ଦାଦାବଟି ମାଗିବା ସହ ବୋମାମାଡ଼ ମାମଲା : ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୨।୯: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅଞ୍ଚଳରେ ଦାଦାବଟି ମାଗିବା ସହ ଜଣେ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼ କରିଥିବା ମାମଲାର ଶୁଣାଣି କରି ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଏସିଜେଏମ୍‌ )ସରୋଜ କୁମାର ଦାସ ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ କଂସାରୀ ସାହିର କାଳିଆ ପାତ୍ର ଓ ସେ ଅଭିଯୋଗକାରୀଙ୍କ ପୁତୁରା ଅଟନ୍ତି। ଘଟଣାରୁ ପ୍ରକାଶ, କାଳିଆ ତାଙ୍କ ଦାଦା ତଥା ବ୍ୟବସାୟୀ ଏସ. ସତ୍ୟନାରାୟଣ ପାତ୍ରଙ୍କୁ ୨୦୧୨ ମସିହାରେ ୧ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ସତ୍ୟନାରାୟଣ ଏକଥା କାଳିଆଙ୍କ ମା’ଙ୍କୁ କହିଥିଲେ। ଏଥିରେ କାଳିଆ ରାଗିଯାଇ ଗତ ୨୦୧୨ ଜୁଲାଇ ୨ ତାରିଖ ରାତିରେ ଗଣପତି ନଗରରେ ରହୁଥିବା ସତ୍ୟନାରାୟଣଙ୍କ ଘରକୁ ଯାଇ ତାଙ୍କ ଉପରକୁ ବୋମାମାଡ଼ କରିଥିଲେ। ପରେ ବ୍ୟବସାୟୀ ପାତ୍ର ଏନେଇ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ୍‌ ନମ୍ବର ୧୦୧/୧୨ ଅନୁସାରେ କାଳିଆଙ୍କୁ କୋର୍ଟ ଚାଲାଣ କରିଥିଲା। ପରେ ସେ ଜାମିନରେ ମୁକୁଳିଥିଲେ। ତତ୍କାଳୀନ ଏସ୍‌ଆଇ ଦୀପକ ଲେଙ୍କା କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲେ। ଗୁରୁବାର ଏହି ମାମଲାର ବିଚାର ପୂର୍ବକ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ଅଭାବରୁ ଏସିଜେଏମ୍‌ ସରୋଜ ଦାସ ଅଭିଯୁକ୍ତ କାଳିଆଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ପ୍ରସନ୍ନ ପାତ୍ର ଓ ମୁଦୁଲାଙ୍କ ପକ୍ଷରୁ ଆଇନଜୀବୀ ସୟଦ ଇକ୍‌ବାଲ ଓ ସଞ୍ଜୀବ ବେହେରା ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ/ନୟାଗଡ଼ ଅଫିସ/ ଦଶପଲ୍ଲା,୨୨।୧(ଡି.ଏନ.ଏ.): ବିଶ୍ୱନିୟନ୍ତା ଦାରୁବିଗ୍ରହଙ୍କ ଚଳିତବର୍ଷ ରଥଯାତ୍ରା ଜୁନ୍‌ ୨୦ରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀପଞ୍ଚମୀ ତିଥି ସରସ୍ବତୀ ପୂଜା ଅବସରରେ ରଥଖଳାରେ ରଥକାଠ...

କାର ଦୁର୍ଘଟଣା: ୪ ଗୁରୁତର

ଭଣ୍ଡାରିପୋଖରୀ, ୯ା୩(ଡ଼ି.ଏନ.ଏ.)-ଭଣ୍ଡାରିପୋଖରୀ ଥାନା ୧୬ନଂ. ଜାତୀୟ ରାଜପଥର ଡାହାଲା ଛକଠାରେ ସୋମବାର ପ୍ରତ୍ୟୁଷରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ (ନଂ. ଓ୧୭...

ଘରୋଇ ଯାତ୍ରୀବାହୀ ବସ୍‌କୁ ୩୦ହଜାର ଟଙ୍କା ଜରିମାନା

ବଲାଙ୍ଗୀର ଅଫିସ, ୧୨ା୩: ପରମିଟ୍‌ ନ ଥିବା ଘରୋଇ ଯାତ୍ରୀବାହୀ ବସ୍‌ ରାସ୍ତାରେ ଯାତାୟାତ କରୁଥିଲା। ସେହି ଗାଡିକୁ ଚଳାଉଥିବା ଡ୍ରାଇଭର କି ଯାତ୍ରୀଙ୍କଠାରୁ ଟିକେଟ...

ଜଙ୍ଗଲ ଭିତରେ ନିଆଁ, ବାହାରେ ଶିକାରୀ

ସଜନାଗଡ଼,୧।୪: ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ୩ ଦିନ ହେବ ନିଆଁ ଜଳୁଥିବାରୁ ବନ୍ୟଜନ୍ତୁ ଜୀବନ ବିକଳରେ ଏଣେତେଣେ ଘୂରି ବୁଲୁଛନ୍ତି। ଫଳରେ ଏହା...

କନ୍ଧମାଳରେ ପୁଣି ଗୁଳି ବିନିମୟ, ଜଣେ ମାଓବାଦୀ ମୃତ

ଫୁଲବାଣୀ ଅଫିସ, ୮ା୭-କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତ କିହାଲଗୁଡ଼ା ଜଙ୍ଗଲ କ୍ଲାଉଡଙ୍ଗା ଅଞ୍ଚଳରେ ଗତ ଶନିବାର ବିଳମ୍ବିତ ରାତିରେ ପୋଲିସ ଗୁଳିରେ ୪...

ଦାରିଙ୍ଗବାଡ଼ିରେ ପଥରଖୋଲରୁ ବାହାରୁଛି ଡିଜେଲ: ବୋତଲ, ଜାର୍‌ ଧରି ଲୋକଙ୍କ ଭିଡ଼

ଦାରିଙ୍ଗବାଡ଼ି,୮।୨(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ଲଦପାଙ୍ଗା ଅଞ୍ଚଳରେ ଏକ ପଥରଖୋଲ ଭିତରୁ ଶନିବାର ଡିଜେଲ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଆଶ୍ଚର୍ଯ୍ୟ ଲାଗୁଥିଲେ...

ଖାରଜ କଲେ ହାଇକୋର୍ଟ

କଟକ ଅଫିସ,୧୮ା୪: ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ନେଇ ଆଗତ ମାମଲାକୁ ହାଇକୋର୍ଟ ସୋମବାର ଖାରଜ କରିଛନ୍ତି। ୩ଟି ଧାର୍ଯ୍ୟ...

ଦୋଷୀ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଢେଙ୍କାନାଳ ଅଫିସ, ୮।୫: ବନ ବିଭାଗର ବିନା ଅନୁମତିରେ ରଥ ନିର୍ମାଣ ପାଇଁ କପିଳାସ ସଂରକ୍ଷିତ ଅଭୟାରଣ୍ୟରୁ ଧଉରା ଗଛ କାଟି ଅଡୁଆରେ ପଡ଼ିଛି ଢେଙ୍କାନାଳ ଜିଲା...

Advertisement
Archives

Model This Week