ଦାନ୍ତବିନ୍ଧାର ଘରୋଇ ଉପଚାର

ଖାଇବା ପରେ ଭଲ ଭାବରେ କୁଳିକରି ପାଟି ସଫା ନ କଲେ ଖାଇଥିବା ଖାଦ୍ୟାଂଶ ଦାନ୍ତ ସନ୍ଧିରେ ରହିଯାଇ ଦାନ୍ତଜନିତ ସମସ୍ୟା ସୃଷ୍ଟି କରିଥାଏ। ଫଳରେ ପାଟି ଦୁର୍ଗନ୍ଧ ହେବା ସହ ଦାନ୍ତ ବିନ୍ଧିଥାଏ। ଏପରି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ। ତା’ସହ ଏପରି କେତେକ ଘରୋଇ ଉପଚାର ରହିଛି ଯାହାକୁ ଆପଣେଇ ପାରିଲେ ଦାନ୍ତବିନ୍ଧାରୁ ଅନେକାଂଶରେ ଉପଶମ ମିଳିଥାଏ। ଏକ ଗ୍ଲାସ୍‌ ଉଷୁମ ପାଣିରେ ଅଧଚାମଚ (ଛୋଟ) ଲୁଣ ମିଶାଇ ସେହି ମିଶ୍ରିତ ପାଣିରେ ଗାର୍ଗିଲିଂ କରନ୍ତୁ। ଦାନ୍ତମୂଳ ବିନ୍ଧୁଥିଲେ ତାହାର ଥଣ୍ଡା ଉପଚାର କରିପାରନ୍ତି। ଛୋଟ ଟାଓ୍ବେଲରେ ବରଫ ଖଣ୍ଡ ରଖି ତାହାକୁ ବିନ୍ଧୁଥିବା ଦାନ୍ତମୂଳରେ ଘଷନ୍ତୁ। ଏହାଦ୍ୱାରା ଦାନ୍ତବିନ୍ଧାରୁ କେତେକାଂଶରେ ଉପଶମ ମିଳିଥାଏ। ଏକ ପ୍ୟାକେଟ୍‌ ପିମ୍ପରମେଣ୍ଟ ଚା’ ପ୍ୟାକେଟ୍‌କୁ ପ୍ରଥମେ ରେଫ୍ରିଜରେଟରରେ କିଛି ସମୟ ରଖିଦିଅନ୍ତୁ। ତା’ପରେ ବିନ୍ଧୁଥିବା ଦାନ୍ତମୂଳରେ ଏହାକୁ ଘଷିଲେ ଏପରି ଯନ୍ତ୍ରଣା ଲାଘବ ହୋଇଥାଏ। ଅଦାକୁ ଭଲ ଭାବରେ ବାଟି ପେଷ୍ଟ ପ୍ରସ୍ତୁତକରି ଦାନ୍ତମୂଳରେ ଲଗାନ୍ତୁ। ନ ହେଲେ ଅଦାଖଣ୍ଡରେ ଅଳ୍ପ ଲୁଣ ମିଶାଇ ଚୋବାଇଲେ ଏହି ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ। କଟନ ବଲ୍‌ରେ ଲବଙ୍ଗ ତେଲ ପକାଇ ତାହାକୁ ଦାନ୍ତମୂଳରେ ଘଷିପାରନ୍ତି। ପାଣିରେ ପିଜୁଳିପତ୍ର ପକାଇ ତାହାକୁ ଉଷୁମ କରନ୍ତୁ। ଏହି ପାଣିରେ କୁଳିକଲେ ଦାନ୍ତବିନ୍ଧାରୁ ଉପଶମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ପରେ ଥଣ୍ଡାପାଣି ପିଇଲେ ବଢେ ହୃଦ୍‌ଘାତ ଆଶଙ୍କା

ସାଧାରଣତଃ ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଥାଏ। ଏଥିପାଇଁ ପିଇବା ପାଣିର ତାପମାତ୍ରା ୨୦ ରୁ ୨୨ ଡିଗ୍ରୀ ମଧ୍ୟରେ ରହିବା ଉପଯୁକ୍ତ।...

ସୁଗାର ଫ୍ରି’ ନୁହେଁ ବ୍ରାଉନ ରାଇସ୍‌

ବଜାରରେ ଚଢ଼ାଦରରେ ମିଳୁଥିବା ବ୍ରାଉନ ରାଇସ୍‌ ସୁଗାର ଓ କୋଲେଷ୍ଟରଲ ମୁକ୍ତ ଥିବା ଦର୍ଶାଯାଇଥାଏ । କିନ୍ତୁ ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ ବୋଲି ମାଡ୍ରାସ...

ବାସ୍ତୁ ଅନୁଯାୟୀ ଘରର ରଙ୍ଗ

ବାସ୍ତୁଶାସ୍ତ୍ର ଅନୁଯାୟୀ ଦିଗ ଓ ଘର ମାଲିକଙ୍କ ଜନ୍ମତିଥି ଅନୁସାରେ ଘରକୁ ରଙ୍ଗ କରାଯିବା ଉଚିତ। କାରଣ ପ୍ରତ୍ୟେକ ଦିଗ ପାଇଁ ଏକ ରଙ୍ଗ ଥାଏ।...

ବୁଦ୍ଧିମତ୍ତା ବଢ଼ାଏ ଯୋଗ

ନିୟମିତ ଯୋଗ କରିବା ଦ୍ୱାରା କି ଉପକାର ମିଳେ ତାହା କେବଳ ଅନୁଭବୀ ହିଁ ଜାଣେ। ତେଣୁ ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ ଜୀବନ ତାଲିକାରେ...

ମାନସିକ ଚିନ୍ତାରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ପ୍ରାତଃ ଭ୍ରମଣ ଦ୍ୱାରା ଅସ୍ଥି ଶକ୍ତିଶାଳୀ ହୋଇଥାଏ। ଚାଲିବା ଦ୍ୱାରା କେବଳ ଶାରିରୀକ ନୁହେଁ ବରଂ ମାନସିକ କ୍ଷମତା ମଧ୍ୟ ବୃଦ୍ଧି ହୁଏ। ଏହା ଦ୍ୱାରା...

ଷ୍ଟ୍ରେଚ୍‌ମାର୍କରୁ ମୁକ୍ତି

ଶିଶୁ ଜନ୍ମ ପରେ ଅଧିକାଂଶ ମା’ଙ୍କ ପେଟ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଷ୍ଟ୍ରେଚ୍‌ମାର୍କ ହୋଇଯାଏ, ଯାହା ସୌନ୍ଦର୍ଯ୍ୟ ନଷ୍ଟ କରିଦିଏ ବୋଲି ଅନେକେ ବ୍ୟସ୍ତ...

ରାଖୀରେଏଥେନିକ୍‌ ଲୁକ୍‌

ଯଦି ରାଖୀରେ ଆପଣ ଲୁକ୍‌ ବଦଳାଇବାକୁ ଚାହୁଁଛନ୍ତି ତେବେ ଏଥେନିକ୍‌ ଡ୍ରେସ୍‌ ସିଲେକ୍ଟ କରିପାରିବେ। ବ୍ରାଇଟ୍‌ କଲର ହେଉ ଅବା ଓ୍ବେଡିଂ ଡ୍ରେସ୍‌ ରାଖୀରେ ଦିଅନ୍ତୁ...

ମସ୍ତିଷ୍କକୁ ଚାପମୁକ୍ତ ରଖେ ଏହି ରସ…

ସକାଳୁ ଖାଲି ପେଟରେ ଲାଉ ରସ ପିିଇଲେ  ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟରଲସ୍ତର ହ୍ରାସ ପାଏ। ମେଦବହୁଳତା କ୍ଷେତ୍ରରେ ଏହା ମହୋଷଧୀ ଭଳି କାମ...

Coronavirus Update

Archives

Model This Week

Why Dharitri