ଦାଦନ ଖଟିବାକୁ ଯାଇ ୪ ଯୁବକ ନିର୍ଯାତନାର ଶିକାର

ପାଟଣା,୧୦।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ବଡ଼ବିଲ ପଞ୍ଚାୟତ ଟଭାସରୁଆ ଗ୍ରାମର ୪ଜଣ ଯୁବକ ୩ ଜଣ ଦଲାଲଙ୍କ ଜରଆରେ ଦିଲ୍ଲୀ ଯାଇ ପରେ ରାଜସ୍ଥାନର ଆଇସ୍କ୍ରିମ ଫ୍ୟାକ୍ଟ୍ରିରେ ଦାଦନ ଖଟିିବା ବେଳେ ନିର୍ଯାତନାର ଶିକାର ହେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଦଲାଲମାନେ ଏମାନଙ୍କୁ ଗାଁରୁ ନେଇଯାଇ ଦିଲ୍ଲୀରେ ରହୁଥିବା ଜଣେ ଦଲାଲଙ୍କୁ ବିକ୍ରି କରିଦେଇଥିବା ସୂଚନା ପାଇବା ପରେ ୪ ଯୁବକଙ୍କ ମା’ ଖଇର ନାୟକ, ସୁମତି ମହାରଣା, ପାର ମାହାକୁଡ଼ ଓ ଇନ୍ଦୁମତୀ ମାହାକୁଡ଼ ପାଟଣା ଥାନାରେ ଗତ ୨୦ ତାରିଖରେ ଅଭିଯୋଗ କରିଥିଲେ। ଏହାମଧ୍ୟରେ ୩ ସପ୍ତାହ ବିତିବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ପୋଲିସ ସେମାନଙ୍କୁ ଠାବ କରି ପାରି ନାହିଁ ା
ଏ ସମ୍ପର୍କରେ ଥାନା ଏଏସଆଇ ସୁଧାଂଶୁଶେଖର ଜେନାଙ୍କୁ ପଚାରିବାରୁ କହିଛନ୍ତି, ଅଭିଯୋଗ ନେଇ ତଦନ୍ତ ଜାରି ରହିଛି । ଟଭାସରୁଆ ଗ୍ରାମର ୩ ଦଲାଲ ଗତ ମେ ୨୦ ତାରଖରେ ଲଗେଶ ନାୟକ, ରାଜା ମହାରଣା,ବଳରାମ ମାହାକୁଡ଼ ଓ ସାଗର ମାହାକୁଡ଼ଙ୍କୁ ଏକ ମେଡ଼ିସିନ କମ୍ପାନୀରେ ମାସକୁ ୧୦ ହଜାର ଟଙ୍କା ଦରମାରେ ଚାକିରି କରାଇଦେବା କଥା କହି ଦିଲ୍ଲୀ ନେଇ ଯାଇଥିଲେ। ପରେ ସେମାନଙ୍କୁ ରାଜସ୍ଥାନ ନିଆଯାଇ ନିର୍ଯାତନା ଦିଆଯିବାରୁ ସେମାନେ କୌଶଳ କ୍ରମେ ଅନ୍ୟ ଲୋକଙ୍କ ଫୋନରୁ କଲ୍‌ କରି ସେମାନଙ୍କୁ ଉଦ୍ଧାର କରିବା ସକାଶେ ଘର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ରାଜସ୍ଥାନର ବୈଶାଳୀ ନଗର ଏକ ଆଇସ୍କ୍ରିମ ଫ୍ୟାକ୍ଟ୍ରି ରେ ଏହି ଯୁବକମାନେ ଅଢେଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି। ଫ୍ୟାକ୍ଟ୍ରି ମାଲିକ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି। ୪ ଯୁବକଙ୍କ ମା’ ବାପା ପିଲାମାନଙ୍କୁ ଉଦ୍ଧାର କରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ପ୍ରବାସୀଙ୍କୁ ସ୍ବତନ୍ତ୍ର ଗାଡ଼ିରେ ପଠାଇଲା ପୋଲିସ

କେନ୍ଦୁଝର,୨୨ା୫(ଡି.ଏନ୍‌.ଏ.)-କେନ୍ଦୁଝର ସହର ମଧ୍ୟ ଦେଇ ଚାଲି ଚାଲି ଯାଉଥିବା ୨୦ ପ୍ରବାସୀଙ୍କୁ ପୋଲିସ ସ୍ବତନ୍ତ୍ର ଗାଡ଼ି ଯୋଗେ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିଛି। ମୁମ୍ବାଇରେ...

ଟ୍ରାନ୍ସଫର୍ମର ଅଚଳ: ୩ ମାସ ହେଲା ଅନ୍ଧାରରେ ଗ୍ରାମବାସୀ

କେନ୍ଦୁଝର,୭ା୯(ସ୍ବ.ପ୍ର.): ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତର ଦୁର୍ଗମ ମାର୍ଦ୍ଦା ଗ୍ରାମର ମଲାରବେଡ଼ା ସାହିରେ ୩ ମାସ ହେଲା ଲୋକେ ଅନ୍ଧାରରେ ରହୁଥିଲେ ହେଁ କାହାରି...

ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ

ଯୋଡ଼ା, ୧୯।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳର ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ...

୩୬ ଡିଗ୍ରୀ ଟପିଲା କେନ୍ଦୁଝର ତାପମାତ୍ରା

କେନ୍ଦୁଝର,୧୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ତାପମାତ୍ର ୩୬ ଡିଗ୍ରୀ ଟପିଛି। ସକାଳେ ୧୧ ଟାରେ ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୨.୩୦ ରେ...

୬ରୁ ହକି ବିଶ୍ୱକପ୍‌ ଟ୍ରଫିର କେନ୍ଦୁଝର ପରିକ୍ରମା

କେନ୍ଦୁଝର,୩ା୧(ଡି.ଏନ୍‌.ଏ): ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ପରିପ୍ରେକ୍ଷୀରେ ଟ୍ରଫି ରାଜ୍ୟର ବିଭିନ୍ନ ଜିଲା ପରିକ୍ରମା କରୁଛି। ଏହିକ୍ରମରେ ଆଗାମୀ ଜାନୁୟାରୀ...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର, ୨୩ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣବଳାତ୍କାର କରିବା ଘଟଣାରେ ଅତିରିକ୍ତ ଜିଲା ଜଜ୍‌ ଓ ସ୍ବତନ୍ତ୍ର ଜଜ୍‌ ଲୋକନାଥ...

ହ୍ୟାଣ୍ଡବଲ ପଡ଼ିଆରେ ଜମୁଛି ପାଣି

କେନ୍ଦୁଝର, ୧୨।୧୨ (ସ୍ବ.ପ୍ର.)  କେନ୍ଦୁଝର ଜିଲା ମୁଖ୍ୟାଳୟରେ ପ୍ରାୟ ସାଢେ ତିନି କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ପ୍ରଥମ ସେନ୍ଥେଟିକ ହ୍ୟାଣ୍ଡବଲ ପଡିଆ ନିର୍ମାଣ ହୋଇଛି।...

ନୋ-ଏଣ୍ଟ୍ରି ଜୋନ୍‌ରେ ଅବାଧ ପ୍ରବେଶ:ଭାରିଯାନକୁ ଅଟକ ରଖିଲେ ଲୋକେ

ବଡବିଲ, ୧୦।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଦେଇ ଭାରିଯାନ ଚଳାଚଳ ଉପରେ ସକାଳ ୬ଟାରୁ ଅପରାହ୍ନ ଗୋଟାଏ ଏବଂ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ...

Advertisement
Archives

Model This Week