ଦାଦନ ଯାଇ ବଛ୍‌ରେ ହେଲା ଲାପତା: ସୁନାଧରକଁର ବାଟ୍‌ ଚାହିଁଛନ୍‌ ପରିବାର ଲୋକ୍‌

ଖପ୍ରାଖୋଲ, ୩୧ା୧(ଡି.ଏନ୍‌.ଏ.)-ରାଏଜ୍‌ ସରକାର ଦାଦନ ସମସିଆର ସଂଗେ ଯୁଝ୍‌ବାର ଲାଗି ଅନେକ ଯୋଜନା କାଯ୍‌କାରୀ କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ପଶ୍ଚିମ ଓଡ଼ିଶାରେ ଦାଦନ ସମସିଆ ଥମ୍‌ବାର ନଁା ନାଇଁଧରବାର। କେତେବେଲେ ଗଁାକେ ଦାଦନ ଶ୍ରମିକ ଶବ ହେଇ ଫିରୁଛେ ତ ଆର କେତେବେଲେ ହାତ୍‌ଗୋଡ଼ ହରେଇ ଅକରମା ହେଇ ଫିରୁଛେ। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଦାଦନ ପରବନ ଅଂଚଲ ହିସାବେ ଜନାଶୁନା। ଫିବଛର ବ୍ଲକରୁ ହଜାର ହଜାର ଲୋକ ପେଟ୍‌ପାଟନାର ଲାଗି କୁଟୁମବସିଆ ଦାଦନ ଖଟିଯାଉଛନ୍‌। ଇ ହିସାବେ ଖପ୍ରାଖୋଲ ବ୍ଲକ ଲୁହାସିଂହା ପଁଚେତ୍‌ ଗଉଡ଼ପାଲି ଗଁାର ଝନେ ଶ୍ରମିକ ଦାଦନ ଯାଇ ବଛ୍‌ରେ ହେଲା ଲାପତା ହେଇଯାଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଲୁହାସିଂହା ପଁଚେତ୍‌ ଗଉଡ଼ପାଲିର ସୁନାଧର ହାତୀ(୫୨)। ପରିବାର କହେଲେ ମାଏକିନା ଚଏଁତୁଲା, ପୁଓ କୁଲମଣି, ବହ ମାଳତୀ ଆର ୮ ମାସର ଗୁଟେ ନାତି ରହିଛନ୍‌। ପରିବାରଟା ନିହାତି ଗରିବ୍‌। ଏନ୍‌ତା ଅଭାବିଆ ପରିସ୍ଥିତିରେ ପୁଓ କୁଲମଣି ରୋଗ୍‌ଥି ଶଢ଼ୁଥିଲାବେଲେ ୮ ମାସିଆ ନାତି ହୁରୁଦ୍‌ ରୋଗ୍‌ ସଂଗେ ଯୁଝୁଛନ୍‌। ଅଭାବ ଅନାଟନ ଲାଗି ଗଲା ବଛର ଜାନୁୟାରୀ ମାସେ ଗଉଡ଼ପାଲି ଆର ସାନଉଡେନ ଗଁାର ଶ୍ରମିକମାନକର ସଂଗେ ମିଶି ସୁନାଧର ଦାଦନ ଖଟିଯାଇଥିଲେ। ଇମାନେ ସଭେ ବେଲପଡ଼ା ଥାନା ରେଙ୍ଗାଲି ଗଁାର ଦାଦନ ସରଦାର କ୍ଷମାନିଧି ମେହେରକଁର ଜରିଆରେ ତେଲେଙ୍ଗାନା ରାଏଜ୍‌ ଗୋଦାବରୀ କାନି ଅଂଚଲ ଗଞ୍ଜାପାଡ଼ୁର ଗୁଟେ ଇଟା ଭାଟିରେ କାମ୍‌ କରୁଥିଲେ। ସୁନାଧର ସେଠାନେ ଦେଢ଼ମାସ ତକ୍‌ କାମ କଲାଉତାରୁ ହଠାତ୍‌ ଦିନେ ନିଖୋଜ ହେଇଯାଇଥିବାର କଥା ସାଥି ଶ୍ରମିକମାନେ ତାକର ପରିବାର ଲୁକ୍‌କୁ କହିଛନ୍‌। ଏହେଦେ ବାକି ଶ୍ରମିକମାନେ ଘରକେ ଫିରିଥିଲାବେଲେ ବଛ୍‌ରେ ହେଲା ସୁନାଧର ଘରକେ ନାଇଁଫିରି। ଇ ବାବ୍‌ଦେ ପରିବାର ଲୋକ୍‌ ଦାଦନ ସରଦାରକୁଁ କହିଲାରୁ ସେ ସୁନାଧରକୁଁ ଖୁଜିଆନବାକେ କଥା ଦେଇଥିଲେ। ହେଲେ ପଛେ ସେ ପରିବାର ଲୁକ୍‌କୁ ଧମକ୍‌ ଚମକ୍‌ ଦେଉଥିବାର ସୁନାଧରକଁର ମାଏକିନା କହିଛନ୍‌। ଇ ବାବ୍‌ଦେ ପରିବାର ଲୋକ୍‌ ପୁଲିସକେ ଜନେଇଛନ୍‌। ହେଲେ ଘଟନାଟା ବାହାର ରାଏଜେ ଘଟିଥିବାର ଲାଗି ପୁଲିସ ମାମଲା ରୁଜୁ କରବାକେ ମନା କରିଥିବାର ପରିବାର ଲୋକ୍‌ ଅଭିଯୋଗ କରିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ପରିବାର ଲୋକ୍‌ ଗଲା ୨୦ ତାରିଖ ଜିଲାପାଳକଁର ଅଭିଯୋଗ ଶୁନାନିରେ ଲିଖିତ ଅଭିଯୋଗ କରିଥିବାର ଜନାଯାଇଛେ। ଇଆଡ଼େ ଘରର ରୁଜ୍‌ଗାରିଆ ଲୋକ୍‌ ଦାଦନ ଯାଇ ଘରକେ ନାଇଁ ଫିରିଥିଲାବେଲେ ପୁଓ ଆର ନାତିର ଚିକିଛା ସଂଗେ ପରିବାର ଚଲାବାରଟା ଚଏଁତୁଲାକଁର ଲାଗି ଭିଡ଼ ହେଇଯାଉଛେ। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ସୁନାଧରକଁର ପତା ଲଗେଇ ଫିରେଇ ଆନ୍‌ବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରୁ ୬୮ ନୂଆ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୬୯୮୫ରେ ପହଞ୍ଚିଲା

ବରଗଡ଼ ଅଫିସ,୬।୧୦: ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୬୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ...

ଲକ୍‌ଡାଉନ୍‌ ସମୟରେ ନମାଜ ପାଠ ବନ୍ଦ କଲା ପ୍ରଶାସନ: ଭାଙ୍ଗିଲା ଲୋକ ଗହଳି

ଧାମନଗର,୨୭।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ଗୋଡ଼ିପୋଖରୀ ମସ୍‌ଜିଦରେ ନମାଜ ପାଠ ବନ୍ଦ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଲୋକେ ନମାଜ ପାଠ କରୁଥିବାବେଳେ...

କରୋନା ସ୍ଥିତି ଅନୁଧ୍ୟାନ କଲେ ଉପଜିଲାପାଳ

ବାମରା, ୩୦।୩ (ଡି.ଏନ.ଏ.)-ବର୍ତ୍ତମାନ କରୋନା ପାଇଁ ସାରା ଦେଶ ସମ୍ପୂର୍ଣ୍ଣ ଲକ ଡାଉନ ପରିସ୍ଥିତିରେ ଗତି କରୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ଜିଲା...

ବୁର୍ଲା ପାୱାର କେନାଲରେ ଭାସିଗଲେ ଇଂଞ୍ଜିନିୟରିଂ ଛାତ୍ର

ସମ୍ବଲପୁର,୨୯।୪(ବ୍ୟୁରୋ): ସମ୍ବଲପୁର ବୁର୍ଲା ପାୱାର କେନାଲରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଗାଧୋଉଥିବାବେଳେ ଜଣେ ଇଂଞ୍ଜିନିୟରିଂ ଛାତ୍ର ଭାସିଯାଇ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ...

ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ: ପୋଡ଼ି ହୋଇ ଗୋଟିଏ ପରିବାରର ୪ ଗୁରୁତର

ଝାରସୁଗୁଡ଼ା ଅଫିସ,୧୧।୧: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ହରିଓମ ବିହାରରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୪...

ଖଣି, ଶିଳ୍ପାଞ୍ଚଳରେ ଠିକାସଂସ୍ଥା ମାଲାମାଲ୍‌: ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର ଅଫିସ,୧ା୧୧: ଶିଳ୍ପୋନ୍ନତ ଯାଜପୁର ଜିଲାରେ ଥିବା କମ୍ପାନୀଗୁଡିକ ସେମାନଙ୍କ ପାଇଁ ଥିବା ନୀତି ନିୟମକୁ ଉଲ୍ଲଂଘନ କରୁଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି। ଏମାନଙ୍କ କଳା...

ଆଜି ଶ୍ରୀକ୍ଷେତ୍ର ଭଉଁରୀ: ଶ୍ରୀମନ୍ଦିର ଭିତରେ ହେବ ବିଧି ରକ୍ଷା

ପୁରୀ ଅଫିସ,୧୫।୫: ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ। ହେଲେ ଏଥର ଭଉଁରି ଯାତରେ ୨୧ ଘେରା ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେନି ଠାକୁର। ଶ୍ରୀମନ୍ଦିର ଭିତରେ ହିଁ...

ଦୂରହେବ ପାନୀୟ ଜଳସଙ୍କଟ

ଢେଙ୍କାନାଳ ଅଫିସ, ୭।୩: ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ଏବଂ ଏକାଧିକ ଡ୍ୟାମ ଥାଇ ଜଳସଙ୍କଟରେ ଘାଣ୍ଟି ହେଉଥିବା ଢେଙ୍କାନାଳ ଜିଲାବାସୀକୁ ଆଶ୍ୱସ୍ତ କରିଛନ୍ତି ରାଜ୍ୟ...

Advertisement
Archives

Model This Week