ଦାନ୍ତବିନ୍ଧାର ଘରୋଇ ଉପଚାର

ଖାଇବା ପରେ ଭଲ ଭାବରେ କୁଳିକରି ପାଟି ସଫା ନ କଲେ ଖାଇଥିବା ଖାଦ୍ୟାଂଶ ଦାନ୍ତ ସନ୍ଧିରେ ରହିଯାଇ ଦାନ୍ତଜନିତ ସମସ୍ୟା ସୃଷ୍ଟି କରିଥାଏ। ଫଳରେ ପାଟି ଦୁର୍ଗନ୍ଧ ହେବା ସହ ଦାନ୍ତ ବିନ୍ଧିଥାଏ। ଏପରି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ। ତା’ସହ ଏପରି କେତେକ ଘରୋଇ ଉପଚାର ରହିଛି ଯାହାକୁ ଆପଣେଇ ପାରିଲେ ଦାନ୍ତବିନ୍ଧାରୁ ଅନେକାଂଶରେ ଉପଶମ ମିଳିଥାଏ। ଏକ ଗ୍ଲାସ୍‌ ଉଷୁମ ପାଣିରେ ଅଧଚାମଚ (ଛୋଟ) ଲୁଣ ମିଶାଇ ସେହି ମିଶ୍ରିତ ପାଣିରେ ଗାର୍ଗିଲିଂ କରନ୍ତୁ। ଦାନ୍ତମୂଳ ବିନ୍ଧୁଥିଲେ ତାହାର ଥଣ୍ଡା ଉପଚାର କରିପାରନ୍ତି। ଛୋଟ ଟାଓ୍ବେଲରେ ବରଫ ଖଣ୍ଡ ରଖି ତାହାକୁ ବିନ୍ଧୁଥିବା ଦାନ୍ତମୂଳରେ ଘଷନ୍ତୁ। ଏହାଦ୍ୱାରା ଦାନ୍ତବିନ୍ଧାରୁ କେତେକାଂଶରେ ଉପଶମ ମିଳିଥାଏ। ଏକ ପ୍ୟାକେଟ୍‌ ପିମ୍ପରମେଣ୍ଟ ଚା’ ପ୍ୟାକେଟ୍‌କୁ ପ୍ରଥମେ ରେଫ୍ରିଜରେଟରରେ କିଛି ସମୟ ରଖିଦିଅନ୍ତୁ। ତା’ପରେ ବିନ୍ଧୁଥିବା ଦାନ୍ତମୂଳରେ ଏହାକୁ ଘଷିଲେ ଏପରି ଯନ୍ତ୍ରଣା ଲାଘବ ହୋଇଥାଏ। ଅଦାକୁ ଭଲ ଭାବରେ ବାଟି ପେଷ୍ଟ ପ୍ରସ୍ତୁତକରି ଦାନ୍ତମୂଳରେ ଲଗାନ୍ତୁ। ନ ହେଲେ ଅଦାଖଣ୍ଡରେ ଅଳ୍ପ ଲୁଣ ମିଶାଇ ଚୋବାଇଲେ ଏହି ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ। କଟନ ବଲ୍‌ରେ ଲବଙ୍ଗ ତେଲ ପକାଇ ତାହାକୁ ଦାନ୍ତମୂଳରେ ଘଷିପାରନ୍ତି। ପାଣିରେ ପିଜୁଳିପତ୍ର ପକାଇ ତାହାକୁ ଉଷୁମ କରନ୍ତୁ। ଏହି ପାଣିରେ କୁଳିକଲେ ଦାନ୍ତବିନ୍ଧାରୁ ଉପଶମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri