ଦାନଗଦୀ ବ୍ଲକରେ ନବମ ପଞ୍ଚାୟତ ସମିତି ବୈଠକ

କଳିଙ୍ଗନଗର,୫ା୧୦(ଡି.ଏନ୍‌.ଏ.): ଦାନଗଦୀ ବ୍ଲକ ସଭାଗୃହଠାରେ ଶୁକ୍ରବାର ନବମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ, ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ତହସିଲଦାର ବୁଲବୁଲ ବେହେରା, ବିଡିଓ ମଣିପ୍ରସାଦ ମିଶ୍ର, ଏବିଡିଓ ଅଜୟ କୃଷ୍ଣ ଦ୍ୱିବେଦୀ, ଉପାଧକ୍ଷ ସୁଧାଂଶୁ ଭଞ୍ଜ ପ୍ରମୁଖ ଯୋଗଦେଇଥିଲେ। ବିଧାୟକ ଘଡ଼ାଇ ପୂର୍ବ ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତଗୁଡିକର କାଯର୍ର୍‌ୟକାରୀ ଠିକ୍‌ ଭାବେ କରା ନ ଯିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ଜମି ପଟ୍ଟା ନ ଦେଇ ପାରିବାରୁ ବ୍ଲକରେ ୧୩୨୫ ଘର ଫେରିଯାଇଥିବା ଜାଣି ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ। ତୁରନ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର କିମ୍ବା ଏନ୍‌କ୍ଲୋଜମେଣ୍ଟ ପାଉତି ବଳରେ ସେମାନଙ୍କୁ ଘର ଯୋଗାଇ ଦେବାକୁ ବିଡିଓଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ସପ୍ତାହରେ ୧୩୨୫ ହିତାଧିକାରୀଙ୍କୁ ଚିହ୍ନଟ କରାଯିବା ଉପରେ ଗୁରୁତ୍ୱ ଦେବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଧାୟକ ତାଗିଦ୍‌ କରିଥିଲେ। ବ୍ଲକର ପ୍ରତ୍ୟେକ ବିଦ୍ୟାଳୟରେ ଉନ୍ନତମାନର ଶୌଚାଳୟ ନିର୍ମାଣ କରାଯିବା ସହ ଯୋଉଁ ବିଦ୍ୟାଳୟଗୁଡିକରେ ଖେଳ ପଡ଼ିଆ ଅନୁପଯୋଗି ଅଛି ସେଠାରେ ଏନ୍‌ଆରଜିଏସ୍‌ ସ୍କିମରେ ଖେଳପଡିଆରେ ମାଟି ପକାଇ ତାହାକୁ ଖେଳ ଉପଯୋଗି କରିବା ପାଇଁ ଏମ୍‌ପି ସେଠୀ ବ୍ଲକ ବିଇଓଙ୍କୁ ପରାମର୍ଶ ଦେଇଥିଲେ। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ବିଦ୍ୟୁତ ବିଭାଗ ବ୍ଲକରେ ଠିକ ଭାବେ କାମ କରୁ ନ ଥିବା ତ୍ରିଜଙ୍ଗା ସରପଞ୍ଚ କାହ୍ନୁ ଚରଣ ଦାସ ଅଭିଯୋଗ କରିଥିଲେ। ଦାନଗଦୀ ଡାକ୍ତର ଖାନାରେ ଡାକ୍ତର ଅଭାବ ଥିବା ବେଳେ ରାତ୍ରି ଡ୍ୟୁଟି ଠିକ୍‌ ସେ ହେଉ ନ ଥିବାରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ ଦୃଷ୍ଟି ଦେବାକୁ ସରପଞ୍ଚ ଦାସ ବିଧାୟକଙ୍କୁ ନିବେଦନ କରିଥିଲେ। ଉଚବାଲି ସମିତିସଭ୍ୟ ରବୀନ୍ଦ୍ର ଜେନା ଗୋବର୍ଦ୍ଧନ ପୁର ଡାକ୍ତର ଖାନାରେ ଡାକ୍ତର ନିଯୁକ୍ତି ଦେବାକୁ ଦାବି କରିଥିଲେ। ସବୁଦିନ ବୈଠକ ନ କରି ସପ୍ତାହରେ ଦୁଇ ଦିନ ବୈଠକ କରିବାକୁ ଓସ୍ତପାଳ ସମିତିସଭ୍ୟ ଅଜିତ ନନ୍ଦି ଦାବି କରିଛନ୍ତି। ଅ୍ୟନମାନଙ୍କ ମଧ୍ୟରେ ବ୍ଲକର ୨୩ ପଞ୍ଚାୟତରୁ ନିର୍ବାଚିତ ସରପଞ୍ଚ, ସମିତିସଭ୍ୟାସଭ୍ୟଙ୍କ ସମେତ ଶିକ୍ଷା, କୃଷି, ସ୍ବାସ୍ଥ୍ୟ, ଗୃହ ନିର୍ମାଣ ବିଭାଗ, ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକାରୀ ଯୋଗଦେଇଥିଲେ। ଜିପିଓ ରଞ୍ଜନ କୁମାର ବେହେରା ପୂର୍ବ ବୈଠକର ବିବରଣି ପାଠ କରିବା ପରେ ଏହାକୁ ସର୍ବ ସମ୍ମତିକ୍ରମେ ଗୃହୀତ କରାଯାଇଥିଲା। ବ୍ଲକ ଉପାଧ୍ୟକ୍ଷ ଭଞ୍ଜ ଧନ୍ୟବାଦ ଦେଇଥିଲେ।
(ଫଟୋ)


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?