକ ଧରାପଡ଼ିଛନ୍ତି। ଏହି ସମସ୍ତ ଶିକ୍ଷକ ଧରାକୋଟ ବ୍ଲକର...

Advertisement
Archives

Model This Week