ଦାଦାବଟି ମାଗିବା ସହ ବୋମାମାଡ଼ ମାମଲା : ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୨।୯: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅଞ୍ଚଳରେ ଦାଦାବଟି ମାଗିବା ସହ ଜଣେ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼ କରିଥିବା ମାମଲାର ଶୁଣାଣି କରି ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଏସିଜେଏମ୍‌ )ସରୋଜ କୁମାର ଦାସ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ କଂସାରୀ ସାହିର କାଳିଆ ପାତ୍ର ଓ ସେ ଅଭିଯୋଗକାରୀଙ୍କ ପୁତୁରା ଅଟନ୍ତି। ଘଟଣାରୁ ପ୍ରକାଶ, କାଳିଆ ତାଙ୍କ ଦାଦା ତଥା ବ୍ୟବସାୟୀ ଏସ. ସତ୍ୟନାରାୟଣ ପାତ୍ରଙ୍କୁ ୨୦୧୨ ମସିହାରେ ୧ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ସତ୍ୟନାରାୟଣ ଏକଥା କାଳିଆଙ୍କ ମା’ଙ୍କୁ କହିଥିଲେ। ଏଥିରେ କାଳିଆ ରାଗିଯାଇ ଗତ ୨୦୧୨ ଜୁଲାଇ ୨ ତାରିଖ ରାତିରେ ଗଣପତି ନଗରରେ ରହୁଥିବା ସତ୍ୟନାରାୟଣଙ୍କ ଘରକୁ ଯାଇ ତାଙ୍କ ଉପରକୁ ବୋମାମାଡ଼ କରିଥିଲେ। ପରେ ବ୍ୟବସାୟୀ ପାତ୍ର ଏନେଇ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନମ୍ବର ୧୦୧/୧୨ ଅନୁସାରେ କାଳିଆଙ୍କୁ କୋର୍ଟ ଚାଲାଣ କରିଥିଲା। ପରେ ସେ ଜାମିନରେ ମୁକୁଳିଥିଲେ। ତତ୍କାଳୀନ ଏସ୍‌ଆଇ ଦୀପକ ଲେଙ୍କା କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲେ। ଗୁରୁବାର ଏହି ମାମଲାର ବିଚାର ପୂର୍ବକ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ଅଭାବରୁ ଏସିଜେଏମ୍‌ ସରୋଜ ଦାସ ଅଭିଯୁକ୍ତ କାଳିଆଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ପ୍ରସନ୍ନ ପାତ୍ର ଓ ମୁଦୁଲାଙ୍କ ପକ୍ଷରୁ ଆଇନଜୀବୀ ସୟଦ ଇକ୍‌ବାଲ ଓ ସଞ୍ଜୀବ ବେହେରା ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ ୨୦୦ ମଧ୍ୟରେ ୩ ଭାରତୀୟ ଶିକ୍ଷାନୁଷ୍ଠାନ, ଜାଣନ୍ତୁ ଶୀର୍ଷରେ କିଏ…

ନୂଆଦିଲ୍ଲୀ: ୧୯ା୬: ପ୍ରତିଷ୍ଠିତ ‘କ୍ୟୁଏସ୍‌ ୱାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌ ୨୦୨୭’ର ତାଲିକା ଗୁରୁବାର ପ୍ରକାଶ ପାଇଛି। ଏଥିରେ ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ୩ଟି ଭାରତୀୟ…

ଭତ୍ତା ପାଇଁ ଲୋକମାନେ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ: ନବୀନ

ଭୁବନେଶ୍ୱର,୧୯।୬(ସୁନିତ୍‌ ମିଶ୍ର): ରାଜ୍ୟର ଲୋକମାନେ ଭତ୍ତା ପାଇଁ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ୨ ବର୍ଷ ପୂରଣ କରିଥିବା ଭାଜପା ସରକାରର ଏଇଆ କ’ଣ ଫାଇଦା କି…

କାର୍‌ ସହ ଭାଜପା ନେତାଙ୍କୁ ଜାଳିଦେଲେ

ରାୟପୁର, ୧୯।୬: ଛତିଶଗଡ଼ କୋରିଆ ଜିଲାରେ ବାଲି ଖନନକୁ କେନ୍ଦ୍ର କରି ୨ଗୋଷ୍ଠୀ ମଧ୍ୟରେ ଏକ ଜଘନ୍ୟ ହିଂସାକାଣ୍ଡ ଘଟିଛି। ଅଭିଯୁକ୍ତମାନେ ଏକ କାର୍‌କୁ ଧକ୍କା ଦେଇ…

ଆଜି ଆସିବେ ରାଷ୍ଟ୍ରପତି, ଜନ୍ମଦିନରେ ଯିବେ ଶାଶୁଘର

ବାରିପଦା, ୧୯ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି। ୨୦ତାରିଖ ଶନିବାର ଜନ୍ମମାଟିରେ ସେ ତାଙ୍କ ଜନ୍ମଦିନ ପାଳନ କରିବେ। ଏହିଦିନ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri