ଦାନ୍ତବିନ୍ଧାର ଘରୋଇ ଉପଚାର

ଖାଇବା ପରେ ଭଲ ଭାବରେ କୁଳିକରି ପାଟି ସଫା ନ କଲେ ଖାଇଥିବା ଖାଦ୍ୟାଂଶ ଦାନ୍ତ ସନ୍ଧିରେ ରହିଯାଇ ଦାନ୍ତଜନିତ ସମସ୍ୟା ସୃଷ୍ଟି କରିଥାଏ। ଫଳରେ ପାଟି ଦୁର୍ଗନ୍ଧ ହେବା ସହ ଦାନ୍ତ ବିନ୍ଧିଥାଏ। ଏପରି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ। ତା’ସହ ଏପରି କେତେକ ଘରୋଇ ଉପଚାର ରହିଛି ଯାହାକୁ ଆପଣେଇ ପାରିଲେ ଦାନ୍ତବିନ୍ଧାରୁ ଅନେକାଂଶରେ ଉପଶମ ମିଳିଥାଏ। ଏକ ଗ୍ଲାସ୍‌ ଉଷୁମ ପାଣିରେ ଅଧଚାମଚ (ଛୋଟ) ଲୁଣ ମିଶାଇ ସେହି ମିଶ୍ରିତ ପାଣିରେ ଗାର୍ଗିଲିଂ କରନ୍ତୁ। ଦାନ୍ତମୂଳ ବିନ୍ଧୁଥିଲେ ତାହାର ଥଣ୍ଡା ଉପଚାର କରିପାରନ୍ତି। ଛୋଟ ଟାଓ୍ବେଲରେ ବରଫ ଖଣ୍ଡ ରଖି ତାହାକୁ ବିନ୍ଧୁଥିବା ଦାନ୍ତମୂଳରେ ଘଷନ୍ତୁ। ଏହାଦ୍ୱାରା ଦାନ୍ତବିନ୍ଧାରୁ କେତେକାଂଶରେ ଉପଶମ ମିଳିଥାଏ। ଏକ ପ୍ୟାକେଟ୍‌ ପିମ୍ପରମେଣ୍ଟ ଚା’ ପ୍ୟାକେଟ୍‌କୁ ପ୍ରଥମେ ରେଫ୍ରିଜରେଟରରେ କିଛି ସମୟ ରଖିଦିଅନ୍ତୁ। ତା’ପରେ ବିନ୍ଧୁଥିବା ଦାନ୍ତମୂଳରେ ଏହାକୁ ଘଷିଲେ ଏପରି ଯନ୍ତ୍ରଣା ଲାଘବ ହୋଇଥାଏ। ଅଦାକୁ ଭଲ ଭାବରେ ବାଟି ପେଷ୍ଟ ପ୍ରସ୍ତୁତକରି ଦାନ୍ତମୂଳରେ ଲଗାନ୍ତୁ। ନ ହେଲେ ଅଦାଖଣ୍ଡରେ ଅଳ୍ପ ଲୁଣ ମିଶାଇ ଚୋବାଇଲେ ଏହି ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ। କଟନ ବଲ୍‌ରେ ଲବଙ୍ଗ ତେଲ ପକାଇ ତାହାକୁ ଦାନ୍ତମୂଳରେ ଘଷିପାରନ୍ତି। ପାଣିରେ ପିଜୁଳିପତ୍ର ପକାଇ ତାହାକୁ ଉଷୁମ କରନ୍ତୁ। ଏହି ପାଣିରେ କୁଳିକଲେ ଦାନ୍ତବିନ୍ଧାରୁ ଉପଶମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri