ଦାସିଗଁ। ମଣ୍ଡି: କୁଇଣ୍ଟାଲ ପିଛା ୫କି.ଗ୍ରା କଟନି ଅଭିଯୋଗ

ଜୁନାଗଡ଼/ଦାସିଗଁ।,୧।୬(ଡି.ଏନ୍‌.ଏ.)
କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଦାସିଗଁ। ମଣ୍ଡି ନାନା ଅବ୍ୟବସ୍ଥା ମଧ୍ୟଦେଇ ଚାଲିଛି। ମଣ୍ଡିରେ ନିଯୁକ୍ତ ସ୍ଥାନୀୟ ମିଲର୍ସ ଏବଂ ଏଜେଣ୍ଟମାନେ ମନଇଚ୍ଛା କାମ କରୁଥିବା ଅଭିଯୋଗ ହୋଇଛି। ଚିହ୍ନା ଚାଷୀଙ୍କ ଧାନ ପ୍ରଥମେ ଉଠାଉଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ମିଲର୍ସ ଏଜେଣ୍ଟକୁ ବଦଳାଇ ନୂତନ ଏଜେଣ୍ଟ ନିଯୁକ୍ତି କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ସେହିପରି ମଣ୍ଡରେ କୁଇଣ୍ଟାଲ ପିଛା ୫କି.ଗ୍ରା ଧାନ କଟନି କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ କାଳବୈଶାଖୀ ପ୍ରଭାବର ଅଞ୍ଚଳରେ ବର୍ଷା ହେଉଥିବା ବେଳେ ଧାନ ଫସଳ ନଷ୍ଟ ହେବା ଆଶଙ୍କା କରି ଚାଷୀମାନେ ବାଧ୍ୟହୋଇ କଟନିରେ ମିର୍ଲସଙ୍କୁ ଧାନ ବିକ୍ରି କରି ଦେଉଛନ୍ତି। ଏହି ମଣ୍ଡି ସପ୍ତାହର ସବୁଦିନ ଚାଲିବାକୁ ଥିବାବେଳେ ଏଠାରେ ଧାନ ଉଠାଣ କରିବା ପାଇଁ ବାଲାଜୀ ରାଇସ୍‌ ମିଲ, ତ୍ରିପୁରା ଫୁଡ୍‌ ପ୍ରଡକ୍ଟ, ଏସ୍‌.ଏମ୍‌ ରାଇସ୍‌ ମିଲ ମାଲଗୁଡା, ନୀଲକଣ୍ଠ ଉଦୌଗ, ଶ୍ରୀକ୍ରିର୍ଷ୍ଣା ରାଇସ୍‌ ମିଲ, ସିଦ୍ଦାର୍ଥ ରାଇସ୍‌ ମିଲ, ଆର୍‌କେ ଏଗ୍ରୋ ଏକ୍ସପୋଟର୍‌ସ, ଡିକେ ରାଇସ୍‌ ମିଲକୁ ଦାୟିତ୍ୱ ଦିଆଯାଇଛି। ଦାସିଗଁା ମଣ୍ଡିରେ ଦାସିଗଁା ସମେତ ତାଲପଦର, ପଦମପୁର, ବାନ୍ଧନପଲା, ମାଲପଡା, ଚୋରଖସିଗୁଡା ଆଦି ଗ୍ରାମର ଶତାଧିକ ଚାଷୀ ଧାନ ବିକ୍ରି କରିଥାନ୍ତି। ଗତ ୩ଦିନ ଭିତରେ ଏଠାରେ ୩୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଧାନ ଉଠାଣ ହୋଇଥିବା ସ୍ଥାନୀୟ ପ୍ୟାକ୍ସ ପକ୍ଷରୁ ଜଣାପଡିଛି। ଏ ନେଇ ଦାସିଗଁା ପ୍ୟାକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ବିଷ୍ଣୁପ୍ରସାଦ ସାହୁଙ୍କୁ ପଚାରିବାରୁ ଧାନକୁ ଦେଖି କଟନି କରାଯାଉଛି। ସେହିପରି ମିର୍ଲସ ଏଜେଣ୍ଟଙ୍କ ରାଜୁତି ବିଷୟରେ ପଚାରିବାରୁ ମଣ୍ଡି ବିଲମ୍ବ ଯୋଗୁ ଏପରି ବିଶୃଙ୍ଖଳା ହେଲା ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା, ସ୍ବାମୀ ଅଟକ

ସୁନ୍ଦରଗଡ଼,୮।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସୁବଳିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଘରୋଇ କଳିକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି...

ଆଜି ନୂଆଁଖାଇ, ପୁରପଲ୍ଲୀ ଉତ୍ସବମୁଖର

ସମ୍ବଲପୁର,୩।୯(ବ୍ୟୁରୋ): ମଙ୍ଗଳବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ପୁରପଲ୍ଲୀ ଉତ୍ସବମୁଖର ହୋଇଛି। ପରମ୍ପରା ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ଗଣପର୍ବ ପାଳିତ...

ପରିଚୟପତ୍ର ନ ଥିବାରୁ ଘରକୁ ଫେରିବାକୁ ଲାଗିଲା ୧୦ ବର୍ଷ

କୁଚିଣ୍ଡା,୧୬।୧(ଡି.ଏନ.ଏ.): ସମ୍ବଲପୁର ଜିଲା ମହୁଲପାଲି ଥାନା ବାଙ୍କେ ପଞ୍ଚାୟତ ଗୋପାଳପାଲି ଗ୍ରାମର ରଞ୍ଜିତ କିଷାନ(୨୪) ୧୦ ବର୍ଷ ପରେ ଘରକୁ ଫେରିଛନ୍ତି। ଦୀର୍ଘବର୍ଷ ପରେ ପୁଅକୁ...

ସମ୍ବଲପୁର ଜିଲାର ପ୍ରଥମ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ସମ୍ବଲପୁର,୧୨।୮(ବ୍ୟୁରୋ): ସମ୍ବଲପୁର ଜିଲାରେ ପ୍ରଥମ କରୋନା ଯୋଦ୍ଧା ରେଙ୍ଗାଲି ଥାନାର କନଷ୍ଟେବଳ ପେଟ୍ରସ ଟିଗା (୪୦)ଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ସୋମବାର ବିଳମ୍ବିତ ରାତିରେ ସେ...

ମଣ୍ଡିରେ ପଡିଛି ୩ ହଜାର ବସ୍ତା ଧାନ

ମନମୁଣ୍ଡା, ୧୭।୬ (ଡି.ଏନ.ଏ)    ବୌଦ୍ଧ ଜିଲା ମନମୁଣ୍ଡା ମଣ୍ଡିରୁ ଧାନ ଉଠୁନାହିଁ । ଫଳରେ ଏଠାରେ ୩ ହଜାର ବସ୍ତା ଧାନ ପଡି ରହିଛି...

ମହାନଦୀରେ ଭାସିଗଲେ ବାପ, ପୁଅ, ଝିଅ

ସମ୍ବଲପୁର ଅଫିସ,୪।୧୦: ସମ୍ବଲପୁର ଜିଲା ଦଲେଇଗଡ଼ା ମହାନଦୀ ଘାଟରେ ସୋମବାର ଏକ ଅଘଟଣ ଘଟିଛି। ଗାଧୋଇବାକୁ ଯାଇ ବାପ, ପୁଅ ଓ ଝିଅ ଭାସି ଯାଇଛନ୍ତି।...

ସରକାରୀ ଯୋଜନାରୁ ବଁଚିତ୍‌ ଭିନ୍ନକ୍ଷମ ଦମ୍ପତି:ଗରିବୀରେ ସଁଥ୍‌ଲି ହେଉଛେ ନିଷ୍‌ପାପ ଛୁଆ

ଭବାନୀପାଟଣା, ୧୫ା୬(ଡି.ଏନ୍‌.ଏ) : ଦିନ୍‌ଥିଲା କଳହାଣ୍ଡି ଜିଲା ଭୁଖମରି ଆର ପିଲାବିକ୍‌ରି ଲାଗି ବଦ୍‌ନାମ ଥିଲା। ଏହେଦେ ସାରା ରାଏଜେ ଭାତହଁ।ଡ଼ି ହିସାବେ ନଁ। କମେଇଛେ।...

ହୀରାକୁଦ ଡ୍ୟାମ୍‌ ପ୍ରତି ବଢୁଛି ବିପଦ

ସମ୍ବଲପୁର,୧୬ା୯(ବ୍ୟୁରୋ): ଲପୁଚାପ ବର୍ଷାରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇ ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ପାଖରେ ପହଞ୍ଚତ୍ୟାଇଛି। ରିପୋର୍ଟ ଅନୁସାରେ ୭ଦିନ ଭିତରେ...

Advertisement
Archives

Model This Week