ଦାସିଗଁ। ୧୨ ପରିବାର ପଞ୍ଚାୟତରେ ଆଶ୍ରୟ ନେବା ଘଟଣା:ଅନୁଧ୍ୟାନ ପାଇଁ ଘଟଣା ସ୍ଥଳରେ ପହଞ୍ଚତ୍ଲେ ତହସିଲଦାର

ଜୁନାଗଡ/ଦାସିଗଁ। ,୧୦।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦାସିଗଁ। ୩ ନଂ. ୱାର୍ଡ ଦର୍ଳିପଡାରେ ପାଣି ନିଷ୍କାସନ ପାଇଁ କୌଣସି ଡ୍ରେନଜ ବ୍ୟବସ୍ଥା ନାହଁି। ଫଳରେ ସାମାନ୍ୟ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶିଥାଏ। ଗତ ସୋମବାର ଓ ମଙ୍ଗଳବାର ପ୍ରବଳ ବର୍ଷାରେ ସ୍ଥାନୀୟ ପଡାବାସୀଙ୍କ ଘରେ ପାଣି ପଶିଥିଲା। ପଡାରେ ରହୁଥିବା ୧୨ଟି ପରିବାର ଲୋକେ ଅନ୍ୟ କିଛି ଉପାୟ ନ ପାଇଁ ବାଧ୍ୟହୋଇ ବୁଧବାର ସନ୍ଧ୍ୟାରେ ସେମାନେ ଘର ଛାଡି ସ୍ଥାନୀୟ ଦାସିଗଁା ପଞ୍ଚୟତ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି। ସେଠାରେ ସେମାନେ ଆଶ୍ରୟ ନେବା ସହ ରନ୍ଧନ ମଧ୍ୟ କରୁଛନ୍ତି। ବୁଧବାର ଏ ସଂକ୍ରାନ୍ତରେ ପଡାବାସୀ ଧର୍ମଗଡ ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ବି କିଛି ସମାଧାନ ହୋଇପାରି ନ ଥିଲା। ଏହି ଘଟଣାକୁ ନେଇ ଶୁକ୍ରବାର ଧରିତ୍ରୀରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଉକ୍ତ ଦିନ ଜୁନାଗଡ ତହସିଲଦାର ଉପେନ୍ଦ୍ର ଲୁହା ଘଟଣାସ୍ଥଳରେ ପହଞ୍ଚ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ତହସିଲଦାର ଲୁହା ପଡାବାସୀଙ୍କ ସହ ପାଣି ନିଷ୍କାସନ କିଭଳି ହେବ ସେ ନେଇ ଆଲୋଚନା କରିଥିଲେ। ଗତ ବୁଧବାରଠାରୁ ଏହି ପଡାର ୧୨ ପରିବାରର ୫୩ ଜଣ ସଦସ୍ୟାସଦସ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି। ଏପରି ଅସହାୟ ପରିବାରକୁ ସହାୟତା କରିବା ବଦଳରେ ସ୍ଥାନୀୟ ସରପଞ୍ଚଙ୍କ ସମ୍ପର୍କୀୟ ଏଠାରେ କାହା ଅନୁମତିରେ ଓ କାହଁିକି ରହୁଛି ବୋଲି ଆଶ୍ରିତ ଥିବା ପରିବାରକୁ ନାଲି ଆଖି ଦେଖେଉଥିବା ଅଭିଯୋଗ ହୋଇଛି। ଏ ନେଇ ଜୁନାଗଡ ବିଡିଓ ଦୁଲାରାମ ମାରାଣ୍ଡିଙ୍କୁ ପଚାରିବାରୁ ପଞ୍ଚାୟତରେ ଆଶ୍ରୟ ନେବାରେ କୌଣସି ଅସୁବିଧା ନାହଁି। ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ସେହି ପଡାରେ ଏହି ସମସ୍ୟା ଦେଖାଦେଇଛି। ସ୍ଥାନୀୟ ଯନ୍ତ୍ରୀଙ୍କୁ କୁହାଯାଇଛି। ସେଠାରେ ଡ୍ରେନେଜ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ, ଏସୀୟ ଇନ୍‌ଡୋର ଆଥଲେଟିକ୍ସ ନେଇ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର,୨୭ା୫: ଓଡ଼ିଶାରେ ହେବ ୨୦୨୭ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଂକଂଠାରେ ଅନୁଷ୍ଠିତ…

ରବିବାରଠୁ ବଢ଼ିପାରେ ବସ୍ ଭଡ଼ା! ଦାବି କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ବର,୨୭ା୫: ରାଜ୍ୟରେ ପୁଣି ବଢି଼ପାରେ ବସ୍ ଭଡ଼ା । ଘରୋଇ ବସ୍ ମାଲିକ ସଂଘ ଏନେଇ ଦାବି କରିଛି । ଗତ କିଛି ଭିତରେ ରାଜ୍ୟରେ ତେଲ…

୩ ବ୍ୟାଙ୍କ ଅଫିସରଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୨୭।୫(ତ୍ରିନାଥ ମହାନ୍ତି): ଜାଲ ଦସ୍ତାବିଜ୍‌ ଦେଇ ଏସ୍‌ବିଆଇର ୪ଟି ଶାଖାରୁ ବ୍ୟକ୍ତିଗଣ ଋଣ ନାମରେ ୬କୋଟି ୮୮ଲକ୍ଷ ୨୯ ହଜାର ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ…

ତୈଳଦର ଅହେତୁକ ବୃଦ୍ଧି ନେଇ ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରତିବାଦ

ପାଟଣାଗଡ଼,୨୭ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବିଜେଡି ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି କୁନେଇ ବୁଧବାର ସ୍ଥାନୀୟ ବିଜୁ ଯୁବ…

ସ୍କୁଟିରେ ଚାଲାଣ ହେଉଥିଲା ବ୍ରାଉନସୁଗାର, ମାଡ଼ି ବସିଲା ପୋଲିସ

ଧାମନଗର,୨୭ା୫(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବା ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଲଗାମ ଲଗାଇବାକୁ ପୋଲିସକୁ…

୮୦% ଭିନ୍ନକ୍ଷମ ସୁନୀଲଙ୍କୁ ମିଳୁନି ଭତ୍ତା: ପଚାରିବାରୁ ସରପଞ୍ଚଙ୍କ ଦେଲେ ଏଭଳି ମନ୍ତବ୍ୟ, କହିଲେ ମୋ ନିଜ ଭାଉଜଙ୍କର ମଧ୍ୟ…

ଥୁଆମୂଳ ରାମପୁର, ୨୭ା୫ (ଦୁର୍ଗା କୀର୍ତ୍ତି): ସରକାର ଗରିବ, ଅସହାୟ ଓ ଭିନ୍ନକ୍ଷମମାନଙ୍କ ସାମାଜିକ ସୁରକ୍ଷା ପାଇଁ କୋଟି କୋଟି ଟଙ୍କାର ଯୋଜନା ପ୍ରଣୟନ କରୁଥିବା ବେଳେ,…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ, ଟଙ୍କା ଜବତ କରି…

ସୁନ୍ଦରଗଡ଼,୨୭ା୫(ଜୟ ନାରାୟଣ ମେଣ୍ଡୁଳି): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ। ଜଣେ ଠିକାଦାରଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାଥିବା ବେଳେ ଜିଲା ସ୍ବାସ୍ଥ୍ୟ…

ଭିଜିଲାନ୍ସ ଜାଲରେ ACSO, ଲାଞ୍ଚ ନେବାବେଳେ ରେଡ୍‌ ହ୍ୟାଣ୍ଡରେ ଧରାପଡ଼ିଲେ

କେନ୍ଦୁଝର,୨୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଚମ୍ପୁଆ ଅତିରିକ୍ତ ସିଭିଲ ସପ୍ଲାଏ ଅଧିକାରୀ (ACSO)।  ତାଙ୍କ ନାଁ ଭୂମାରାମ ମୁର୍ମୁ ବୋଲି ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri